ଓଷ୍ଟିଓଆର୍ଥ୍ରାଇଟିସ
ଓଷ୍ଟିଓଆର୍ଥ୍ରାଇଟିସ (ଓଏ) ବା କ୍ଷୟକାରୀ ଗଣ୍ଠି ରୋଗ, ଅନ୍ୟ ଜଣାଶୁଣା ନାମ ଡିଜେନେରେଟିଭ ଆର୍ଥ୍ରାଇଟିସ, ଡିଜେନେରେଟିଭ ଗଣ୍ଠି ରୋଗ, ବା ଡିଜେନେରେଟିଭ ଆର୍ଥ୍ରୋସିସ, ଏକ ପ୍ରକାର ଗଣ୍ଠି ରୋଗ ଯେଉଁଥିରେ ଗଣ୍ଠି ଉପାସ୍ଥି ଓ ଏହା ନିମ୍ନସ୍ଥ ଅସ୍ଥି କ୍ଷୟ ହୁଏ ।[୧] ଏହି ରୋଗର ଅତି ସାଧାରଣ ଲକ୍ଷଣ ମଧ୍ୟରେ ଗଣ୍ଠି ଯନ୍ତ୍ରଣା ଓ ଗଣ୍ଠି ଚଳନ ଅକ୍ଷମତା ମୂଖ୍ୟତଃ ଦେଖାଯାଏ । ପ୍ରଥମେ ପ୍ରଥମେ ବ୍ୟାୟାମ କଲାପରେ ଲକ୍ଷଣ ପ୍ରକାଶ ପାଏ, ସମୟ କ୍ରମେ ଏହା ସର୍ବଦା ପ୍ରକାଶ ପାଏ । ଅନ୍ୟାନ୍ୟ ଲକ୍ଷଣ: ଗଣ୍ଠିରେ ତରଳ ପଦାର୍ଥ ଜମେ, ଗଣ୍ଠିର ଚଳନ କ୍ଷମତା କମିଯାଏ, ପିଠି ଗଣ୍ଠିରେ ରୋଗ ହେଲେ ପିଠି ଦୁର୍ବଳ ଲାଗେ କିମ୍ବା ହାତ ଗୋଡ କାଲୁଆ ହୋଇଯାଏ । ଅଧିକ ରୋଗଗ୍ରସ୍ତ ହେଉଥିବା ଗଣ୍ଠିମାନଙ୍କର ନାମ ଆଙ୍ଗୁଠି ଅଗ ଗଣ୍ଠି, ବୃଦ୍ଧାଙ୍ଗୁଳି ମୂଳ ଗଣ୍ଠି, ବେକ, ଅଣ୍ଟା, ଆଣ୍ଠୁ ଓ ପିଚା ଗଣ୍ଠି । ଦେହର ଏକ ପାଖର ଗଣ୍ଠି ଅଧିକ ରୋଗଗ୍ରସ୍ତ ହୁଏ । ସାଧାରଣତଃ ବର୍ଷ ବର୍ଷ ଧରି ରୋଗ ଧୀରେ ଧୀରେ ହୁଏ । ଏହାଦ୍ୱାରା ବ୍ୟବସାୟ ଓ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୁଏ । ଅନ୍ୟାନ୍ୟ ଗଣ୍ଠି ରୋଗ ଭଳି ନ ହୋଇ ଏହା କେତେକ ନିର୍ଦ୍ଦିଷ୍ଟ ଗଣ୍ଠିକୁ ଧରେ ।[୨]
ଓଷ୍ଟିଓଆର୍ଥ୍ରାଇଟିସ | |
---|---|
The formation of hard nobs at the middle finger joints (known as Bouchard's nodes) and at the farther away finger joint (known as Heberden's node) are a common feature of OA in the hands. | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Rheumatology, orthopedics |
ଆଇସିଡ଼ି-୧୦ | M15.-M19., M47. |
ଆଇସିଡ଼ି-୯-ସିଏମ୍ | 715 |
ଓଏମ୍ଆଇଏମ୍ | 165720 |
ରୋଗ ଡାଟାବେସ | 9313 |
ମେଡ଼ିସିନ-ପ୍ଲସ | 000423 |
ଇ-ମେଡ଼ିସିନ | med/1682 orthoped/427 pmr/93 radio/492 |
Patient UK | ଓଷ୍ଟିଓଆର୍ଥ୍ରାଇଟିସ |
MeSH | D010003 |
ପୂର୍ବତନ ଗଣ୍ଠି ଆଘାତ, ଅଣବିକଶିତ ବା ଅସ୍ୱାଭାବିକ ଗଣ୍ଠି ଓ ବଂଶାନୁକ୍ରମିକ ତ୍ରୁଟି । ଅଧିକ ଓଜନ, ଅସମାନ ଗୋଡ଼ ଓ ଗଣ୍ଠିରେ ଚାପ ପଡ଼ୁଥିବା କାର୍ଯ୍ୟ ଇତ୍ୟାଦି ଏହି ରୋଗ ସୃଷ୍ଟିର ସହାୟକ ହୁଏ । [୨][୩] ଗଣ୍ଠିରେ ଯାନ୍ତ୍ରିକ ଚାପ ଓ ନିମ୍ନ ସ୍ତରର ପ୍ରଦାହ ଏହି ରୋଗ ସୃଷ୍ଟି କରିବାରେ ସହାୟକ ହୁଏ । [୪] ଉପାସ୍ଥି କ୍ଷୟରୁ ଆରମ୍ଭ ହୋଇ ଧୀରେ ଧୀରେ ଉପାସ୍ଥି ନିମ୍ନରେ ଥିବା ଅସ୍ଥି କ୍ଷୟ ହୁଏ ।[୨] ଯନ୍ତ୍ରଣା ଯୋଗୁ ବ୍ୟାୟାମ ନ ହୋଇ ପାରି ମାଂସପେଶୀ କ୍ଷୟ ହୁଏ । [୩][୫] ଚିହ୍ନ ଓ ଲକ୍ଷଣ ସହ ମେଡିକାଲ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ ଓ ଏହା ସହିତ ଅନ୍ୟାନ୍ୟ ପରୀକ୍ଷା ସାହାଯ୍ୟରେ ଅନ୍ୟ ସନ୍ଦେହାତ୍ମକ ରୋଗ ନିର୍ଣ୍ଣୟ ଦୂର କରାଯାଏ । ରିଉମାଟଏଡ ଆର୍ଥ୍ରାଇଟିସ ଭଳି ଏହି ରୋଗରେ ପ୍ରଦାହ ହୁଏନି, ତେଣୁ ଲାଲ ଦେଖାଯାଏନି ବା ଗରମ ଲାଗେନି ।[୨]
ଯନ୍ତ୍ରଣା ଲାଘବକାରୀ ଔଷଧ, ଗଣ୍ଠି ଉପରେ ଚାପ କମେଇବା, ସାହାଯ୍ୟକାରୀ ଦଳ ସହିତ ବ୍ୟାୟାମ କରି ଏହା ଚିକିତ୍ସା କରାଯାଏ । ଗଣ୍ଠି ବିଶ୍ରାମ, ବାଡ଼ି ଓ ବ୍ରେସ ସହାୟତାରେ ଗଣ୍ଠି ଉପରେ ଚାପ କମେଇ ଦିଆଯାଇପାଏ । ଅଧିକ ଓଜନ ସମ୍ପର୍ଣ୍ଣ ଲୋକର ଓଜନ କମେଇଲେ ଉପକାର ମିଳେ । ଯନ୍ତ୍ରଣା ନିମନ୍ତେ ପାରାସେଟାମୋଲ (ଆସେଟାମିନୋଫେନ) ଦିଆଯାଏ । ଏହି ଔଷଧ କାମ ନ କଲେ ନାପ୍ରୋକ୍ସେନ ଭଳି ଏନଏସଆଇଡି ଦିଆଯାଏ । ନିଶା ଭୟରେ ଓପିଏଡ ସ୍ୱଳ୍ପକାଳ ନିମନ୍ତେ ଦିଆଯାଏ ।[୨] ସାଧାରଣ ଜୀବନଧାରା ବିପର୍ଯ୍ୟୟ ହେଲେ ଗଣ୍ଠି ରୋପଣ କରାଯାଏ । କୃତ୍ରିମ ଗଣ୍ଠି ସ୍ୱଳ୍ପ କାଳ ନିମନ୍ତେ କାମ ଦିଏ ।[୩] ଅଧିକାଂଶ ରୋଗୀଙ୍କର ଚିକିତ୍ସା ଫଳାଫଳ ଉତ୍ତମ ରହେ । [୨]
ସନ ୨୦୧୦ ହିସାବ ଅନୁସାରେ ଆଣ୍ଠୁ ଓ ହିପ ଓଷ୍ଟିଓଆର୍ଥ୍ରାଇଟିସ ରୋଗ ଏକ ଅତି ସାଧାରଣ ରୋଗ ଯାହା ଜନସଂଖ୍ୟାର ୩.୮ %ଲୋକଙ୍କୁ ହୋଇଥିଲା ।[୨][୬] ବୟସ ୬୦ ଉର୍ଦ୍ଧ୍ୱ ୧୦ % ପୁରୁଷମାନଙ୍କୁ ଓ ୧୮ % ମହିଳାମାନଙ୍କୁ ଏହି ରୋଗ ହୁଏ ।[୩] ଅସାମର୍ଥ୍ୟ ସହିତ ବଞ୍ଚିବାର କାରଣ ମଧ୍ୟରୁ ୨ % ଏହି ରୋଗ ଯୋଗୁ ହୁଏ ।[୬] ଅଷ୍ଟ୍ରେଲିଆରେ ୧.୯ ନିୟୁତ[୭] ଓ ଆମେରିକାରେ ପ୍ରାୟ ୨୭ % ଲୋକଙ୍କୁ ଏହି ରୋଗ ହୁଏ ।[୨] ବୟସ ୪୫ ପୂର୍ବରୁ ପୁରୁଷମାନଙ୍କୁ ଏହି ରୋଗ ଅଧିକ ହୁଏ ଓ ୪୫ ବର୍ଷ ବୟସ ପରେ ମହିଳାମାନଙ୍କୁ ଏହା ଅଧିକ ହୁଏ । ଅତି ବୟସ ବଢିଗଲେ ଉଭୟ ଲିଙ୍ଗର ଲୋଳଙ୍କୁ ସମ ପରିମାଣରେ ଏହି ରୋଗ ହୁଏ । [୨]
ଚିହ୍ନ ଓ ଲକ୍ଷଣ
![](http://upload.wikimedia.org/wikipedia/commons/thumb/9/93/Gonarthrose-Knorpelaufbrauch.jpg/220px-Gonarthrose-Knorpelaufbrauch.jpg)
ଯନ୍ତ୍ରଣା ଏହି ରୋଗର ମୂଖ୍ୟ ଲକ୍ଷଣ । ଏହା ତୀବ୍ର ହୁଏ ବା ଜଳିବା ଭଳି ହୁଏ; ଗଣ୍ଠିକୁ ଚଲଉଥିବା ମାଂସପେଶୀ ଓ ପେଶୀରଜ୍ଜୁରେ ଅନୁଭୁତ ହୁଏ ଓ ଅକର୍ମନ୍ୟତା ହୁଏ। ଗଣ୍ଠି ଚଲେଇବା ସମୟରେ କଡ଼କଡ଼ ଶବ୍ଦ ହୁଏ ବା ଅନୁଭବ ହୁଏ ଯାହାକୁ କ୍ରେପିଟସ କହନ୍ତି । ମାଂସପେଶୀରେ ସ୍ପାଜ୍ମ (Spasm) ହୁଏ ଓ ସେ ସ୍ଥାନ ଛୁଇଁଲେ ଟାଣ ଲାଗେ । ବେଳେବେଳେ ଗଣ୍ଥି ଭିତରେ ତରଳ ପଦାର୍ଥ ଜମେ । ବାୟୁ ମଣ୍ଡଳ ଚାପ କମ୍ ହେଲେ, ହ୍ୟୁମିଡିଟି(Humidity) ଅଧିକ ହେଲେ ଓ ପାଗ ଥଣ୍ଡା ରହିଲେ କେହି କେହି ଯନ୍ତ୍ରଣା ବଢ଼ିଯିବା କଥା କହନ୍ତି କିନ୍ତୁ ଅନୁଶୀଳନରୁ ଏହାର ସମ୍ପୁର୍ଣ୍ଣ ସତ୍ୟତା ପ୍ରମାଣିତ ହୋଇ ନାହିଁ[୮]।
ଏହି ରୋଗ ମୂଖ୍ୟତଃ ନିତମ୍ବ ଗଣ୍ଠି, ଆଣ୍ଠୁ ଗଣ୍ଠି, ମେରୁଦଣ୍ଡ, ହାତ ଓ ପାଦ ଇତ୍ୟାଦିକୁ ଆକ୍ରମଣ କରେ ଯଦିଓ ଏହା ଯେ କୌଣସି ଗଣ୍ଠିକୁ ଧରି ପାରେ । ରୋଗ ବଢ଼ିଲେ ଗଣ୍ଠି ବଡ଼ ଦେଖାଯାଏ, ଟାଣ ହୁଏ ଓ ଯନ୍ତ୍ରଣା ଅଧିକ ହୁଏ । ଏହାର ଏକ ବୈଚିତ୍ର୍ୟ ଅଛି: ଅଳ୍ପ ସମୟ ବ୍ୟବହାର କଲେ ଆରାମ ଲାଗେ କିନ୍ତୁ ଅଧିକ ସମୟ ବ୍ୟବହାର କଲେ କଷ୍ଟ ବେଶୀ ହୁଏ । ରିଉମାଟଏଡ ଆର୍ଥ୍ର୍ରାଟିସ(rheumatoid arthritis) ରୋଗରେ ଯନ୍ତ୍ରଣା କେବେ ହେଲେ କମେ ନାହିଁ ।
ହାତର ଗଣ୍ଠି ଫୁଲିଯାଏ ଓ ବେଶୀ କଷ୍ଟ ହୋଇ ନ ପାରେ । ଏହି ଗଣ୍ଠି ଫୁଲାକୁ ନାମ ଦିଆ ଯାଇଛି । ସନ୍ନିକଟ ଗଣ୍ଠି ଫୁଲାକୁ ବାଉଚାର୍ଡ ନୋଡ(Bouchard's nodes ) ଓ ଦୂର ଗଣ୍ଟି ଫୁଲାକୁ ହେବେର୍ଡେନ ନୋଡ(Heberden's nodes ) କୁହାଯାଏ । ଏହି ଫୁଲା ଯୋଗୁ ଗଣ୍ଠି ଟାଣ ହୋଇଯାଏ ଓ ଚଳନ କମିଯାଏ । ପାଦରେ ହେଉଥିବା ଗଣ୍ଠି ଉପରେ ବୁନିଅନ(bunions) ହେଲେ ଲାଲ ଦେଖାଯାଏ ଓ ଫୁଲିଯାଏ ।
ଆଣ୍ଠୁରେ ତରଳ ପଦାର୍ଥ ଜମୁଥିବା କାରଣମାନଙ୍କ ମଧ୍ୟରେ ଓଷ୍ଟିଓଆର୍ଥ୍ରାଇଟିସ ପ୍ରଥମ ସ୍ଥାନ ଗ୍ରହଣ କରିଛି[୯] ।
କାରଣ
ଗଣ୍ଠି ଚଳନ ଏକ ଯାନ୍ତ୍ରିକ କ୍ରିୟା । ଗଣ୍ଠି ଭିତରେ ଥିବା ଅସ୍ଥି ଓ ଅପାସ୍ଥି ଅଗ୍ରଭାଗରେ ଘର୍ଷଣ ଜନିତ କ୍ଷୟ ଶରୀର ନିଜେ ପୁରଣ କରି ପାରେ ନାହିଁ, ଏହା ହିଁ ଓଷ୍ଟିଓଆର୍ଥ୍ରାଇଟିସର ପ୍ରାଥମିକ କାରଣ । ଅସ୍ଥି ସଜ୍ଜା ଜନ୍ମଗତ ଓ ଅନ୍ୟାନ୍ୟ କାରଣରୁ ଠିକ ହୋଇ ନ ଥିଲେ, ଆଘାତ ପ୍ରାପ୍ତ ଥିଲେ, ଗଣ୍ଠିରେ କୌଣସି ରୋଗ ଥିଲେ, ଦୁର୍ବଳ ମାଂସପେଶୀ ଥିଲେ ବା ହଠାତ ଅନିୟମିତ ଭାବରେ ଗଣ୍ଠି ଚଳନ ହେଲେ ଓଷ୍ଟିଓଆର୍ଥ୍ରାଇଟିସ ହେବା ସମ୍ଭାବନା ରହେ[୧୦] । କୌଣସି ଆଘାତ ନ ଥାଇ କେବଳ ଦୌଡ଼ ବା ବ୍ୟାୟାମ ଯୋଗୁ ଓଷ୍ଟିଓଆର୍ଥ୍ରାଇଟିସ ହେବା ପ୍ରମାଣିତ ହୋଇ ନାହିଁ[୧୧]। ଆଙ୍ଗୁଠି ଫୁଟାଇବାର କୌଣସି ଭୂମିକା ନାହିଁ[୧୨]।
ପ୍ରାଥମିକ କାରଣ
![](http://upload.wikimedia.org/wikipedia/commons/thumb/7/71/Osteoarthritis_left_knee.jpg/220px-Osteoarthritis_left_knee.jpg)
ଜମଜ ସନ୍ତାନ ସନ୍ତତି ଓ ଭାଇ ଭଉଣୀଙ୍କର ଏହି ରୋଗ ହେବାରୁ ଏହାର ଜେନେଟିକ ପ୍ରଭାବ ଥିବା ଅନୁମାନ କରାଯାଏ[୧୩] । କୌଣସି ଗୋଟିଏ କାରଣ ଜଣାଯାଇ ନାହିଁ, କିନ୍ତୁ ଅଧା ଲୋକଙ୍କର ଜେନେଟିକ ଭୂମିକା ଥିବା ସନ୍ଦେହ କରାଯାଏ ।[୧୪]।
ଆଣ୍ଠୁରେ ଆଘାତ ଓ ମୋଟାପଣର ଇତିହାସ ପ୍ରାୟତଃ ମିଳେ[୧୫] । ମୋଟା ଲୋକଙ୍କର ଏହି ରୋଗ ଅଧିକ ହେବା ଓ ଓଜନ କମେଇଦେଲେ ଲକ୍ଷଣ କମି ଆରାମ ଲାଗିବା ଇତିହାସରୁ ସଙ୍କେତ ମିଳେ ଅଧିକ ଓଜନ ଏହାର ଏକ କାରଣ । କେବଳ ମୋଟା ହେବା ନୁହେଁ ତା ସହିତ ମେଟାବୋଲିକ୍ ଲିଙ୍କ ଥିବା ଆଶା କରାଯାଏ[୧୬] ।
ଋତୁବନ୍ଦ ପରେ ମହିଳାଙ୍କର ଏହି ରୋଗ ଅଧିକ ହେଉ ଥିବାରୁ ହରମୋନର ଭୂମିକା ଥିବା ଜଣାଯାଏ[୧୭][୧୮]। ମୁଷା ଦେହରେ ପରୀକ୍ଷା କରି ଦେଖା ଯାଇଛି, ମହିଳା ହରମୋନ ଇଞ୍ଜେକ୍ସନ ଦେଲେ ଗଣ୍ଠି ପ୍ରତିରୋଧ ବଢ଼େ ଓ ପୁରୁଷ ହରମୋନ ଦେଲେ କମେ[୧୯] ।
ଗୌଣ କାରଣ (Secondary cause)
- କେତେକ ରୋଗ ହେବା ପରେ ଓଷ୍ଟିଓଆର୍ଥ୍ରାଇଟିସ ହୁଏ, କିନ୍ତୁ ଏହାର ପ୍ରକ୍ରିୟା ସମାନ ଥାଏ ।
- ଆଲକାପ୍ଟୋନୁରିଆ Alkaptonuria
- ଜନ୍ମଗତ ଗଣ୍ଠି ରୋଗ (Congenital disorders of joints)
- ବହୁମୂତ୍ର ବା ଡାଏବେଟିସ (Diabetes)
- ଏହ୍ଲର ଡାନଲୋସ ସିଣ୍ଡ୍ରୋମ (Ehlers-Danlos Syndrome)
- ହେମୋକ୍ରୋମାଟୋସିସ ଓ ଉଇଲସନ୍ସ ଡିଜିଜ (Hemochromatosis and Wilson's disease)
- ସମସ୍ତ ସ୍ଥାୟୀ ଗଣ୍ଠି ପ୍ରଦାହ ରୋଗ (Inflammatory diseases (such as Perthes' disease), (Lyme disease), and all chronic forms of arthritis (e.g. costochondritis, gout, and rheumatoid arthritis). In gout, uric acid crystals cause the cartilage to degenerate at a faster pace.
- ଗଣ୍ଠି ଓ ଗଣ୍ଠି ରଜ୍ଜୁ ଆଘାତ ବା ଅପରେଶନ ଜନିତ ଆଘାତ (Injury to joints or ligaments (such as the ACL), as a result of an accident or orthopedic operations.)
- ଗଣ୍ଠି କ୍ଷୟ (Ligamentous deterioration or instability may be a factor.)
- ମାର୍ଫାନ ସିଣ୍ଡ୍ରୋମ ( Marfan syndrome)
- ମୋଟାପଣ (Obesity)
- ସଂକ୍ରମିତ ଗଣ୍ଠି ପ୍ରଦାହ (Septic arthritis /infection of a joint)
ବିକାରୀ ଶରୀର କ୍ରିୟା (Pathophysiology)
ପ୍ରଥମିକ ଓଷ୍ଟିଓଆର୍ଥ୍ରାଇଟିସ ଗୋଟିଏ ବିନଷ୍ଟକାରୀ ରୋଗ ଯାହାର ଅତିକ୍ରାନ୍ତ ବୟସ ସାଥୀରେ ସମ୍ପର୍କ ଅଛି, କିନ୍ତୁ ବୃଦ୍ଧାବସ୍ଥା ରୋଗ ନୁହେଁ, କାରଣ ଅନେକ ବ୍ୟକ୍ତି ନବେ ବର୍ଷରେ ଥିଲେ ମଧ୍ୟ ତାଙ୍କୁ ଏହି ରୋଗ ହୁଏ ନାହିଁ । ଗଣ୍ଠି ଭିତରେ ଥିବା ଉପାସ୍ଥିରେ ବୟସ ବଢିବା ସାଥେ ସାଥେ ପ୍ରୋଟିଓଗ୍ଲାଇକାନ ପରିମାଣ କମିଯିବା ହେତୁ ଜଳୀୟ ଅଂଶ କମିଯାଏ[୨୦], ତେଣୁ ଏହାର ନମନିୟତା କମିଯାଏ । ଉପାସ୍ଥି ଭିତରୁ ଜଳ ଚାପ ପାଇଲେ ବାହାରି ଆସେ ଓ ଗିବ୍ସ- ଡୋନାନ ଇଫେକ୍ଟ ଓ ପ୍ରୋଟିଓଗ୍ଲାଇକାନଦ୍ୱାରା ଅସ୍ମୋଟିକ ଚାପ ସୃଷ୍ଟି ହୋଇ ଜଳ ଭିତରକୁ ପଶିଯାଏ[୨୧][୨୨][୨୩][୨୪][୨୫][୨୬] This increase occurs because whilst there is an overall loss of proteoglycans,[୨୩][୨୭] । ଏହି ରୋଗର ପ୍ରାରମ୍ଭ ସମୟରେ କଳ ପରିମାଣ ବୃଦ୍ଧି ପାଏ । ଏହା ପ୍ରୋଟିଓଗ୍ଲାଇକାନ କମିବା ଯୋଗୁ କୋଲାଜେନ ଫାଇବରର ସହନଶୀଳତା କମିଯାଏ ଓ ନଷ୍ଟଶୀଳତା ବଢିଯାଏ । ଉପାସ୍ଥିର ନଷ୍ଟ ହୋଇଯାଇଥିବା ଅଂଶ ଗଣ୍ଠି ଭିତରକୁ ଯାଇ ପ୍ରଦାହ ସୃଷ୍ଟି କରେ । ଗଣ୍ଠିର ଅସ୍ଥି ଧାରରୁ ନୂଆ ଅସ୍ଥି ବାହାରେ ଯାହାକୁ ସ୍ପର ବା ଅଷ୍ଟିଓଫାଇଟ କୁହାଯାଏ ।
ରୋଗନିର୍ଣ୍ଣୟ
ରୋଗର ଇତିହାସ ଓ ପରୀକ୍ଷା ସାହାଯ୍ୟରେ ରୋଗ ନିର୍ଣ୍ନୟ କରାଯାଏ[୨୮][୨୯] ଏବଂ ଏକ୍ସ-ରେଦ୍ୱାରା ସିଦ୍ଧାନ୍ତ କରାଯାଏ । ଏକ୍ସ-ରେ ଫିଲ୍ମରେ ଦେଖାଯାଉଥିବା ପରିବର୍ତ୍ତନ: ଗଣ୍ଠିର ଖାଲି ସ୍ଥାନ ପରିମାଣ କମ ଦେଖାଯାଏ । ଉପାସ୍ଥି ଥିବା ସ୍ଥାନ ତଳେ ଅସ୍ଥି ଛାୟା ଅଧିକ ଗାଢ (Subchondral sclerosis) ଦେଖାଯାଏ ଓ ତା ପାଖ ସ୍ଥାନ ଖାଲି ଥାଏ ଯାହାକୁ ସିସ୍ଟ (Subchondral cyst) କୁହାଯାଏ । ଗଣ୍ଠି ହାଡ ଧାରରେ ଅଧିକ ଅସ୍ଥି ଦେଖାଯାଏ, ଏହାକୁ ଓସ୍ଟିଓଫାଇଟ କହନ୍ତି[୩୦] । ଏକ୍ସ-ରେ ଦେଖାଯାଉଥିବା ପରିବର୍ତ୍ତନ ସହ ରୋଗ ଲକ୍ଷଣର ନିଗୁଢ ସମ୍ପର୍କ ରହେନି[୩୧] । ଅନ୍ୟାନ୍ୟ ଇମେଜିଙ୍ଗ ଦରକାର ହୁଏ ନାହିଁ ।
ଚିକିତ୍ସା
ଓଜନ କମ କରିବା ସହ ବ୍ୟାୟାମ କରିବାଦ୍ୱାରା ବହୁତ ଉପକାର ହୁଏ । ଏହା ସହ କଷ୍ଟ ନିବାରକ ଔଷଧ ପାରାସେଟାମଲ ଦିଆଯାଏ । ଏହା ଫଳପ୍ରଦ ନ ହେଲେ ଏନ.ଏସ.ଏ.ଆଇ.ଡି. ( NSAID) ଔଷଧ ସହ ମିଶେଇ ଦିଆଯାଏ[୩୨] । ଏହାର ଅପେକ୍ଷାକୃତ ବିପଦମୁକ୍ତ ଗୁଣ ଯୋଗୁ ଏହାକୁ ପ୍ରଥମ ଧାଡ଼ି ଔଷଧ ଭାବେ ବହୁଳ ବ୍ୟବହାର ହୁଏ[୩୨]।
ଜୀବନଚର୍ଯ୍ୟା ପରିବର୍ତ୍ତନ
ଓଜନ ବେଶୀ ଥିବା ରୋଗୀଙ୍କର ଓଜନ କମେଇବା ଏକ ଅତ୍ୟାବଶ୍ୟକ ଚିକିତ୍ସା । ରୋଗୀଙ୍କୁ ଶିଖେଇଲେ ସେମାନେ ନିଜେ ବ୍ୟାୟାମ କରିପାରିବେ । ଏହାଦ୍ୱାରା ଯନ୍ତ୍ରଣା କମେ, ଗଣ୍ଠି କାର୍ଯ୍ୟ ଦକ୍ଷତା ବଢ଼େ, ଥକ୍କାଣ କମେ ଓ ଔଷଧ କମ ଆବଶ୍ୟକ ହୁଏ[୩୩]। କେବଳ କଷ୍ଟ ନିବାରକ ଔଷଧ ଅପେକ୍ଷା ବ୍ୟାୟାମ ସହିତ ଔଷଧ ଖାଇଲେ ୨୦% କଷ୍ଟ କମ ହୁଏ[୩୩] । ଅତ୍ୟଧିକ କଷ୍ଟ ହେଉଥିଲେ ଔଷଧ ଖାଇ କଷ୍ଟ କିଛି କମିଗଲା ପରେ ବ୍ୟାୟାମ କଲେ ଉପକାର ମିଳେ ।
ସପ୍ତାହକୁ ତିନି ଥର ବ୍ୟାୟାମ କଲେ ଯଥେଷ୍ଟ ହୁଏ । ମାଲିସ କରିବା ବିଶେଷ ଉପକାରୀ ସାବ୍ୟସ୍ତ ହୋଇ ନାହିଁ ।
ଆଣ୍ଠୁ ବ୍ରେସ ବ୍ୟବହାର କଲେ ଉପକାର ହୁଏ କିନ୍ତୁ ଜୋତାର ଭିତର ସୋଲ ଉଚ୍ଚ କଲେ ଉପକାର ହେବା ପ୍ରମାଣିତ ହୋଇ ନାହିଁ ।
ଅପରେଶନ
ଅସମ୍ଭାଳ ଯନ୍ତ୍ରଣା ହେଲେ ଅପରେଶନ କରାଯାଏ । ଗଣ୍ଠି ଭିତର ଅସ୍ଥି ଖାଇ ଯାଇଥିଲେ କୃତ୍ରିମ ଗଣ୍ଠି ରୋପଣ ଓ ରିସରଫେସିଙ୍ଗ ଅପରେଶନ କରାଯାଏ । ଉଭୟ ହିପ ଓ ଆଣ୍ଠୁ ଓଷ୍ଟିଓଆର୍ଥ୍ରାଇଟିସ ରୋଗ ଅପରେଶନଦ୍ୱାରା ଆରାମ ଲାଗିବାର ପ୍ରମାଣ ମିଳେ[୩୪]। ଅପରେଶନଦ୍ୱାରା ଆଣ୍ଠୁର କଷ୍ଟ କମେ ଓ କାମ ସହଜରେ ସାଧିତ ହୁଏ[୩୫] । ଆର୍ଥ୍ରୋସ୍କୋପି ଅପରେଶନଦ୍ୱାରା ଅଧିକ ଉପକାର ପ୍ରମାଣିତ ହୋଇ ନାହିଁ[୩୬]।
ଖାଦ୍ୟ
ଓଷ୍ଟିଓଆର୍ଥ୍ରାଇଟିସ ରୋଗ ନିମନ୍ତେ ବିଭିନ୍ନ ପ୍ରକାର ଖାଦ୍ୟ ଓ ପୋଷକ ଖାଇବାକୁ ପରାମର୍ଶ ଦିଆଯାଇଛି । ଫାଇଟୋଡଲର ( Phytodolor), ସାମେ (SAMe)[୩୭] . ଚାଇନା ଔଷଧ ଏସ୍.କେ.ଆଇ. ୩୦୬ଏକ୍ସ (SKI 306X) ଖାଇଲେ ଯନ୍ତ୍ରଣା ଉପଶମ ହୁଏ । ଆଭୋକାଡୋ/ସୋୟାବିନ (avocado/soybean unsaponifiables (ASU))[୩୮], ବସୱେଲିଆ ସେରାଟା ଏକ୍ସଟ୍ରାକ୍ଟ (Boswellia serrata extracts)[୩୯][୪୦], ଏମ୍, ଏସ୍.ଏମ୍. MSM[୪୧] ଓ ରୋଜହିପ୍ (rose hip)[୪୧] ଇତ୍ୟାଦି ଉପକାରୀ ଜଣାଯାଏ ।
ବହୁଳ ଭାବେ ବ୍ୟବହୃତ ଗ୍ଲୁକୋସାମିନର ଉପକାରୀତା ସ୍ୱିକୃତ ହୋଇ ନାହିଁ[୪୨][୪୩]। ଏହା ପ୍ଲାସେବୋ ସହ ସମାନ[୪୪][୪୫] ବା ସାମାନ୍ୟ ଅଧିକ ଉପକାରୀ[୪୬][୪୭] ଜଣାଯାଏ । ଗ୍ଲୁକୋସାମିନ ସଲ୍ଫେଟ୍ କିଛି ପରିମାଣରେ ଉପକାରୀ ଜଣାଯାଏ[୪୮] । ଅନ୍ୟ ବହୁତ ପ୍ରକାର ଖାଦ୍ୟ ସପ୍ଲିମେଣ୍ଟ ଖାଇବାକୁ ଉପଦେଶ ଦିଆଯାଏ, କିନ୍ତୁ ସେମାନଙ୍କର ଉପକାରୀତା ଓ ବିପଦମୁକ୍ତତା ସମ୍ପର୍କରେ ପ୍ରାମାଣିକ ତଥ୍ୟ ନାହିଁ ।
ଆକୁପଙ୍କଚର ଓ ଟେନ୍ସ (TENS) ଚିକିତ୍ସା କଲେ କଷ୍ଟ ଲାଘବ ହେବା ଦାବି କରାଯାଏ, କିନ୍ତୁ ଏହା ପ୍ରମାଣିତ ହୋଇ ନାହିଁ ।