କ୍ଲସ୍ଟ୍ରିଡିଅମ ଡିଫିସିଲ

କ୍ଲସ୍ଟ୍ରିଡିଅମ ଡିଫିସିଲ (ଇଂରାଜୀ ଭାଷାରେ Clostridium difficile infection ବା ସିଡିଆଇ/CDI) ଏକ ସଂକ୍ରମଣ ଯାହା କ୍ଲସ୍ଟ୍ରିଡିଅମ ଡିଫିସିଲ ନାମକ ଏକ ସ୍ପୋର ପ୍ରସ୍ତୁତକାରୀ ଜୀବାଣୁଦ୍ୱାରା ହୁଏ ।[୧] ଏହି ରୋଗର ଲକ୍ଷଣ ମଧ୍ୟରେ ପାଣିଆ ତରଳ ଝାଡ଼ା, ଜ୍ୱର, ଅଇ, ଉଦର ଯନ୍ତ୍ରଣା (abdominal pain) ଇତ୍ୟାଦି ହୁଏ । ଆଣ୍ଟିବାୟୋଟିକ ସମ୍ପର୍କୀୟ ତରଳ ଝାଡ଼ା (antibiotic-associated diarrhea) ମଧ୍ୟରୁ ୨୦% ଏହା ଯୋଗୁ ହୁଏ । ରୋଗ ଜଟିଳ ହେଲେ ସୁଡୋମେମ୍ବ୍ରେନସ କୋଲାଇଟିସ, ଟକ୍ସିକ ମେଗାକୋଲୋନ (toxic megacolon), କୋଲୋନ ଛିଦ୍ର (perforation of the colon) ଓ ସେପ୍ସିସ/ରକ୍ତ ପୂତିତା (sepsis) ହୋଇପାରେ । [୨]

କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ
ଇଂରାଜୀ ପ୍ରତିଶବ୍ଦ - pseudomembranous colitis, C. difficile associated diarrhea (CDAD), Clostridium difficile colitis
ପାଥୋଲୋଜିକାଲ ସ୍ପେସିମେନରେ ସୁଡୋମେମ୍ବ୍ରେନସ କୋଲାଇଟିସ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ
ଆଇସିଡ଼ି-୧୦A04.7
ଆଇସିଡ଼ି-୯-ସିଏମ୍008.45
ମେଡ଼ିସିନ-ପ୍ଲସ000259
ଇ-ମେଡ଼ିସିନmed/1942
MeSHD004761

ମଳରେ (feces) ଥିବା କ୍ଲସ୍ଟ୍ରିଡିଅମ ଡିଫିସିଲ ସ୍ପୋରଦ୍ୱାରା ଏହି ରୋଗ ବ୍ୟାପିଥାଏ । ପୃଷ୍ଠତଳ ଏହି ସ୍ପୋରଦ୍ୱାରା ପ୍ରଦୂଷିତ ହୁଏ ଓ ସ୍ୱାସ୍ଥ୍ୟସେବକଙ୍କ ହାତ ମାଧ୍ୟମରେ ବ୍ୟାପିଥାଏ । ରୋଗ ସଙ୍କଟ କାରକମାନଙ୍କର ନାମ: ସଂକ୍ରମଣ, ଆଣ୍ଟିବାୟୋଟିକ ବା ପ୍ରୋଟନ ପମ୍ପ ଇନହିବିଟର ବ୍ୟବ‌ହାର, ଡାକ୍ତରଖାନାରେ ଆଡମିଶନ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଓ ବୟସାଧିକ୍ୟ । ମଳ କଲଚର (stool culture), ଜୀବାଣୁର ଡିଏନଏ (DNA) ପରୀକ୍ଷା ବା ଟକ୍ସିନ (toxins) ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି ପରୀକ୍ଷା ଯୁକ୍ତାତ୍ମକ ହୋଇ ଲକ୍ଷଣହୀନ ଥିଲେ ସଂକ୍ରମଣ ନ କ‌ହି ତାହାକୁ ସି ଡିଫିଲିଲ କଲୋନାଇଜେସନ (C. difficile colonization) କୁହାଯାଏ ।[୨]

ସୀମିତ ଆଣ୍ଟବାୟୋଟିକ ବ୍ୟବ‌ହାର, ହାତଧୁଆ (hand washing) ଓ ଡାକ୍ତରଖାନା ପରିଚ୍ଛନ୍ନତା (terminal room cleaning) ପ୍ରତି ଦୃଷ୍ଟି ପ୍ରଦାନ କଲେ ପ୍ରତିଷେଧ ହୋଇପାରିବ ।[୧] ପ୍ରାୟ ୨୦% କେଶରେ ଆଣ୍ଟିବାୟୋଟିକ ନେବା ବନ୍ଦ କରିଦେଲେ ୩ ଦିନ ମଧ୍ୟରେ ଉପଶମ ହୋଇଯାଏ । ଅନେକ ସମୟରେ ମେଟ୍ରୋନିଡାଜୋଲ, ଭାଙ୍କୋମାଇସିନ ବା ଫିଡାକ୍ସୋମାଇସିନ (fidaxomicin) ଭଳି ଆଣ୍ଟିବାୟୋଟିକ ପ୍ରୟୋଗ କଲେ ସଂକ୍ରମଣ ଆରୋଗ୍ୟ ହୁଏ । ଚିକିତ୍ସା ପରେ ଆଉଥରେ ଟେଷ୍ଟ ଦରକାର ହୁଏନି, କାରଣ ଲୋକର କଲୋନାଇଜ୍ଡ ହୋଇପାରିଥାଏ ।[୨] ପ୍ରାୟ ୨୫% ଲୋକଙ୍କର ରୋଗ ଲେଉଟେ ।[୩] ଫେକାଲ ମାଇକ୍ରୋବାୟୋଟା ଟ୍ରାନ୍ସପ୍ଲାଣ୍ଟେସନ (fecal microbiota transplantation) ଓ ପ୍ରୋବାୟୋଟିକ (probiotics) ମଧ୍ୟ ପୁନରାବୃତ୍ତି ସଙ୍କଟ କମେଇଦିଏ ।[୧]

ପୃଥିବୀର ସମସ୍ତ ସ୍ଥାନରେ କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ହୁଏ ।[୪] ସନ ୨୦୧୧ରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୪୫୩,୦୦୦ ରୋଗୀଙ୍କ ମଧ୍ୟରୁ ୨୯,୦୦୦ ମୃତ୍ୟୁ ବରଣ କରିଥିଲେ ।[୧][୫] ସନ ୨୦୦୧ରୁ ୨୦୧୬ ମଧ୍ୟରେ ଏହି ରୋଗ ହାର ପୃଥିବୀରେ ବଢ଼ିଚାଲିଛି ।[୧][୪] ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏ ରୋଗ ଅଧିକ ହୁଏ ।[୧] ଏହି ଜୀବାଣୁ ସନ ୧୯୩୫ରେ ଆବିଷ୍କୃତ ହୋଇଥିଲା ଓ ରୋଗ କରୁଥିବା କଥା ସନ ୧୯୭୮ରେ ଜଣାଗଲା ।[୪] ସ୍ୱାସ୍ଥ୍ୟସେବା ଜନିତ ସଂକ୍ରମଣ ଯୋଗୁ ଏହା ବାବଦ ଖର୍ଚ୍ଚ ବୃଦ୍ଧି ପାଇ ବାର୍ଷିକ ୧.୫ ଡଲାର ହୋଇଥିଲା ।[୬]

ଆଧାର