କ୍ଲବଫୁଟ

କ୍ଲବଫୁଟ (ଇଂରାଜୀ ଭାଷାରେ Clubfoot) ଏକ ଜନ୍ମଗତ ତୃଟି (birth defect) ଯେଉଁଥିରେ ପାଦ ସୁପିନେଟେଡ (rotated inwards) ଓ ପ୍ଲାଣ୍ଟାର ଫ୍ଲେକ୍ସଡ (downwards) ଅବସ୍ଥାରେ ଥାଏ ।[୧][୪] ପ୍ରଭାବିତ ପାଦ, କାଫ ଓ ଗୋଡ଼ ଅନ୍ୟ ପାର୍ଶ୍ୱ ଅପେକ୍ଷା ଛୋଟ ଥାଏ । [୧] ସମୁଦାୟ ରୋଗୀ ସଂଖ୍ୟାର ପ୍ରାୟ ଅର୍ଦ୍ଧକ ସଂଖ୍ୟକ ଲୋକଙ୍କର ଦୁଇପାଖରେ କ୍ଲବଫୁଟ ଥାଏ ।[୧] ଚିକିତ୍ସା ନ‌ପାଇଲେ ରୋଗୀ ପାଦ ଧାରରେ ଚାଲନ୍ତି ଓ ଚାଲିବାରେ ସମସ୍ୟା ଉତ୍ପନ୍ନ ହୁଏ ।[୨]

Clubfoot
କନ‌ଜେନିଟାଲ ଟାଲିପେସ ଇକ୍ୱିନୋଭାରସ ବା ସିଟିଇଭି (congenital talipes equinovarus) (CTEV)[୧]
ଦ୍ୱିପାକ୍ଷିକ କ୍ଲବଫୁଟ
ବିଭାଗଅସ୍ଥିଶଲ୍ୟ ବିଭାଗ (Orthopedics)
ଲକ୍ଷଣଭିତରପାଖକୁ ମୋଡ଼ିହୋଇଥିବା ପାଦ (Foot that is rotated inwards)[୧]
ଆକ୍ରାନ୍ତ ସମୟଗର୍ଭାବସ୍ଥାର ପ୍ରାରମ୍ଭରେ (During early pregnancy)[୧]
କାରଣଅଜ୍ଞାତ[୧]
ବିପଦ କାରକଜେନେଟିକ (Genetics), ଧୂମ୍ରପାନ କରୁଥିବା ମହିଳାଙ୍କ ସନ୍ତାନ [୧]
ରୋଗ ନିର୍ଣ୍ଣୟ ପଦ୍ଧତିପରୀକ୍ଷା ଓ ଅଲଟ୍ରାସାଉଣ୍ଡ (ultrasound)[୧][୨]
ସଠିକ ରୋଗ ନିର୍ଣ୍ଣୟମେଟାଟାର୍ସସ ଆଡକ୍ଟସ (Metatarsus adductus)[୩]
ଚିକିତ୍ସାପୋନସେଟି ମେଥଡ଼ (Ponseti method) (manipulation, casting, cutting the Achilles tendon, braces), ଫ୍ରେଞ୍ଚ ମେଥଡ଼ (French method), ଅପରେଶନ[୧][୨]
Prognosisଚିକିତ୍ସା ଫଳାଫଳ ଉତ୍ତମ [୨]
ପୁନଃପୌନିକ୧୦୦୦ ଶିଶୁରେ ଜଣେ [୨]

ଏହି ରୋଗର ସଠିକ କାରଣ ଅଜ୍ଞାତ ଅଛି ।[୧] କେତେକ ରୋଗୀଙ୍କର ଏହି ରୋଗ ସ‌ହିତ ଡିସ୍ଟାଲ ଆର୍ଥ୍ରୋଗ୍ରାଇପୋସିସ (distal arthrogryposis) ବା ମାୟେଲୋମେନିଙ୍ଗୋସିଲ (distal arthrogryposis) ରୋଗ ମଧ୍ୟ ଥାଏ ।[୨] ଆଇଡେଣ୍ଟିକାଲ ଯମଜ (identical twin) ମଧ୍ୟରୁ ଜ‌ଣକର ରୋଗ ହୋଇଥିଲେ ଅନ୍ୟଜଣକର ରୋଗ ହେବାର ୩୩ % ସମ୍ଭାବନା ଥାଏ ।[୧] ଜନ୍ମ ସମୟରେ ବା ଜନ୍ମ ହେବା ପୂର୍ବରୁ ଅଲଟ୍ରାସାଉଣ୍ଡ (ultrasound) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଇପାରେ ।[୧][୨]

ପ୍ରାରମ୍ଭରେ ପୋନସେଟି (Ponseti method) ଉପାୟରେ ଚିକିତ୍ସା କରାଯାଏ ।[୧] ପାଦକୁ ସଠିକ ସ୍ଥାନ‌କୁ ଯଥା ସମ୍ଭବ ଆଣି ପ୍ଲାସ୍ଟର (casting) କରିରଖାଯାଏ ଓ ପ୍ରତି ସପ୍ତାହରେ ଏହାକୁ ବଦଳେଇ ନୂଆ ସ୍ଥାନରେ ନୂଆ ପ୍ଲାସ୍ଟର ଦିଆଯାଏ ।[୧] ଭିତର ବଙ୍କା ସଠିକ ହୋଇଗଲେ ଆକିଲସ ଟେଣ୍ଡନ ଅପରେଶନ କରି ସଠିକ ଲମ୍ବରେ ରଖାଯାଏ; ଏହା ପରେ ୪ ବର୍ଷ ବୟସ ପର୍ଯ୍ୟନ୍ତ ବ୍ରେସ ପିନ୍ଧିବାକୁ ଦିଆଯାଏ ।[୧] ପ୍ରଥମେ ପ୍ରଥମେ ସବୁବେଳେ ବ୍ରେସ ଦିଆଯାଏ ଓ ପରେ କେବଳ ରାତିରେ ଦିଆଯାଏ ।[୧] କେବଳ ୨୦% ରୋଗୀଙ୍କର ଅପରେଶନ ଆବଶ୍ୟକ ହୁଏ [୧]

ପ୍ରତି ଏକ ହଜାର ନବଜାତ ଶିଶୁ ମଧରୁ ଜଣକର ଏହି ରୋଗ ଥାଏ । [୨] ଚୀନ ଦେଶରେ ଏ ରୋଗ ଏତେ ସାଧାରଣ ନୁହେଁ ଓ ମାଓରି ଲୋକଙ୍କର ଏହା ଏକ ସାଧାରଣ ରୋଗ ।[୨] ମହିଳାଙ୍କର ୨ ଗୁଣ ସଂଖ୍ୟକ ପୁଅ ପିଲା ଏ ରୋଗରେ ଆକ୍ରାନ୍ତ ହୁଅନ୍ତି ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏକାଧିକ ଚିକିତ୍ସକ ସାହାଯ୍ୟରେ ଏ ରୋଗର ଚିକିତ୍ସା କରାଯାଏ । [୧]

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ