କନ୍‌କସନ

ଏକ ପ୍ରକାର ମସ୍ଥିଷ୍କ ଆଘାତ

କନ୍‌କସନ (ଇଂରାଜୀ ଭାଷାରେ Concussion, ଅନ୍ୟ ନାମ mild traumatic brain injury/mTBI) ଏକ ପ୍ରକାର ମୁଣ୍ଡ ଆଘାତ (head injury) ଯାହା ମସ୍ତିଷ୍କର କାର୍ଯ୍ୟକୁ (brain function) ଅସ୍ଥାୟୀ ରୂପରେ ପ୍ରଭାବିତ କରିଥାଏ ।[୮] ମୁଣ୍ଡ ବିନ୍ଧା, ଚିନ୍ତନ, ସ୍ମରଣ ବା ଲୟ ରଖିବାରେ ସମସ୍ୟା, ଅଇ, ଝାପ୍‌ସା ଦୃଷ୍ଟି (blurry vision) ଓ ନିଦ୍ରା ବିଘ୍ନ ଓ ମନୋଦଶା ପରିବର୍ତ୍ତନ (mood changes) ଇତ୍ୟାଦି ଲକ୍ଷଣମାନ ଏହି ଅବସ୍ଥାରେ ଦେଖାଯାଏ ।[୧] କେତେକ ଲକ୍ଷଣ ତୁତନ୍ତ ବାହାରେ ଓ ଆଉ କେତେକ ଆଘାତର କିଛି ଦିନ ପରେ ବାହାରେ ।[୧] କ୍ରୀଡ଼ା ସମ୍ପର୍କିତ କନ୍‌କସନ ହୋଇଥିବା ପିଲାଙ୍କ ମଧ୍ୟରୁ ୧୦% ଚେତା ହରେଇଥାଆନ୍ତି (loss of consciousness) ।[୯] କେତେକ ସ୍ଥଳରେ ଏହା ୪ ସପ୍ତାହ ପର୍ଯ୍ୟନ୍ତ ରହିପାରେ ।[୨]

କନ୍‌କସନ (Concussion)
Mild brain injury, mild traumatic brain injury (mTBI), mild head injury (MHI), minor head trauma
Acceleration (g-forces) can exert rotational forces in the brain, especially the midbrain and diencephalon.
ବିଭାଗଆଶୁ ଚିକିତ୍ସା (Emergency medicine), ସ୍ନାୟୁ ବିଜ୍ଞାନ (neurology)
ଲକ୍ଷଣମୁଣ୍ଡବିନ୍ଧା, ଚିନ୍ତନ, ସ୍ମରଣ ବା ଲୟ ରଖିବାରେ ସମସ୍ୟା, ଅଇ, ଝାପ୍‌ସା ଦୃଷ୍ଟି (blurry vision) ଓ ନିଦ୍ରା ବିଘ୍ନ ଓ ମନୋଦଶା ପରିବର୍ତ୍ତନ (mood changes)[୧]
ଅବଧି୪ ସପ୍ତାହ ପର୍ଯ୍ୟନ୍ତ[୨]
କାରଣଗାଡ଼ି ଧକ୍କା (Motor vehicle collisions), ଦୁର୍ଘଟଣା ପତନ falls, କ୍ରୀଡ଼ା ଆଘାତ sports injuries, ସାଇକେଲ ଦୁର୍ଘଟଣା (bicycle accidents)[୩][୪]
ବିପଦ କାରକମଦ୍ୟପାନ (alcohol[୫]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ[୬]
ପ୍ରତିକାରସାଇକେଲ ଓ ମଟର ସାଇକେଲ ଚଲେଇବା ବେଳେ ହେଲମେଟ (Helmet) ବ୍ୟବ‌ହାର ।[୩]
ଔଷଧପାରାସେଟାମୋଲ (acetaminophen), (NSAIDs)[୨]
ଚିକିତ୍ସାଦୈହିକ ଓ ମାନସିକ ବିଶ୍ରାମ [୭][୨]
ପୁନଃପୌନିକବାର୍ଷିକ ୧୦୦୦ ଲୋକରେ ୬ ଜଣ[୩]

ସାଧାରଣତଃ ଗାଡ଼ି ଧକ୍କା (Motor vehicle collisions), ଦୁର୍ଘଟଣା ପତନ falls, କ୍ରୀଡ଼ା ଆଘାତ sports injuries, ସାଇକେଲ ଦୁର୍ଘଟଣା (bicycle accidents) ଇତ୍ୟାଦି କାରଣରୁ ଏହି ଆଘାତ ହୁଏ ।[୩][୪] ମଦ୍ୟ ପାନ କଲେ ଏହି ଆଘାତ ହେବାର ସଙ୍କଟ ବଢ଼ିଯାଏ ।[୫] ମୁଣ୍ଡ ଉପରେ ପ୍ରତ୍ୟକ୍ଷ ଆଘାତ ହେଲେ ବା ଦେହର ଅନ୍ୟ ଅଂଶର ଆଘାତ ସଞ୍ଚାରିତ ହେଲେ ମଧ୍ୟ କନ୍‌କସନ ହୋଇପାରେ ।[୨] ନିଉରନମାନଙ୍କର ବେଠିକ କାର୍ଯ୍ୟଧାରା ଫଳରେ ଗ୍ଲୁକୋଜ ଆବଶ୍ୟକତା ବଢ଼ିଯାଏ କିନ୍ତୁ ରକ୍ତ ସରବରାହ କମିଯାଏ, ଫଳରେ ଏହି ଅବସ୍ଥା ଉପୁଜେ ।[୨] ଏହି ରୋଗ ନିର୍ଣ୍ଣୟ ନିମନ୍ତେ ୩୦ ମିନିଟରୁ କମ୍ ଚେତା ଶୂନ୍ୟ ରହିବା, ୨୪ ଘଣ୍ଟାରୁ କମ ସ୍ମରଣ ଶକ୍ତି ହ୍ରାସ ଓ ଗ୍ଲାସଗୋ କୋମା ସ୍କେଲ (Glasgo come scale) ସ୍କୋର ୧୩ରୁ ୧୫ ଥିବା ଆବଶ୍ୟକ ।[୬] ଏହାଠାରୁ ଅଧିକ ହେଲେ ମଧ୍ୟମ ବା ସାଂଘାତିକ ଆଘାତ ଜନିତ ମସ୍ତିଷ୍କ ଚୋଟ ନିର୍ଣ୍ଣୟ କରାଯାଏ (traumatic brain injury) ।[୬]

ସାଇକେଲ ବା ମୋଟର ସାଇକେଲରେ ଗଲାବେଳେ ସର୍ବଦା ହେଲମେଟ (helmet) ବ୍ୟବ‌ହାର କଲେ ପ୍ରତିଷେଧ ହୋଇପାରିବ ।[୩] ଦିନେ ଦୁଇ ଦିନ ବିଶ୍ରମ ନେବାପରେ ନିଜ କାମ କରିହୁଏ ।[୭][୨] ଅଧିକ ଦିନ ବିଶ୍ରାମ ନେଲେ ଅଧିକ ଖରାପ ହୁଏ ।[୨] ପାରାସେଟାମୋଲ ଓ ଏନଏସଏଆଇଡି (NSAIDs) ଆଦି ଔଷଧ ଯନ୍ତ୍ରଣା ନିମନ୍ତେ ଦିଆଯାଏ ।[୨] ଶରୀର ନିୟନ୍ତ୍ରଣ ଅସୁବିଧା ହେଲେ ଫିଜିଓଥେରାପି (Physiotherapy) ଓ ମନୋଦଶା ଖରାପ ଥିଲେ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) ଦିଆଯାଇପାରେ ।[୨] ହାଇପରବାରିକ ଅମ୍ଳଜାନ ଥେରାପି (hyperbaric oxygen therapy) ଓ ଚିରୋପ୍ରାକ୍ଟିକ (chiropractic therapy) ଥେରାପିର ଉପକାରୀତା ପ୍ରମାଣ ମିଳୁନି । [୨]

ପ୍ରତି ବର୍ଷ ପ୍ରାୟ ୧୦୦୦ ଲୋକରେ ୬ ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୩] ଆଘାତ ଜନିତ ମସ୍ତିଷ୍କ ଚୋଟ ମଧ୍ୟରୁ ଏହା ଅତି ସାଧାରଣ ରୋଗ ।[୩] ପୁରୁଷ ଓ ଯୁବା ବୟସର ଲୋକମାନେ ଅଧିକ ଶିକାର ହୁଅନ୍ତି । [୩] କନ୍‌କସନ ରୋଗର ଫଳାଫଳ ସାଧାରଣତଃ ଉତ୍ତମ ରହେ ।[୧୦] ଗୋଟିଏ କନ୍‌କସନ ପୂର୍ବରୁ ଅନ୍ୟ ଏକ କନ୍‌କସନ ହୋଇ ଭଲ ହୋଇଯାଇଥିଲେ ସଦ୍ୟ କନ୍‌କସନର ଫଳ ନୈରାଶ୍ୟ ଜନ‌କ ହୁଏ । [୧୧][୧୨] ବାରମ୍ବାର କନ୍‌କସନ ହେଲେ ପରବର୍ତ୍ତୀ ଜୀବନରେ କ୍ରନିକ ଟ୍ରମାଟିକ ଏନସେଫାଲୋପାଥି (chronic traumatic encephalopathy), ପାର୍କିନ୍‌ସନ୍ ରୋଗ ବା ଅବସାଦ (depression) ରୋଗ ସଙ୍କଟ ବୃଦ୍ଧି ପାଏ ।[୧୩]

Video explanation of concussions in children[୧୪]

ଆଧାର