ଗୀତା ପଟ୍ଟନାୟକ

ଗୀତା ପଟ୍ଟନାୟକ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା ।[୨]

ଗୀତା ପଟ୍ଟନାୟକ
ଜନ୍ମ (1954-12-10) ୧୦ ଡିସେମ୍ବର ୧୯୫୪ (ବୟସ ୬୯)[୧]
କଟକ
ବୃତ୍ତିପ୍ରଚ୍ଛଦପଟ ଗାୟିକା
ସକ୍ରିୟ ବର୍ଷ୧୯୭୧-ଏବେଯାଏଁ
ବୈବାହିକ-ସାଥୀକୃଷ୍ଣ ଗୋପାଳ ବାତ୍ରା

ବ୍ୟକ୍ତିଗତ ଜୀବନ

ଗୀତା ପଟ୍ଟନାୟକ ଜଣେ ପ୍ରଚ୍ଛଦପଟ ଓଡ଼ିଆ ଗାୟିକା । ସେ ଡିସେମ୍ବର ୧୦ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ମାଆଙ୍କ ନାମ ହେମଲତା ପଟ୍ଟନାୟକ । ଗୀତାଙ୍କ ବାପା ଜଣେ ଏଗ୍ରିକଲଚର ଇଞ୍ଜିନିୟର ଥିଲେ । ତାଙ୍କ ଜେଜେ ବାପା ପ୍ରଥମେ ଓଡ଼ିଶାରେ ଫୁଟବଲ ମ୍ୟାଚ ଆରମ୍ଭ କରିଥିଲେ । କଟକସ୍ଥିତ ସତ୍ୟବ୍ରତ ଷ୍ଟାଡ଼ିୟମ ମଧ୍ୟ ତାଙ୍କ ଜେଜେ ବାପାଙ୍କ ନାମରେ ନାମିତ । ତାଙ୍କ ମାଆ ଏବଂ ମାଉସୀ ମଧ୍ୟ ଗୀତ ଶିଖିଥିଲେ । ଗୀତାଙ୍କ ବାପାଙ୍କର ମଧ୍ୟ ଗୀତ ପ୍ରତି ସଉକ ଥିଲା । ତେଣୁ ଗୀତ ପ୍ରତି ତାଙ୍କର ପିଲାଦିନୁ ଆଗ୍ରହ ସୃଷ୍ଟି ହୋଇଥିଲା ।

ସଂଗୀତ ଜୀବନ

ଗୀତା ପ୍ରଥମେ ରେଡ଼ିଓରୁ ଲତାମଙ୍ଗେସକରଙ୍କ ଗୀତ ଶୁଣି ନିଜେ ନିଜେ ଗାୟିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଗୀତ ଶିଖୁଥିଲେ । ଦିନେ ସେ ତା ସାଙ୍ଗରେ ଯାଇ ଗୁରୁଙ୍କ ନିକଟରେ ଗୀତ ଗାଇଲେ । ତାଙ୍କୁ ଗୁରୁ କହିଲେ ତୁ ଭଲ ଗାଉଛୁ ଅଭ୍ୟାସ କଲେ ନିଶ୍ଚିତ ଭଲ ହେବ । ସେବେଠାରୁ ଗୀତାଙ୍କର ବଢ଼ିଯାଇଥିଲା ସଙ୍ଗୀତ ଆଗ୍ରହ । ଆଉ ତାପରେ ତାଙ୍କର ପାଦ ଅଟକି ନଥିଲା । ସେ ୧୯୭୫ କଟକ କଳା ବିକାଶ କେନ୍ଦ୍ରରେ ଆଡ଼ମିଟ ହୋଇଥିଲେ । ତାଙ୍କର ପ୍ରଥମ ଗୁରୁ ଥିଲେ ରଘୁନନ୍ଦ ତା ପରେ ରାଖାଲ ଚନ୍ଦ୍ର ମହାନ୍ତି ଓ ବାଳକୃଷ୍ଣ ଦାସଙ୍କଠାରୁ ଗୀତ ଶିଖିଥିଲେ । କଳା ବିକାଶ କେନ୍ଦ୍ରରେ ଛଅବର୍ଷ ଗୀତ ଶିଖିଥିଲେ । ଆଉ ସେଠାରୁ ସଙ୍ଗୀତ ଭୂଷଣ ପାଶ୍‌ କରିଥିଲେ । ତାପରେ ଶିଶୁ ସଂସାର ଓ କିଶୋର ଚକ୍ରରେ ନିୟମିତ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ୧୯୭୧ ମସିହାରେ ଆକାଶବାଣୀର ଜଣେ ସ୍ୱିକୃତୀ ପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିଲେ । ଆକାଶବାଣୀରେ ତାଙ୍କର ପ୍ରଥମ ଗୀତ ଥିଲା ଜଗବନ୍ଧୁ ପରି ଜଣେ ସାମନ୍ତ । ତା ପରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଗୀତ ଗାଇଥିଲେ ବଜେନ ବଜାଏ ବେଣୁ । ତା ପରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ବହୁତ ଗୀତ ଗାଇଥିଲେ । ସେ ମାତ୍ର ପନ୍ଦର ବର୍ଷ ବୟଷରେ 'ଅଦିନ ମେଘ' ଚଳଚ୍ଚିତ୍ରରେ ପ୍ରଥମ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଗୀତ ଗାଇଥିଲେ । ସେ ମଧ୍ୟ ଦିଲ୍ଲୀ ପିସିସି ଆକାଶବାଣୀରେ କଣ୍ଠଦାନ କରିଛନ୍ତି । ସେ କେବଳ ଓଡ଼ିଆ ଭାଷା ନୁହେଁ ବରଂ ହିନ୍ଦୀ ,ଗୁଜରାଟି, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି । ସେ ଭଜନ, ଜଣାଣ, ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ ଓ ବିଭନ୍ନ ଚଳଚ୍ଚିତ୍ରରେ କଣ୍ଠଦାନ କରି ଓଡ଼ିଶାରେ ନୁହେଁ ଭାରତ ବାହାରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି । ତାଙ୍କ ସଙ୍ଗୀତ ଜୀବନରେ ତାଙ୍କ ବଡ଼ ଭଉଣୀ ଇନ୍ଦିରା ପଟ୍ଟନାୟକଙ୍କୁ ତାଙ୍କର ପ୍ରେରଣା ବୋଲି କୁହନ୍ତି । [୩]

ଗୀତାଙ୍କ ଲୋକପ୍ରିୟ ଗୀତ

'ଯାଯାବର' ଚଳଚ୍ଚିତ୍ରର ଫୁର କିନା ଉଡ଼ିଗଲା ବଣି, ମନ ମୋର

'ନାଗଫାଶ' ଚଳଚ୍ଚିତ୍ରର ନଦୀ ଫେରେ ସାଗରକୁ

'ତଅପୋଇ'ଚଳଚ୍ଚିତ୍ରର ଭିେଣଇବାବୁ ଭିେଣଇବାବୁ ପଇଡ଼ରେ ପାଣି ଡାବୁ ଡାବୁ

'ଆହୁତି' ଚଳଚ୍ଚିତ୍ରର ହୃଦୟକୁ କରିଦିଅ ପାନ୍ଥଶାଳା

'ଅଦିନ ମେଘ ' ଚଳଚ୍ଚିତ୍ରର ଏଇ ଆମରି ଗାଆଁ

'ସଂସାର' ଚଳଚ୍ଚିତ୍ରର ଆଲୋ କଳାଶାରୀ କିଏ ତୋ ଶୁଆ ,ଜୋଗ ଜୀବନ ହେ ..., ଜାଇଫୁଲରେ .....

'ଅକ୍ଷୟତୃତୀୟା' ଚଳଚ୍ଚିତ୍ରର ଦୈତ କଣ୍ଠେର ଗାଇଥିବା 'ଏଇ ତାର ଭରା ଜହ୍ନ ରାତି .... ଗୀତଟି ବେଶ୍‌ ଲୋକପ୍ରିୟ ହୋଇଥିଲା ।

'ଅଶାନ୍ତ ଗ୍ରହ' ଚଳଚ୍ଚିତ୍ରର ବିଶ୍ୱ ଦେଖ ମଧୁମୟରେ ଜୀବନ......

'ଅକ୍ଷୟ ତୃତୀୟା' ଆ ବଉଳ ବହୂ ବହୂକା ଖେଳ ଖେଳିବା

ମାନସମ୍ମାନ ଓ ପୁରସ୍କାର

'ଅଶାନ୍ତ ଗ୍ରହ' ଚଳଚ୍ଚିତ୍ରର ବିଶ୍ୱ ଦେଖ ମଧୁମୟରେ ଜୀବନ ....ଗୀତ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭୋବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।

ଅକ୍ଷୟ ସାହିତ୍ୟ ସମ୍ମାନ ଏବଂ ଅକ୍ଷୟ ସଙ୍ଗୀତ ସମ୍ମାନରେ ମଧ୍ୟ ସେ ପୁରସ୍କୃତ[୪]


ଆଧାର

ବାହାର ଆଧାର