ଏ ମନ ମାନେନା

୨୦୦୭ର ଓଡ଼ିଆ କଥାଚିତ୍ର

ଏ ମନ ମାନେନା, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କୁମାର ଏବଂ ରାମଚନ୍ଦ୍ର ମହାପାତ୍ର । ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ଏନ୍. ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩][୪]

ଏ ମନ ମାନେନା
ନିର୍ଦ୍ଦେଶକଏନ୍. ପାଢ଼ୀ
ପ୍ରଯୋଜକବିଜୟ କୁମାର, ରାମଚନ୍ଦ୍ର ମହାପାତ୍ର
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଏନ୍. ପାଢ଼ୀ
କାହାଣୀରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ
କଳାକାରଅରିନ୍ଦମ ରାୟ
ଦୁଷ୍ମନ୍ତ ପଣ୍ଡା
ବର୍ଷା ପ୍ରିୟଦର୍ଶିନୀ
କାଜଲ ମିଶ୍ର
ମିହିର ଦାସ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଏ. ରଙ୍ଗନାଥନ୍
ସମ୍ପାଦକସି. ମାଣିକ୍ ରାଓ
ମୁକ୍ତିଲାଭ ତାରିଖ
୨୦୦୭
ଦେଶ ଭାରତ
ଭାଷାଓଡ଼ିଆ

ଏହି କତାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ଏବଂ କାଜଲ ମିଶ୍ର ।[୫] ମିହିର ଦାସ, ଅନିତା ଦାସ, ହାଡ଼ୁ, ହରିହର ମହାପାତ୍ର, ଉତ୍ତମ ମହାନ୍ତି, ସୁମନ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକବିଜୟ ମଲ୍ଲ, ନିମାଇଁ ମହାନ୍ତି, ପୁର୍ଣ୍ଣେନ୍ଦୁ ଦାସ ମହାପାତ୍ର, ସମରେନ୍ଦ୍ରନାଥ ମହାପାତ୍ର, ସୁରେଶ ପରିଡ଼ା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ସରୋଜ ଦାସ, ତପୁ ମିଶ୍ର, ନସିର, ସୁଲଗ୍ନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟୀରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ବାହା ହେବ ନାହିଁ" 
2."ଆଜିକା ବ୍ରେକିଙ୍ଗ ନ୍ୟୁଜ୍" 
3."ଓଃ ନୀଳ ପରି" 
4."କୋଉଠୁ ଆସିଲ ପରଦେଶୀ" 
5."ଧିରେ ଧିରେ ନିଆଁ ଜଳେ" 
6."ଏ ମନ ମାନେନା" 
7."ତୁମକୁ ନିଜର" 

ଆଧାର

ବାହାର ଆଧାର