କ୍ୟାଥରିନ ମହେର

କ୍ୟାଥରିନ ରବର୍ଟସ ମହେର (୧୯୮୩ ମସିହା ଅପ୍ରେଲ ୧୮ରେ ଜନ୍ମିତ)[୧] ଉଇକିମିଡ଼ିଆ ଫାଉଣ୍ଡେସନର ନିର୍ବାହୀ ନିର୍ଦ୍ଦେଶିକା । ସେ ଏହି ପଦବୀରେ ୨୦୧୬ ଜୁନଠାରୁ କାର୍ଯ୍ୟରତ ।[୨] ଆଗରୁ ସେ ମୁଖ୍ୟ ଯୋଗାଯୋଗ ଅଫିସର ଥିଲେ ।[୩] ଇନଫରମେସନ ଆଣ୍ଡ କମ୍ୟୁନିକେସନ ଟେକନୋଲୋଜିରେ (ICT) ଅଭିଜ୍ଞତା ସହ ମହେର ଅଣଲାଭକାରୀ ଓ ଆନ୍ତର୍ଜାତୀୟ ସ୍ତରରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ମାନବିକ ଅଧିକାର ଓ ଆନ୍ତର୍ଜାତୀୟ ବିକାଶ କରିବା ନିମନ୍ତେ କାମ କରିଛନ୍ତି ।

କ୍ୟାଥରିନ ମହେର
୨୦୧୬ରେ କ୍ୟାଥରିନ ମହେର
୨୦୧୬ରେ କ୍ୟାଥରିନ ମହେର
ଜନ୍ମ
କ୍ୟାଥରିନ ରବର୍ଟସ ମହେର

(1983-04-18) ୧୮ ଅପ୍ରେଲ ୧୯୮୩ (ବୟସ ୪୧)
ଉଇଲଟନ, କନେକ୍ଟିକଟ, ଯୁକ୍ତରାଷ୍ଟ୍ର ଆମେରିକା[ଆଧାର ଲୋଡ଼ା]
ଜାତୀୟତାଆମେରିକୀୟ
ଶିକ୍ଷାନୁଷ୍ଠାନନିଉ ୟର୍କ ବିଶ୍ୱବିଦ୍ୟାଳୟ
ବୃତ୍ତିବ୍ୟବସାୟ ନିର୍ବାହୀ
ସକ୍ରିୟ ବର୍ଷ୨୦୦୫–ବର୍ତ୍ତମାନ
Titleଇଉକିମିଡ଼ିଆ ଫାଉଣ୍ଡେସନର ନିର୍ବାହୀ ନିର୍ଦ୍ଦେଶିକା

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ମହେର ଯୁକ୍ତରାଷ୍ଟ୍ର ଆମେରିକାର କନେକ୍ଟିକଟସ୍ଥିତ ଉଇଲଟନଠାରେ ବଡ଼ ହୋଇଥିଲେ[୧] ଓ ଉଇଲଟନ ହାଇସ୍କୁଲରୁ ଶିକ୍ଷାଲାଭ କରିଥିଲେ ।[୪] ହାଇସ୍କୁଲ ପରେ ୨୦୦୩ରେ ମହେର ଦି ଅମେରିକାନ ଇଉନିଭର୍ସିଟି ଅଫ କାଇରୋର ଆରବୀ ଲାଙ୍ଗୁଏଜ ଇନଷ୍ଟିଚ୍ୟୁଟର ଆରବୀ ଲାଙ୍ଗୁଏଜ ଇଣ୍ଟେନସିଭ ପ୍ରୋଗ୍ରାମରୁ ସ୍ନାତକ ଲାଭ କରିଥିଲେ । ସେ ଏହି ଅନୁଭୂତିକୁ ଏକ ତାଙ୍କ ଭିତରେ ଏକ ଗଠନଶୀଳ ଅଭିଜ୍ଞତା ଓ ମଧ୍ୟପ୍ରାଚ୍ୟ ପ୍ରତି ଗଭୀର ପ୍ରେମ ଆରମ୍ଭ କରିଥିଲା ବୋଲି କହନ୍ତି ।[୫] ମହେର ସିରିଆର Institut français d’études arabes de Damasରୁ (L'IFEAD) ମଧ୍ୟ ଶିକ୍ଷାଲାଭ କରିଥିଲେ । ଏହି ସମୟରେ ଲେବାନନ ଓ ଟ୍ୟୁନିସିଆରେ ମଧ୍ୟ କିଛି ସମୟ କଟାଇଥିଲେ ।[୧][୬]

୨୦୦୫ରେ ମହେର ନିଉୟର୍କ ବିଶ୍ୱବିଦ୍ୟାଳୟରୁ ମଧ୍ୟପ୍ରାଚ୍ୟ ଓ ଇସଲାମିକ ଶିକ୍ଷାରୁ ସ୍ନାତକ ଲାଭ କରିଥିଲେ ।[୭]

ଉଇକିମିଡ଼ିଆ ଫାଉଣ୍ଡେସନ

ଉଇକିମାନିଆ ୨୦୧୭ରେ କ୍ୟାଥରିନ ମହେର ଓ ଜିମି ୱେଲ୍ସ

ଅପ୍ରେଲ ୨୦୧୪ରୁ ମାର୍ଚ୍ଚ ୨୦୧୬ ଯାଏ ମହେର ମୁଖ୍ୟ ଯୋଗାଯୋଗ ଅଫିସର ଭାବେ କ୍ୟାଲିଫର୍ଣିଆର ସାନ ଫ୍ରାନସିସ୍କୋସ୍ଥିତ ଉଇକିମିଡ଼ିଆ ଫାଉଣ୍ଡେସନରେ କାର୍ଯ୍ୟକରିଥିଲେ ।[୩][୮][୯] ଏହି ସମୟରେ ସେ ୱାସିଂଟନ ପୋଷ୍ଟକୁ ଯୁକ୍ତରାଷ୍ଟ୍ର ଆମେରିକା ଆଇନ ଉପରେ ଏକ ସାକ୍ଷାତକାର ଦେଇଥିଲେ ।[୧୦]

୨୦୧୬ ମାର୍ଚ୍ଚରେ ସେ ଉଇକିମିଡ଼ିଆ ଫାଉଣ୍ଡେସନର ସେତେବଳର ନିର୍ବାହୀ ନିର୍ଦ୍ଦେଶିକା ଲିଲା ଟ୍ରେଟିକୋଭଙ୍କ ଇସ୍ତଫା ପରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।[୧୧][୧୨] ମହେର ୨୦୧୬ ଜୁନରେ ନିର୍ବାହୀ ନିର୍ଦ୍ଦେଶିକା ଭାବେ ନିଯୁକ୍ତ ହୋଇଥିଲେ । ୨୦୧୬ ଜୁନ ୨୪ରେ ୨୦୧୬ ଉଇକିମାନିଆରେ ଇଟାଲୀର ଏସିନୋ ଲାରିଓରେ ଜିମି ୱେଲ୍ସଙ୍କଦ୍ୱାରା ଏହି ଘୋଷଣା କରାଯାଇଥିଲା [୨][୩]

ଟେକନୋଲୋଜି ମାଧ୍ୟମରେ ଲୋକଙ୍କ ତଥ୍ୟ ପାଇବାର ଆଧିକାର ଉନ୍ନତ କରିବା ପାଇଁ ବିଶ୍ୱ ଡିଜିଟାଲ ଅନ୍ତର୍ଭୁକ୍ତି ଉପରେ ସେ ଧ୍ୟାନ ଦେଉଛନ୍ତି ବୋଲି ମହେର ଜଣାଇଥିଲେ ।[୧][୧୩]

ନେତୃତ୍ୱ

[[ଫା|thumb|ଓଡ଼ିଆ ଉଇକିପିଡ଼ିଆର ୧୬ତମ ଜନ୍ମତିଥି ଅବସରରେ ଉଇକିଆଳିଙ୍କ ଉଦ୍ଦେଶ୍ୟରେ ମହେର ପଠାଇଥିବା ଏକ ଭିଡ଼ିଓ ସନ୍ଦେଶ ]]

  • ୨୦୧୧: ୟୁଥ ଫର ଟେକନୋଲୋଜି ଫାଉଣ୍ଡେସନ, ବୋର୍ଡ଼ ମେମ୍ବର[୧୪]
  • ୨୦୧୩: ଟ୍ରୁମ୍ୟାନ ନ୍ୟାସନାଲ ସିକୁରିଟି ପ୍ରୋଜେକ୍ଟ, ପଲିସି ଫେଲୋ, ନ୍ୟାସନାଲ ସିକ୍ୟୁରିଟି ଫେଲୋ, ଏବଂ ରିସର୍ଚ ଫେଲୋ, ଡେମୋକ୍ରାସି ଆଣ୍ଡ ହ୍ୟୁମାନ ରାଇଟ୍ସ ଇନିସିଏଟିଭ[୧୫][୧୬]
  • ୨୦୧୩: ଓପନ ଟେକନୋଲୋଜି ଫଣ୍ଡ, ଉପଦେଷ୍ଟା କମିଟି ସଭ୍ୟ[୧୭]
  • ୨୦୧୬: ୱାର୍ଲ୍ଡ଼ ଇକୋନୋମିକ ଫୋରମ, ସଭ୍ୟ, ଗ୍ଲୋବାଲ ନେଟୱାର୍କ କାଉନସିଲ ଅନ ଦି ଫ୍ୟୁଚର ଅଫ ହ୍ୟୁମାନ ରାଇଟ୍ସ[୧୮][୧୯]
  • ୨୦୧୮: ଉଇକିଡାଟା ୟୁକେ ହାକାଥନ, ନିଉଜସ୍ପିକ ହାଉସରେ ଭାଷଣ
  • ୨୦୧୮: ଅକ୍ସଫୋର୍ଡ଼ ଇଉନିଅନ, ଟେକନୋଲୋଜି ଓ ସାମ୍ରାଜ୍ୟ ବାବଦରେ[୨୦]

ଆଧାର