କ୍ରାନ୍ତିଧାରା

୨୦୧୬ର ଓଡ଼ିଆ କଥାଚିତ୍ର

କ୍ରାନ୍ତିଧାରା ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର କାହାଣୀ ଏକ ନିଚ୍ଛକ ଓଡ଼ିଆ ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ । ଏହି ଚଳଚ୍ଚିତ୍ରଟିରେ ଜଣେ ଗ୍ରାମୀଣ ମହିଳାର ସଂଘର୍ଷର କଥା ପ୍ରଦର୍ଶୀତ ହୋଇଥିଲା, ଯାହାର କାହାଣୀ ଲେଖିଥିଲେ ଇତି ସାମନ୍ତ । ଇତି ଦେବୀ ନିଜେ ପ୍ରଯୋଜନା ମଧ୍ୟ କରିଥିଲେ । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ହିମାଂଶୁ ଖଟୁଆ[୨] ଏବଂ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।[୩]

କ୍ରାନ୍ତିଧାରା
ନିର୍ଦ୍ଦେଶକହିମାଂଶୁ ଖଟୁଆ
ପ୍ରଯୋଜକଇତି ସାମନ୍ତ
ଚିତ୍ରନାଟ୍ୟହିମାଂଶୁ ଖଟୁଆ
କାହାଣୀଇତି ସାମନ୍ତ
କଳାକାରଗାର୍ଗୀ ମହାନ୍ତି
ସମରେଶ ରାଉତରାୟ
ଦେବାଶିଷ ପାତ୍ର
ପୁଷ୍ପା ପଣ୍ଡା
ବିଜୟଲକ୍ଷ୍ମୀ
ପିଙ୍କି
ଆଶୁତୋଷ
ପ୍ରକୃତି
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣସୁଶାନ୍ତ ବାହିନୀପତି[୧]
ସମ୍ପାଦକଅଜୟ ମିଶ୍ର
ମୁକ୍ତିଲାଭ ତାରିଖ
୧୯ ଫେବୃଆରୀ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଥିଲେ ଗାର୍ଗୀ ମହାନ୍ତି ଏବଂ ସମରେଶ ରାଉତରାୟ । ଦେବାଶିଷ ପାତ୍ର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟକ ଥିଲେ । ଅନ୍ୟାନ୍ୟ କଳାକାରମାନଙ୍କ ମଧ୍ୟରେ ଜଣାଶୁଣା ଅଭିନେତ୍ରୀ ପୁଷ୍ପା ପଣ୍ଡା ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ୧୯ ଫେବୃଆରୀ ୨୦୧୬ରେ ଓଡ଼ିଶାରେ ପ୍ରାୟ ୧୪ଟି ହଲ୍‌ରେ ମୁକ୍ତିଲାଭ କରିଥିଲା ।[୪] ଚଳଚ୍ଚିତ୍ରଟିର ମୂଳ ବାର୍ତ୍ତା ଥିଲା ନାରୀ ସଶକ୍ତିକରଣ ।[୫]

ଏହି ଚଳଚ୍ଚିତ୍ରଟିରେ ସିଧାସଳଖ ସ୍ୱର ନିଆଯାଇଥିଲା । ଏଥିରେ ପରେ ଡବିଂ କାରାଯାଇ ସ୍ୱରଗ୍ରହଣ କରାଯାଇ ନ ଥିଲା ।[୬]

୨୬ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଚଳଚ୍ଚିତ୍ର ଉପାଧି ପାଇଥିଲା । ଏହି ଚଳଚ୍ଚିତ୍ରର ପ୍ରଯୋଜିକା ତ‌ଥା କାହାଣୀକାର ଇତି ସାମନ୍ତ ଏବଂ ଅଭିନେତ୍ରୀ ଗାର୍ଗୀ ମହାନ୍ତି ମଧ୍ୟ ଏହି ଉତ୍ସବରେ ଶ୍ରେଷ୍ଠ ପୁରସ୍କାର ପାଇଥିଲେ ।

ଅଭିନୟ

କ୍ରାନ୍ତିଧାରା ଚଳଚ୍ଚିତ୍ରରେ ଛୋଟ ପରଦା ତରଙ୍ଗ ଟିଭିରେ ବିଭିନ୍ନ ଧାରାବାହିକରେ ଅଭିନୟ କରିଥିବା ଅଭିନେତ୍ରୀ ଗାର୍ଗୀ ମହାନ୍ତିଙ୍କୁ ମୁଖ୍ୟ ଭୂମିକାରେ ଅଭିନୟର ସୁଯୋଗ ମିଳିଥିଲା । ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିବା ସମରେଶ ରାଉତରାୟ କିନ୍ତୁ ଏକ ସାକାରାତ୍ମକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଏହି ଚଳଚ୍ଚିତ୍ରରେ । ଚଳଚ୍ଚିତ୍ରରେ ଖଳନାୟକ ଭାବରେ ନିଆଯାଇଥିଲା ଦେବାଶିଷ ପାତ୍ରଙ୍କୁ ।[୫]

ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ଅନ୍ୟାନ୍ୟ କଳାକାର ଗଣ ହେଲେ:

କାହାଣୀ

ଗୀତ ଓ ସଙ୍ଗୀତ

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାସ ଦାସ ।

ପୁରସ୍କାର

୨୬ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏହି ଚଳଚ୍ଚିତ୍ରଟି ପାଇଥିଲା ଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା । ଇତି ସାମନ୍ତଙ୍କୁ ତାଙ୍କ କାହାଣୀ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ନାୟିକା ଭାବରେ ଗାର୍ଗୀ ମହାନ୍ତି ମଧ୍ୟ ଏହି ପୁରସ୍କାର ଉତ୍ସବରେ ସମ୍ମାନିତ ହୋଇଥିଲେ ।[୭] ଏହି ଚଳଚ୍ଚିତ୍ରଟି ୧୨ଶ ତମ ଚେନ୍ନାଇ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଏବଂ ୭ମ ବାଙ୍ଗାଲୋର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ପାଇଁ ମନୋନୀତ ହୋଇଥିଲା ।[୮]

ଆଧାର

ବାହାର ଆଧାର