କୁମ୍ଭ (ମାସ)

ଓଡ଼ିଆ ମାସ

ସୌର ବର୍ଷର ଏକାଦଶ ମାସ ହେଉଛି କୁମ୍ଭ ମାସ । ଏହା କୁମ୍ଭ ସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।

ଜ୍ୟୋତିଷୀୟ ପୃଷ୍ଠଭୂମି

ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[୧] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି କୁମ୍ଭ ରାଶିରେ ଅବସ୍ଥାନ କରେ ସେହି ସମୟ ତୁଳା ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ ଫେବୃଆରୀର ମଧ୍ୟ ଭାଗରୁ ଆରମ୍ଭ ହୋଇ ମାର୍ଚ୍ଚ ମାସର ମଧ୍ୟ ଭାଗରେ ଶେଷ ହୁଏ ‌। ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ ମାଘଫଗୁଣ ସହ ଏହା ସମ୍ବନ୍ଧିତ ।[୨] ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[୩] ମୂଖ୍ୟତଃ ଭାରତୀୟ ଶୀତ ଋତୁରେ ପଡୁଥିବା ଏହି ସୌର ମାସରେ ବସନ୍ତ ପଞ୍ଚମୀ ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣି ପାଳିତ ହୁଏ ।[୪]>

  • ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ଏକାଦଶ ସୌର ମାସ (ଫଗୁଣ) ୧୩ ଫେବୃଆରୀ- ୧୪ ମାର୍ଚ୍ଚ ।[୫]

ଅଧିକ ତଥ୍ୟ

ଆଧାର