କୁମୁଦିନୀ ଦେବୀ
- ପୃଷ୍ଠା
- ଆଲୋଚନା
କୁମୁଦିନୀ ଦେବୀ | |
---|---|
ବୃତ୍ତି | କବି, ଗାୟକ |
ସନ୍ତାନ | ଶିବବ୍ରତ ଦାସ |
ପରିବାର | ଲକ୍ଷ୍ମୀକାନ୍ତ ମହାପାତ୍ର |
କୁମୁଦିନୀ ଦେବୀ ବିଂଶ ଶତାବ୍ଦୀ ପ୍ରଥମାର୍ଦ୍ଧରେ ସକ୍ରିୟ ଥିବା ଜଣେ ଓଡ଼ିଶୀ ଗାୟିକା ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ରେକର୍ଡ଼ ହୋଇଥିବା ମହିଳା କଣ୍ଠଶିଳ୍ପୀ । ଓଡ଼ିଶାରେ ମଞ୍ଚ ନାଟକର ପ୍ରାରମ୍ଭରେ ପୁରୁଷପ୍ରଧାନ ପରିବେଶରେ କଣ୍ଠସଂଗୀତ ଗାନ କରିବାରେ ଅଳ୍ପ କେତେଜଣ ନାରୀ କଣ୍ଠଶିଳ୍ପୀଙ୍କ ମଧ୍ୟରୁ ସେ ଅନ୍ୟତମ ।[୧] ୧୯୦୬ ମସିହାରେ ସେ ବୋଲିଥିବା ଏକାଧିକ ଓଡ଼ିଶୀ ଗୀତ ଗ୍ରାମୋଫୋନ ଜରିଆରେ ରେକର୍ଡ଼ ହୋଇଥିଲା । ସେ ଆକାଶବାଣୀ କଟକର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଥିଲେ ଓ ସେଠାରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରୁଥିଲେ ।[୨] ଲକ୍ଷ୍ମୀକାନ୍ତ ମହାପାତ୍ର ତାଙ୍କର ବଡ଼ ଭାଇ ଥିଲେ ।[୩]
କୁମୁଦିନୀ ଦେବୀ ଶଚୀନ୍ଦ୍ର ଦାସଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇ ପୁଅଙ୍କ ନାମ ଶିବବ୍ରତ ଓ ପୁଣ୍ୟବ୍ରତ[୩] ।
ଓଡ଼ିଶାରେ ମଞ୍ଚ ନାଟକ ପ୍ରାରମ୍ଭିକ କାଳରେ ପୁରୁଷପ୍ରଧାନ ଥିଲା । ତେବେ କୁମୁଦିନୀ ଦେବୀଙ୍କ ସମେତ ସୁମତୀ ଦେବୀ, ଲକ୍ଷ୍ମୀପ୍ରିୟା ଦେବୀ, ଇନ୍ଦୁମତୀ ଦେବୀ ଓ ମଦନ ସୁନ୍ଦରୀ ଆଦି ଅଳ୍ପ କେତେଜଣ କଣ୍ଠଶିଳ୍ପୀ ମଧ୍ୟ କଣ୍ଠସଂଗୀତ ପରିବେଷଣ କରୁଥିଲେ ।[୧]