କଳମଶାଗ


କଳମ ବା କଳମ ଶାଗ ହେଉଛି ଏକ ସପୁସ୍ପକ ଗୁଳ୍ମଜାତୀୟ ବର୍ଷଜୀବୀ ଉଦ୍ଭିଦ, ଯାହା ମୁଖ୍ୟତଃ ପାଣିରେ ଅଥବା ସନ୍ତସନ୍ତିଆ ଜାଗାରେ ବଢ଼ିଥାଏ। କଳମ ଦୁଇ ପ୍ରକାର ହୋଇଥାଏ, ଗୋଟିଏ ହେଲା କଳମ ଶାଗ - ଶାଗ ଭାବେ ବ୍ୟବହାର କରାଯାଉଥିବା ଛୋଟ ଛୋଟ ପତ୍ର ଯୁକ୍ତ କଳମ ଓ ଅନ୍ୟଟି ହେଲା ବିଲ ହୁଡ଼ାରେ ବାଡ଼ ଭାବେ ଲଗା ଯାଉଥିବା ବିଲ କଳମ, ଯାହାର ପତ୍ର ଅପେକ୍ଷାକୃତ ବଡ଼ ଆକାରର ହୋଇଥାଏ ଓ ଗଛ ଅଧିକ ଉଚ୍ଚ ଓ ସବଳ କାଣ୍ଡଯୁକ୍ତ ହୋଇଥାଏ। ଉଭୟ ଗଛର କାଣ୍ଡ ପୋଲା ହୋଇଥାଏ।

କଳମ ଶାଗ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Asterids
ଗଣ:Solanales
କୁଳ:Convolvulaceae
ପ୍ରଜାତି:Ipomoea
ଜାତି:I. aquatica
ବାଇନୋମିଆଲ ନାମ
Ipomoea aquatica
Forssk.

ଏହି ଗଛ ମୁଖ୍ୟତଃ ପୃଥିବୀର କ୍ରାନ୍ତିୟ ଓ ଉପକ୍ରାନ୍ତିୟ ମଣ୍ଡଳରେ ଦେଖାଯାଏ। ଇଂରାଜିରେ ଏହାକୁ ଓ୍ୱାଟର ସ୍ପିନାକ (ପାଣି ପାଳକ) ବା ରିଭର ସ୍ପିନାକ (ନଦୀ ପାଳକ) (Water spinach, River spinach) ବୋଲି ମଧ୍ୟ କୁହାଯାଇଥାଏ।[୧] ଏହାକୁ ଚିନା ପାଳକ, "Chinese spinach" ବା କାଂଗକଂଗ ବୋଲି କହିଥାନ୍ତି। ବଂଲାଦେଶରେ ଏହାକୁ କଲମି ଶାକ ବୋଲି କୁହାଯାଏ। [୨] ଏହା ପାଣିରେ ଆପେ ଆପେ ବ୍ୟାପେ। ଏହି ଗଛର ଫୁଲରୁ ମଞ୍ଜି ଜାତ ହୁଏ, ଯାହାକୁ ଏହି ଗଛର ବଂଶବୃଦ୍ଧି ପାଇଁ ବ୍ୟବହାର କରାଯାଇପାରେ। [୩]

ବିବିଧ ଭାଷାରେ ନାମ

ଭାଷାନାମ
ଓଡ଼ିଆକଳମ (କଳମ ଶାଗ)
ସଂସ୍କୃତକଳମ୍ବି
ହିନ୍ଦୀକଲମିଶାଗ
ଅସିମୀୟାରାଉମୁଓଂଗ
ଗୁଜରାଟୀନଲନିଭାଜି
ତାମିଲକୋଇଲାଙ୍ଗୁ, ଭେଲାଇକୀରାଇ
ତେଲୁଗୁତୁତିକୁରା
ବଙ୍ଗଳାକଲମିଶାକ
ମରାଠିନାଡ଼ି ଶାକ
ଫରାସୀIpomee
ଇଂରାଜୀSwamp Cabbage, River Spinach, Water Spinach

ଉପକାରିତା ଓ ଉପଯୋଗ

ବ୍ୟଂଜନ

ଏହା ଓଡ଼ିଶାରେ ଏକ ଲୋକ ପ୍ରିୟ ଶାଗ। ପଖାଳ ଭାତ ସାଙ୍ଗକୁ କଳମ ଶାଗର ଖରଡ଼ା ବହୁତ ସ୍ୱାଦିଷ୍ଠ।

ଔଷଧୀୟ

ଗର୍ଭବତୀ, ମଧୁମେହଗ୍ରସ୍ତ ମୂଷାମାନଙ୍କ ଉପରେ ପରୀକ୍ଷଣ କରି ଜଣା ଯାଇଛି ଯେ, ଏହା ରକ୍ତ ଶର୍କରାକୁ କମାଇବାରେ ଉପଯୋଗୀ ହୋଇଥାଏ। [୪][୫]

  1. ଅଫିମ ଓ ଶଂଖୁଆ ବିଷର ପ୍ରତିକ୍ରିୟାକୁ କମ୍ କରିବାପାଇଁ(ଗଛର ରସ)
  2. ସାଧାରଣ ଦୁର୍ବଳତା ଓ ସ୍ନାୟୁବିକ ଦୁର୍ବଳତାକୁ ଦୂର କରିବାପାଇଁ (ସର୍ବାଙ୍ଗ)
  3. କୋଷ୍ଠ (ଝାଡ଼ା) ପରିସ୍କାର କରିବାପାଇଁ (ଗଛର ରସ)

ଅପକାରିତା

ଏହି ଗଛ ମାଧ୍ୟମରେ ଏକ ପ୍ରକାରର ପରଜୀବୀ ବ୍ୟାପିଥାଏ, ଯାହା ମାନବ ଓ ଘୁଷୁରି ଅନ୍ତ୍ରରେ ବଢ଼ି ଫ୍ଲାସ୍କିଓଲୋପାସିଆସିସ ନାମକ ରୋଗ ଉତ୍ପନ୍ନ କରିଥାଏ। [୬]

ବିଦେଶରେ କଳମଶାଗର ବ୍ୟଂଜନ

ଆଉମଧ୍ୟ ଦେଖନ୍ତୁ

ଆଧାର

ବାହାର ଆଧାର