ଉଦଳା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଉଦଳା (କ୍ରମିକ ସଂଖ୍ୟା: ୩୧) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଉଦଳା (ବି), ଉଦଳା ବ୍ଳକ, ଗୋପବନ୍ଧୁ ନଗର ବ୍ଳକ ଓ କପ୍ତିପଦା ବ୍ଳକର କିଛି ଅଞ୍ଚଳ ।[୨][୩]

ଉଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୧,୭୧,୪୧୯
ଜିଲ୍ଲା:ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ:ମୟୂରଭଞ୍ଜ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାସ୍କର ମାଢେଇ, ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କଠାରୁ ୧୪୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ଅଛନ୍ତି ।[୪]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଗୋଲକ ବିହାରୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାସ୍କର ମାଢେଇଙ୍କଠାରୁ ୮୫୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀନାଥ ସୋରେନ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅନଙ୍ଗ ଚରଣ ସେନାପତିଙ୍କଠାରୁ ୧୧,୧୯୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଉଦଳା [୭]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
ବିଜଦଶ୍ରୀନାଥ ସୋରେନ୪୦,୫୯୭୩୫.୫୩-
କଂଗ୍ରେସଅନଙ୍ଗ ଚରଣ ସେନାପତି୨୯,୪୦୪୨୫.୭୪-
ଝାମୁମୋଦୁଲାଳ ସୋରେନ୧୭,୨୩୭୧୫.୦୯-
ଭାଜପାବିଜୟ କୁମାର ସେନାପତି୧୪,୪୭୨୧୨.୬୭-
ସ୍ୱାଧୀନଶିଶିରବିନ୍ଦୁ ନାୟକ୬,୩୮୨୫.୫୯-
ସପାଦୁଃଖୀଶ୍ୟାମ ମୁର୍ମୁ୨,୩୨୨୨.୦୩-
ସ୍ୱାଧୀନବେଣୁଧର ମହାପାତ୍ର୧,୧୬୬୧.୦୨-
ସ୍ୱାଧୀନକୈଳାଶ ଚନ୍ଦ୍ର ସିଂହ୧,୦୬୬୦.୯୩-
ସମୃଦ୍ଧ ଓଡ଼ିଶା ମକୁ ସିଂ୧,୦୪୮୦.୯୨-
ସ୍ୱାଧୀନନରେଶ ଟୁଡୁ୫୬୨୦.୪୯-
ଭୋଟ ବ୍ୟବଧାନ୧୧,୧୯୩୯.୮୦*-
ମତଦାନ ହାର୧,୧୪,୩୮୧୭୦.୩୩-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୭ରୁ ୨୦୧୯ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୫]

  • ୨୦୨୪: (୩୧): ଭାସ୍କର ମଢ଼େଇ (ବିଜଦ)
  • ୨୦୧୯: (୩୧): ଭାସ୍କର ମଢ଼େଇ (ବିଜଦ)
  • ୨୦୧୪: (୩୧): ଗୋଲକ ବିହାରୀ ନାଏକ (ବିଜଦ)
  • ୨୦୦୯: (୩୧): ଶ୍ରୀନାଥ ସୋରେନ (ବିଜଦ)
  • ୨୦୦୪: (୧୦): ଭାସ୍କର ମାଢ଼େଇ (ଭାଜପା)
  • ୨୦୦୦: (୧୦): ଭାସ୍କର ମାଢ଼େଇ (ଭାଜପା)
  • ୧୯୯୫: (୧୦): ରାବଣେଶ୍ୱର ମଢ଼େଇ (କଂଗ୍ରେସ)
  • ୧୯୯୦: (୧୦): ରୋହିଦାସ ସୋରେନ (ଜନତା ଦଳ)
  • ୧୯୮୫: (୧୦): ରାବଣେଶ୍ୱର ମଢ଼େଇ (କଂଗ୍ରେସ-ଇ)
  • ୧୯୮୦: (୧୦): ରାବଣେଶ୍ୱର ମଢ଼େଇ (କଂଗ୍ରେସ-ଇ)
  • ୧୯୭୭: (୧୦): ବୀରଭଦ୍ର ସିଂହ (ଜନତା)
  • ୧୯୭୪: (୧୦): ରାବଣେଶ୍ୱର ମଢ଼େଇ (କଂଗ୍ରେସ)
  • ୧୯୭୧: (୧୦): ମନମୋହନ ଟୁଡୁ (କଂଗ୍ରେସ)
  • ୧୯୬୭: (୧୦): ମନମୋହନ ଟୁଡୁ (ଜନ କଂଗ୍ରେସ)
  • ୧୯୬୧: (୧୩୩): ମନମୋହନ ଟୁଡୁ (କଂଗ୍ରେସ)
  • ୧୯୫୭: (୯୫): ମନମୋହନ ଟୁଡୁ (କଂଗ୍ରେସ)

ଆଧାର