କୈଳାସ ସତ୍ୟାର୍ଥୀ

କୈଳାସ ସତ୍ୟାର୍ଥୀ (ଜନ୍ମ ୧୧ ଜାନୁଆରୀ ୧୯୫୪) ଜଣେ ଭାରତୀୟ ସେ ଶିଶୁମାନଙ୍କ ଅଧିକାର ନିମନ୍ତେ କାର୍ଯ୍ୟରତ ଜଣେ ସ୍ୱେଚ୍ଛାସେବୀ ଓ ନୋବେଲ ଶାନ୍ତି ପୁରସ୍କାର ସମ୍ମାନିତ ବ୍ୟକ୍ତି । ନୋବେଲ ଶାନ୍ତି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । [୨]୧୯୮୦ ମସିହାରେ ସେ ବଚପନ ବଚାଓ ଆନ୍ଦୋଳନ ଆରମ୍ଭ କରି ୧୪୪ ଦେଶର ୮୩,୦୦୦ରୁ ଅଧିକ ଶିଶୁଙ୍କ ଅଧିକାରର ସୁରକ୍ଷା କରିଅଛନ୍ତି । [୩][୪][୫]

କୈଳାସ ସତ୍ୟାର୍ଥୀ
ଜନ୍ମ (1954-01-11) ୧୧ ଜାନୁଆରୀ ୧୯୫୪ (ବୟସ ୭୦)
ଜାତୀୟତା ଭାରତୀୟ
ଶିକ୍ଷାଇଞ୍ଜିନିୟରିଂ
ବୃତ୍ତି(ସମୂହ)Activist for children's rights and children's education
ପ୍ରସିଦ୍ଧିActivism
ପୁରସ୍କାର୨୦୧୪ ନୋବେଲ ଶାନ୍ତି ପୁରସ୍କାର[୧]
ୱେବସାଇଟkailashsatyarthi.net

ତାଙ୍କୁ ପାକିସ୍ଥାନର ଛାତ୍ରୀ ମଲାଲା ୟୁସୁଫଜାଇଙ୍କ ସହ ମିଳିତ ଭାବେ ୨୦୧୪ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଶିଶୁମାନଙ୍କ ମୌଳିକ ଅଧିକାର ହାସଲ ପାଇଁ ଏହି ଦୁଇ ଜଣ କାର୍ଯ୍ୟ କରୁଛନ୍ତି । ଶିଶୁ ଶ୍ରମିକ ବିରୋଧରେ ୬୦ ବଷୀର୍ୟ କୈଳାସ ତିନି ଦଶନ୍ଧୀ ଧରି ବଚ୍‌ପନ ବଚାଓ ଆନ୍ଦୋଳନ ଚଳାଇଛନ୍ତି । ନୋବେଲ ଶାନ୍ତି ପୁରସ୍କାର ପାଇବାରେ କୈଳାସ ହେଉଛନ୍ତି ଦ୍ୱିତୀୟ ଭାରତୀୟ, ୧୯୭୯ରେ ମଦର ଟେରେସାଙ୍କୁ ଏହି ପୁରସ୍କାର ମିଳିଥିଲା । [୬][୭]

ବ୍ୟକ୍ତିଗତ ଜୀବନ

୧୯୫୪ ମସିହା ଜାନୁଆରୀ ୧୧ରେ ବିଦିସାରେ ଜନ୍ମିତ କୈଳାସ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ଓ ହାଇ ଭୋଲଟେଜ୍ ଇଞ୍ଜିନିୟରୁଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସେ ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି। କୈଳାସ ନିଜ ସ୍ୱଚ୍ଛାସେବୀ ଅନୁଷ୍ଠାନ ବଚପନ୍ ବଚାଓଦ୍ୱାରା ହଜାର ହଜାର ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ନୂଆ ଜୀବନ ଦେଇଛନ୍ତି । ସେ ସର୍କସ ପାର୍ଟି, ହୋଟେଲ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକରୁ ସେ ଅନେକ ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ଏଥିପାଇଁ ଅନେକ ସମୟରେ କୈଳାସ ଓ ତାଙ୍କର ସହଯୋଗୀମାନଙ୍କୁ ମରଶନ୍ତକ ଆକ୍ରମଣ ହୋଇଛି। ତଥାପି ସେ ତାଙ୍କ ଲକ୍ଷ୍ଯପଥରୁ ବିଚ୍ୟୁତ ହୋଇ ନଥିଲେ । ଏଥିପାଇଁ ସେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଆର୍ଗକୁ ଅନୁସରଣ କରିଛନ୍ତି। ସେ ସବୁବେଳେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ୧୯୮୦ରୁ ସେ ଏଯାବତ୍ ପାଖାପାଖି ୮୦ ହଜାର ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ପାଠପଢ଼ା ବନ୍ଦୋବସ୍ତ କରିଛନ୍ତି ।

ପୁରସ୍କାର ଓ ସମ୍ମାନ

  • ୨୦୧୪ : ନୋବେଲ ଶାନ୍ତି ପୁରସ୍କାର[୨]
  • ୨୦୦୯ : ଆମେରିକାର ଡିଫେଣ୍ଡର୍ସ ଅଫ୍ ଡେମୋକ୍ରାସି ପୁରସ୍କାର[୮]
  • ୨୦୦୮ : ଆଲଫନସୋ କମିନ୍ ଆନ୍ତର୍ଜାତିକ ପୁରସ୍କାର[୯]
  • ୨୦୦୭ : ଇଟାଲିଆନ୍ ସିନେଟ ମେଡାଲ୍[୧୦]
  • ୧୯୯୫ : କେନେଡି ମାନବଧିକାର ପୁରସ୍କାର [୧୧]

ଆଧାର