ଗୋବିନ୍ଦା(ଅଭିନେତା)

ଅଭିନେତା

ଗୋବିନ୍ଦ ଅରୁନ୍ ଆହୁଜା (ଜନ୍ମ ୨୧ ଡିସେମ୍ବର ୧୯୬୩), ଗୋବିନ୍ଦା ନାମରେ ଲୋକପ୍ରିୟ ଅଟନ୍ତି।ସେ ଜଣେ ହିନ୍ଦୀ ଚ୍ଚଳଚ୍ଚିତ୍ର ଅଭିନେତା, ମିଳନାନ୍ତ ନାଟ୍ୟକାର ଓ ପୂର୍ବୋକ୍ତ ରାଜନେତା ଅଟନ୍ତି।ତାଙ୍କ ନୃତ୍ୟର ଦକ୍ଷତା ଯୋଗୁଁ ସେ ବେଶ୍ ଜଣାଶୁଣା। ଗୋବିନ୍ଦା ୧୨ଟି ଫିଲ୍ମ ଫେୟାର ଆୱାର୍ଡ, ଗୋଟିଏ ଫିଲ୍ମ ଫେୟାର ସ୍ପେସିଆଲ ଆୱାର୍ଡ,ଗୋଟିଏ ଫିଲ୍ମ ଫେୟାର ଆୱାର୍ଡ ଫର୍ ବେଷ୍ଟ କମିଡ଼ିଆନ୍ ଓ ଚାରଟି ଜ଼ି ସିନେ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ।[୫] ଏହି ଅଭିନେତା ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭାରତର ସାଂସଦ ହୋଇ ରହିଆସିଥିଲେ।୧୯୮୬ ମସିହାର ଇଲଜାମ ଚ୍ଚଳଚ୍ଚିତ୍ର ଗୋବିନ୍ଦାଙ୍କ ପ୍ରଥମ ଚ୍ଚଳଚ୍ଚିତ୍ର ଓ ସେ ପ୍ରାୟ ୧୬୫ଟି ଚ୍ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି।୧୯୯୯ ମସିହା ଜୁନ ମାସରେ ବିବିସି ନ୍ୟୁଜ୍ ଅନଲାଇନର ପୋଲରେ ସେ ଦଶମ ଗ୍ରେଟେଷ୍ଟ ଷ୍ଟାର ଅଫ ଦ ଷ୍ଟେଜ ରୂପେ ମନୋନୀତ ହୋଇଥିଲେ।

ଗୋବିନ୍ଦା ଆହୁଜା
Govinda at Bright Advertising Awards announcement 2013
ଲୋକ ସଭା ସଦସ୍ୟ,ଭାରତ ସଂସଦ,
ଉତ୍ତର ମୁମ୍ବାଇ
କାର୍ଯ୍ୟକାଳ
2004–2009
ପୂର୍ବ ଅଧିକାରୀରାମ ନାୟକ
ପର ଅଧିକାରୀସଞ୍ଜୟ ନିରୂପମ
ନିର୍ବାଚନ ମଣ୍ଡଳୀଉତ୍ତର ମୁମ୍ବାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଗୋବିନ୍ଦ ଅରୁଣ

(1963-12-21) ୨୧ ଡିସେମ୍ବର ୧୯୬୩ (ବୟସ ୬୦)[୧][୨][୩]
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ନାଗରିକତାଛାଞ୍ଚ:ଭାରତୀୟ
ରାଜନୀତିକ ଦଳକଂଗ୍ରେସ.
ଜୀବନ ସାଥୀସୁନୀତା ଆହୁଜା (1987–present)
ସନ୍ତାନ2
ବାପା/ବୋଉଅରୁଣ କୁମାର ଆହୁଜା
ନିର୍ମଳା ଦେବୀ
ସମ୍ପର୍କୀୟSee Govinda family[୪]
ଘରଜୁହୁ, ମୁମ୍ବାଇ, ଭାରତ
ପେଷାଅଭିନେତା, ଚଳଚ୍ଚିତ୍ର ପ୍ରଯୋଜକ, ରାଜନେତା
ସନ୍ତକଫାଇଲ:Govinda Signature.gif

ଗୋବିନ୍ଦାଙ୍କ ଚ୍ଚଳଚ୍ଚିତ୍ରଗୁଡ଼ିକ ପାରିବାରିକ ନାଟକ, ଆକ୍ସନ୍, ଓ ରମ୍ୟକଥାରେ ପରିପୂର୍ଣ୍ଣ ଥିଲା। ସେ ପ୍ରଥମେ ଜଣେ ଆକ୍ସନ୍ ନାୟକ ରୂପେ ଚ୍ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ପରେ ସେ ନିଜକୁ ଏକ ହାସ୍ୟକାର ନାୟକ ରୂପେ ପରିଚୟ ଦେଇଥିଲେ।୧୯୯୨ ମସିହାରେ ଗୋବିନ୍ଦା ଦିବ୍ୟା ଭାରତୀଙ୍କ ସହ ସୋଲା ଔର୍ ସବ୍‌ନମ୍ ଚ୍ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଗୋବିନ୍ଦା ଆଖେଁ(୧୯୯୩), ରାଜା ବାବୁ(୧୯୯୪), କୁଲି ନମ୍ବର ୱାନ୍(୧୯୯୫), ହିରୋ ନମ୍ବର ୱାନ୍(୧୯୯୭) ଓ ହସିନା ମରଜାଏଗି(୧୯୯୯) ଆଦି କେତୋଟି ବ୍ୟାପାରିକ ଚ୍ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ସଫଳ ହୋଇଥିଲେ। ହସିନା ମରଜାଏଗି ଚ୍ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ ଫେୟାର ବେଷ୍ଟ କମିଡ଼ିଆନ୍ ଆୱାର୍ଡ ଓ ସାଜନ୍ ଚଲେ ଶଶୁରାଲ୍ ଚ୍ଚଳଚ୍ଚିତ୍ର ପାଇଁ ଫିଲ୍ମ ଫେୟାର ସ୍ପେସିୟାଲ୍ ଆୱାର୍ଡ ପାଇଥିଲେ। ଜାନ୍‌ସେ ପ୍ୟାରା(୧୯୯୨), ଆଖେଁ(୧୯୯୩), ବଡେ ମିୟାଁ ଛୋଟେ ମିୟାଁ(୧୯୯୮) ଓ ଅନାରୀ ନମ୍ବର ୱାନ୍(୧୯୯୯) ଆଦି ଚ୍ଚଳଚ୍ଚିତ୍ରରେ ଗୋବିନ୍ଦା ଦୈତ ଭୂମିକାରେ ଅଭିନୟ କରିଛନ୍ତି। ହଦ୍ କର୍‌ଦି ଆପନେ(୨୦୦୦) ଚ୍ଚଳଚ୍ଚିତ୍ରରେ ସେ ରାଜୁ, ରାଜୁର ମା, ବାପା, ଭଉଣୀ, ଜେଜେ ମା', ଜେଜେ ବାପା ରୂପେ ୬ଟି ଭୂମିକାରେ ଅଭିନୟ କରିଥିଲେ।

୨୦୦୦ ମସିହାରେ ତାଙ୍କ କିଛି ଚ୍ଚଳଚ୍ଚିତ୍ର ଫ୍ଲପ୍ ହେବା ପରେ ସେ ଭାଗମ୍‌ଭାଗ୍(୨୦୦୬) ଓ ପାଟ୍‌ନର୍(୨୦୦୭) ଚ୍ଚଳଚ୍ଚିତ୍ରରେ ବ୍ୟାପାରିକ ସଫଳତା ହସଲ କରିଥିଲେ। ୨୦୧୫ରେ ମିଥୁନ୍ ଚକ୍ରବର୍ତ୍ତୀଙ୍କ ପରିବର୍ତ୍ତେ ଗୋବିନ୍ଦା ଜି ଟିଭିର ଏକ ନୃତ୍ୟ ପ୍ରତିଯୋଗିତା, ଡାନ୍ସ ଇଣ୍ଡିଆ ଡାନ୍ସ ସୁପର୍ ମମ୍ସ ସିଜିନ୍ ୨ରେ ବିଚାରକ ହୋଇଥିଲେ।

ଗୋବିନ୍ଦା କଂଗ୍ରେସ ଦଳ ତରଫରୁ ମହାରାଷ୍ଟ୍ରର ଉତ୍ତର ମୁମ୍ବାଇ ନିର୍ବାଚନ ମଣ୍ଡଳୀର ସପ୍ତମ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ।

ପ୍ରାଥମିକ ଜୀବନ

ଏକ ପଞ୍ଜାବୀ ଓ ସିନ୍ଧି ପରିବାରରେ ଅଭିନେତା ଅରୁଣ କୁମାର ଆହୁଜା ଓ ନିର୍ମଳା ଦେବୀଙ୍କ(ଗାୟିକା ଓ ଅଭିନେତ୍ରୀ) କୋଳରେ ଗୋବିନ୍ଦା ଜନ୍ମଗ୍ରହଣ କରିଥିଲେ। ଅରୁଣ ମେହବୁବ୍ ଖାନ୍ଙ୍କ ଔରତ(୧୯୪୦) ଚ୍ଚଳଚ୍ଚିତ୍ର ପାଇଁ ବେଶ୍ ପରିଚିତ। ଗୋବିନ୍ଦା, ଅରୁଣଙ୍କ ଷଷ୍ଠତମ ସନ୍ତାନ ଥିଲେ। ତେଣୁ ସେ ଗୋବିନ୍ଦାଙ୍କ ଡାକ ନାମ "ଚି ଚି" ଦେଇଥିଲେ, କାରଣ ପଞ୍ଜାବୀରେ "ଚି ଚି"ର ଅର୍ଥ "କାଣି ଆଙ୍ଗୁଠି"।

ଅଭିନୟ ଜୀବନ

ବବି ଦେଓଲ୍‌ଙ୍କ ଜନ୍ମଦିନ ଅବସରକୁ ଗୋବିନ୍ଦା,ଡାଭିଡ୍ ଧୱନ୍ ଓ ଚଙ୍କି ପାଣ୍ଡେ ଯାଉଛନ୍ତି।

ବାଣିଜ୍ୟ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଗୋବିନ୍ଦାଙ୍କ ପିତା ତାଙ୍କୁ ଚ୍ଚଳଚ୍ଚିତ୍ର ଜଗତରେ ନିଜ ଭବିଷ୍ୟତ ଗଢିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ଅଙ୍କଲ ଆନନ୍ଦଙ୍କଦ୍ୱାରା ନିର୍ଦ୍ଦେଶିତ ତନ-ବଦନରେ ସେ ପ୍ରଥମେ ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ।ଏହାପରେ ସେ ୧୯୮୫ ମସିହା ଜୁନ୍ ମାସରେ ତାଙ୍କ ପରବର୍ତ୍ତୀ ଚ୍ଚଳଚ୍ଚିତ୍ର ଲଭ ୮୬ରେ ସୁଟିଂ କରିବା ଆରମ୍ଭ କରିଥିଲେ।

ଗୋବିନ୍ଦାଙ୍କ ପ୍ରଥମ ଚ୍ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଇଲ୍‌ଜାମ(୧୯୮୬), ଯେଉଁଟାକି ଏହି ବର୍ଷର ୧୫ତମ ହିଟ୍ ଚ୍ଚଳଚ୍ଚିତ୍ର ଥିଲା। "ଷ୍ଟ୍ରିଟ୍ ଡାନ୍ସର"ରେ ସେ ବ୍ରେକ୍ ଡାନ୍ସ କରି ନିଜକୁ ଏକ ନୃତ୍ୟ ତାରକାର ପରିଚୟ ଦେଇଥିଲେ। ଏହାପରେ ଗୋବିନ୍ଦା ଆକ୍ସନ ଚ୍ଚଳଚ୍ଚିତ୍ର, ରମ୍ୟ ଚ୍ଚଳଚ୍ଚିତ୍ର, ଏବଂ ପାରିବାରିକ ନାଟକ ଥିବା ଅନେକ ଚ୍ଚଳଚ୍ଚିତ୍ରରେ ପାଦ ଦେଇ ସଫଳତା ଅର୍ଜନ କରିଥିଲେ। ତାଙ୍କି ପାରିବାରିକ ନାଟକ ଥିବା ଚ୍ଚଳଚ୍ଚିତ୍ରଗୁଡିକ ମଧ୍ୟରୁ ଲଭ୍ ୮୬(୧୯୮୬), ଖୁଦ୍‌ଗର୍ଜ(୧୯୮୭), ହତ୍ୟା(୧୯୮୮), ଦରିୟା ଦିଲ୍(୧୯୮୮), ଜିତ୍ ହେ ସାନ୍‌ସେ(୧୯୮୮) ଆଦିରେ ସେ ବେଶ୍ ସଫଳତା ଅର୍ଜନ କରିଥିଲେ। ଗୋବିନ୍ଦା ସଫଳତା ପ୍ରାପ୍ତ କରିଥିବା ଆକ୍ସନ ଚ୍ଚଳଚ୍ଚିତ୍ରଗୁଡିକ ହେଉଛି ମର୍‌ତେ ଦମତକ୍(୧୯୮୭), ଜଙ୍ଗ୍‌ବାଜ୍(୧୯୮୯) ଇତ୍ୟାଦି। ଆକ୍ସନ ଚ୍ଚଳଚ୍ଚିତ୍ର ତକ୍‌ଦିର୍(୧୯୮୯)ରେ ଗୋବିନ୍ଦା ପ୍ରଥମ ଥର କରି ଡାଭିଡ୍ ଧୱନ୍ଙ୍କ ସହ କାମ କରିଥିଲେ ଏବଂ ଗୈର୍‌ କାନୁନିରେ ସେ ରଜନୀକାନ୍ତଶ୍ରୀଦେବୀଙ୍କ ସହ କାମ କରିଥିଲେ।