କୃଷ୍ଣଚନ୍ଦ୍ର ତ୍ରିପାଠୀ (କବିରାଜ)

ଓଡ଼ିଆ କଥାଚିତ୍ର ପ୍ରଯୋଜକ, ବୈଦ୍ୟ, ରାଜନୀତିଜ୍ଞ

କୃଷ୍ଣଚନ୍ଦ୍ର ତ୍ରିପାଠୀ (୨୩ ଫେବୃଆରୀ ୧୯୧୪[୧] - ୧୭ ଅକ୍ଟୋବର ୨୦୦୬) ଜଣେ କବିରାଜ, ଓଡ଼ିଆ କଥାଚିତ୍ର ପ୍ରଯୋଜକ, ଲେଖକ ଓ ରାଜନେତା ଥିଲେ । ଓଡ଼ିଆ କଥାଚିତ୍ର ପ୍ରଯୋଜନା, ବିତରଣ ଓ ପ୍ରଦର୍ଶନ ନିମନ୍ତେ ଗଠିତ ପ୍ରଥମ ସମବାୟ ସଂସ୍ଥା ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନର ସଂସ୍ଥାପକ । [୨]୧୯୭୧ରୁ ୧୯୭୩ ପର୍ଯ୍ୟନ୍ତ ସେ ପଞ୍ଚମ ବିଧାନ ସଭାରେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ପ୍ରତିନିଧି ଥିଲେ ।[୩]ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ସଭ୍ୟ ଥିଲେ । ସେ ଉତ୍କଳ ଆୟୁର୍ବେଦିକ କୋ-ଅପରେଟିଭ ଫାର୍ମାସୀ ଲିମିଟେଡ଼, ଆସିକା, ଉତ୍କଳ କେମିକାଲ କମ୍ପାନୀ ଓ କବିରାଜ ଭବନର ପ୍ରତିଷ୍ଠାତା ଅଟନ୍ତି ।

କବିରାଜ

କୃଷ୍ଣଚନ୍ଦ୍ର ତ୍ରିପାଠୀ

ଶର୍ମା
ଜନ୍ମ(1914-02-23)୨୩ ଫେବୃଆରୀ ୧୯୧୪
ମୃତ୍ୟୁ୧୭ ଅକ୍ଟୋବର ୨୦୦୬(2006-10-17) (ବୟସ ୯୨)
ସକ୍ରିୟ ବର୍ଷ୧୯୫୯-୧୯୬୨
ପ୍ରସିଦ୍ଧିପ୍ରଯୋଜକ
ବୈବାହିକ-ସାଥୀବିନୋଦିନି ଦେବୀ
ପୁରସ୍କାରଜୟଦେବ ପୁରସ୍କାର, ୧୯୮୧
କୃଷ୍ଣଚନ୍ଦ୍ର ତ୍ରିପାଠୀ
ବିଧାୟକ, ପଞ୍ଚମ ବିଧାନ ସଭା
କାର୍ଯ୍ୟକାଳ
୨୩ ମାର୍ଚ୍ଚ ୧୯୭୧ – ୦୩ ମାର୍ଚ୍ଚ ୧୯୭୩
ପୂର୍ବ ଅଧିକାରୀହରିହର ଦାସ
ପର ଅଧିକାରୀହରିହର ଦାସ
ନିର୍ବାଚନ ମଣ୍ଡଳୀଆସିକା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଉତ୍କଳ କଂଗ୍ରେସ

ପ୍ରଯୋଜିତ କଥାଚିତ୍ର

ରଚନାବଳୀ

  • ପୂର୍ବାର୍ଦ୍ଧ ଆୟୁର୍ବେଦ ଚିକିତ୍ସା ସଂଗ୍ରହ
  • ଉତ୍ତରାର୍ଦ୍ଧ ଆୟୁର୍ବେଦ ଚିକିତ୍ସା ସଂଗ୍ରହ
  • ଆୟୁର୍ବେଦ ଚିକିତ୍ସା ସଂଗ୍ରହ ପରିଶିଷ୍ଠ ଭାଗ
  • ଜ୍ୱର ଚିକିତ୍ସାର୍ଣ୍ଣବ
  • ଜ୍ୱର ଚିକିତ୍ସା ସଂଗ୍ରହ ପରିଶିଷ୍ଠ ଭାଗ
  • ସ୍ୱପ୍ନଦୋଷ ଚିକିତ୍ସା
  • କୋଷ୍ଠକାଠିନ୍ୟ ଚିକିତ୍ସା
  • ବେଦ ବାକ୍ୟ

ପୁରସ୍କାର ଓ ସମ୍ମାନ

ଆଧାର

ଅଧିକ ତଥ୍ୟ