କୋଉ ଆକାଶର ଜହ୍ନ ତୁ

୨୦୨୨ ଓଡ଼ିଆ କଥାଚିତ୍ର

କୋଉ ଆକାଶର ଜହ୍ନ ତୁ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପବିତ୍ର ନାୟକ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ନିଶାନ୍ତ ମଝିତିଆ । ରାଜେନ୍ଦ୍ର ମହନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଶରତ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]

କୋଉ ଆକାଶର ଜହ୍ନ ତୁ
ନିର୍ଦ୍ଦେଶକରାଜେନ୍ଦ୍ର ମହନ୍ତ
ପ୍ରଯୋଜକପବିତ୍ର ନାୟକ
ସଂଳାପନିଶାନ୍ତ ମଝିତିଆ
ଚିତ୍ରନାଟ୍ୟବି. ଚନ୍ଦନ କୁମାର
କାହାଣୀବି. ଚନ୍ଦନ କୁମାର
କଳାକାରସୁଭାଶିଷ ଶର୍ମା
ଦିବ୍ୟା ମହାନ୍ତି
ସରୋଜ ଦାସ
ନମିତା ଦାସ
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକରାଜେଶ ଦାସ
ମୁକ୍ତିଲାଭ ତାରିଖ
୧୫ ମଇ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା ଓ ଦିବ୍ୟା ମହାନ୍ତି । ସରୋଜ ଦାସ, ନମିତା ଦାସ, ସୋମୁ, ପ୍ରଦୀପ ଦତ୍ତ, ବିରଞ୍ଚି, ସିୟା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ମଇ ୧୫ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ ।[୨] ଦେବୀଦତ୍ତ ମହାନ୍ତି, ବିଜୟ ମଲ୍ଲ, ଜ୍ଞାନୀ ଦେବାଶିଷ ମିଶ୍ର ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ, ସୁସ୍ମିତା ମିଶ୍ର, ସୋହିନୀ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."କୋଉ ଆକାଶର ଜହ୍ନ ତୁ"ବିଜୟ ମଲ୍ଲସତ୍ୟଜିତ ପ୍ରଧାନ, ସୁସ୍ମିତା ମିଶ୍ର୦୪:୨୭
2."ପାଖରେ ଥିଲେ ତୁ"ଜ୍ଞାନୀ ଦେବାଶିଷ ମିଶ୍ରସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ୦୩:୩୬
3."କାଲି କଥା ଆଜିଠୁ ଭାବିବିନି"ଦେବୀଦତ୍ତ ମହାନ୍ତିସତ୍ୟଜିତ ପ୍ରଧାନ, ସୋହିନୀ ମିଶ୍ର୦୬:୨୭

ଆଧାର

ବାହାର ଆଧାର