କାହ୍ନୁ ଚରଣ ଜେନା

ଭାରତୀୟ ରାଜନୀତିଜ୍ଞ

କାହ୍ନୁ ଚରଣ ଜେନା (୨୭ ଫେବୃଆରୀ ୧୯୨୦ – ୨୧ ଫେବୃଆରୀ ୨୦୦୦) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତ ସଂସଦର ତଳ ସଦନ ଲୋକ ସଭା୧ମ, ୨ୟ୩ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୧୯୫୨ରୁ ୧୯୬୭ ଯାଏଁ ସେ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଭଦ୍ରକରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩][୪]

କାହ୍ନୁ ଚରଣ ଜେନା
ସାଂସଦ: ଲୋକ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୭
ପର ଅଧିକାରୀଧରଣୀଧର ଜେନା
ନିର୍ବାଚନ ମଣ୍ଡଳୀଭଦ୍ରକ, ଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-02-27)୨୭ ଫେବୃଆରୀ ୧୯୨୦
ସୋହୋରା, ବାଲେଶ୍ୱର, ଓଡ଼ିଶା, ବ୍ରିଟଶ ରାଜ
ମୃତ୍ୟୁ୨୧ ଫେବୃଆରୀ ୨୦୦୦(2000-02-21) (ବୟସ ୭୯)[୧]
ଭଦ୍ରକ, ଭଦ୍ରକ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସରସ୍ୱତୀ ଦେବୀ

ଜନ୍ମ

ସେ ୨୭ ଫେବୃଆରୀ ୧୯୨୦ରେ ବାଲେଶ୍ୱର ଜିଲ୍ଲାର ସୋହୋରାଠାରେ ଜନ୍ମଗ୍ରହଣ କରିଥିଲେ ।

ରାଜନୀତି

କାହ୍ନୁ ଚରଣ ସ୍ୱାଧୀନତା ପରେ ଭାରତୀୟ ସଂସଦଲୋକ ସଭାପ୍ରଥମ ସଭାକୁ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ପରେ ଲଗାତାର ଆଉ ଦୁଇଥର ନିର୍ବାଚିତ ହୋଇ ୨ୟ୩ୟ ଲୋକ ସଭାରେ ୧୯୬୭ ମସିହା ଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଶ୍ରୀ ଜେନା ୨୧ ଫେବୃଆରୀ ୨୦୦୦ରେ ଓଡ଼ିଶାଭଦ୍ରକ ଜିଲ୍ଲାରେ ୭୯ ବର୍ଷ ବୟସରେ ପ୍ରାଣ ହରାଇଥିଲେ ।

ଆଧାର

ବାହାର ଆଧାର