ଉତ୍ତମ ମହାନ୍ତି

ଓଡ଼ିଆ ଅଭିନେତା

ଉତ୍ତମ ମହାନ୍ତି ଭାରତର ଓଡ଼ିଶାରେ ଥିବା ଓଡ଼ିଆ ସିନେମା ଜଗତର ଜଣେ ଅଭିନେତା ।[୩][୪] ୧୯୭୭ ମସିହାରେ ସେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫]

ଉତ୍ତମ ମହାନ୍ତି
ଅଭିମାନ କଥାଚିତ୍ର ପୋଷ୍ଟରରେ ଉତ୍ତମ ମହାନ୍ତି
ଅଭିମାନ କଥାଚିତ୍ର ପୋଷ୍ଟରରେ ଉତ୍ତମ ମହାନ୍ତି
ଜନ୍ମ (1958-12-23) ୨୩ ଡିସେମ୍ବର ୧୯୫୮ (ବୟସ ୬୫)[୧]
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୦- ଏବେ ଯାଏଁ
ବୈବାହିକ-ସାଥୀଅପରାଜିତା ମହାନ୍ତି
ସନ୍ତାନବାବୁଶାନ୍

ପ୍ରାରମ୍ଭିକ ଜୀବନ

ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ନେଇଥିଲେ ।[୬] ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ।[୭]

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ, ଅପରାଜିତାଙ୍କୁ ସେ ବିବାହ କରିଛନ୍ତି । ସେମାନଙ୍କ ପୁତ୍ର ବାବୁସାନ ଜଣେ ଅଭିନେତା । [୮]

ଚଳଚ୍ଚିତ୍ର ଜୀବନ

୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ ।[୯][୧୦] ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ତିନିବର୍ଷ ପରେ ପୁଣି ପତିପତ୍ନୀ ଚଳଚ୍ଚିତ୍ର ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କଲେ ।[୧୧]


ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
କଳ୍କୀ ଅବତାର୧୯୯୯ହର ପଟ୍ଟନାୟକ
ରୂପା ଗାଁର ସୁନାକନିଆଁ୧୯୯୮ରାଜୁ ମିଶ୍ର
ପୁଅ ମୋର ଭୋଳାଶଙ୍କର୧୯୯୬ହର ପଟ୍ଟନାୟକ
ସୁହାଗ ସିନ୍ଦୂର୧୯୯୬ହର ପଟ୍ଟନାୟକ
ଲକ୍ଷ୍ମଣ ରେଖା୧୯୯୬ମହମ୍ମଦ ମହସୀନ
ଯଶୋଦା୧୯୯୬ହର ପଟ୍ଟନାୟକ
କପାଳ ଲିଖନ୧୯୯୨ହର ପଟ୍ଟନାୟକ
ଭୀଷ୍ମ ପ୍ରତିଜ୍ଞା୧୯୯୨ରବି କିନ୍ନାଗୀ
ଏଇ ଆମ ସଂସାର୧୯୯୨ଶିଶିର ମିଶ୍ର
ପଞ୍ଚୁ ପାଣ୍ଡବ୧୯୮୯ଶିଶିର ମୋହନ ପତି
ପାପପୁଣ୍ୟ୧୯୮୮ସିଦ୍ଧାର୍ଥ
ପୂଜାଫୁଲ୧୯୮୫ଜେ. ଏଚ୍. ସତ୍ତାର
ସତ କେବେ ଲୁଚି ରହେନା୧୯୮୫ରମେଶ ମହାନ୍ତି
ସମୟ ବଡ଼ ବଳବାନ୧୯୮୫ଶିଶିର ମିଶ୍ର
ସହରୀ ବାଘ୧୯୮୫ମହମ୍ମଦ ମହସୀନ
ଦଣ୍ଡା ବାଳୁଙ୍ଗା୧୯୮୪ମହମ୍ମଦ ମହସୀନ
ଝିଅଟି ସୀତା ପରି୧୯୮୩ବିଧୁଭୁଷଣ ନନ୍ଦ
ଫୁଲ ଚନ୍ଦନ୧୯୮୨ମହମ୍ମଦ ମହସୀନ
ରାମାୟଣ୧୯୮୦ଗୋବିନ୍ଦ ତେଜ
ଅଭିମାନ୧୯୭୭ସାଧୁ ମେହେର

ମାନ ସମ୍ମାନ

ଆଧାର

ଅଧିକ ତଥ୍ୟ