ଉଇକିପିଡ଼ିଆ:ଭିଡିଓୱିକି/ସେପ୍ସିସ
- ପ୍ରକଳ୍ପ ପୃଷ୍ଠା
- ଆଲୋଚନା
ଭିଡିଓୱିକି/ସେପ୍ସିସ | |
---|---|
ଫାଇଲ:Wikipedia-VideoWiki-ସେପ୍ସିସ.webm | |
ଭିଡିଓ ତିଆରି କରିବାର ସୋପାନ | |
ସୋପାନ ୧ | ସ୍ୱର ଯୋଡ଼ନ୍ତୁ |
ସୋପାନ ୨ | କମନ୍ସରେ ଅପଲୋଡ଼ କରନ୍ତୁ (୧୦ ମିନିଟ୍) |
ସେପ୍ସିସ ଏକ ପ୍ରାଣ ଘାତକ ଅବସ୍ଥା ଯେଉଁଥିରେ ଶରୀରରେ ସଂକ୍ରମଣ ପ୍ରତିକ୍ରିୟା ହେବା ଯୋଗୁ ନିଜସ୍ୱ ତନ୍ତୁ ଓ ଅଙ୍ଗ ଆଘାତ ପ୍ରାପ୍ତ ହୋଇଥାଆନ୍ତି । [୧]
ଏହି ଅବସ୍ଥା ଉପୁଜିଲେ ସାଧାରଣତଃ ଜ୍ୱର, ଦୃତ ହୃତ୍ପିଣ୍ଡ ଗତି, ଅଧିକ ଶ୍ୱାସକ୍ରିୟ ହାର ଓ ମାନସିକ ଦ୍ୱନ୍ଦ୍ୱ ଆଦି ଲକ୍ଷଣ ଦେଖାଯାଏ । [୨]
ଏହା ସହିତ ନିର୍ଦ୍ଦିଷ୍ଟ ରୋଗର ଲକ୍ଷଣ, ଯେପରିକି ନିମୋନିଆରେ କାଶ ବା ପାଏଲୋନେଫ୍ରାଇଟିସରେ ଯନ୍ତ୍ରଣା ଦାୟକ ପରିସ୍ରା, ପ୍ରକାଶ ପାଏ । [୩]
ଅଳ୍ପ ବୟସ, ବୃଦ୍ଧାବସ୍ଥା ଓ ଦୁର୍ବଳ ଇମ୍ମ୍ୟୁନ ସିସ୍ଟମ ଥିଲେ କିଛି ଲକ୍ଷଣ ନ ମିଳିପାରେ । ଜ୍ୱର ପରିବର୍ତ୍ତେ ଅଳ୍ପ ଶାରୀରିକ ଉତ୍ତାପ ରହେ । [୩]
ସାଂଘାତିକ ସେପ୍ସିସ ହେଲେ ଅଙ୍ଗମାନଙ୍କର କ୍ରିୟାକଳାପ କମିଯାଏ ବା ଶରୀରକୁ ଯଥେଷ୍ଟ ରକ୍ତ ସରବରାହ ହୁଏନି । [୪] ରକ୍ତ ସରବରାହ କମିବା ଫଳରେ ନିମ୍ନ ରକ୍ତଚାପ, ଉଚ୍ଚ ରକ୍ତ ଲାକ୍ଟେଟ ସ୍ତର ବା ଅଳ୍ପ ପରିସ୍ରା ନିଷ୍କାସନ ହୁଏ । [୪]
ସେପ୍ଟିସ ଯୋଗୁ ହେଉଥିବା ନିମ୍ନ ରକ୍ରଚାପ ଚିକିତ୍ସାରେ ତରଳ ପଦାର୍ଥ ଦେଇ ମଧ୍ୟ ଉପଶମ ନହେଲେ ତାହାକୁ ସେପ୍ଟିକ କୁହାଯାଏ । [୪]
ସଂକ୍ରମଣ ଯୋଗୁ ଅହେତୁକ ପ୍ରଦାହ ସୃଷ୍ଟିକାରୀ ଇମ୍ମ୍ୟୁନ ପ୍ରତିକ୍ରିୟା କାରଣରୁ ସେପ୍ସିସ ସୃଷ୍ଟି ହୁଏ । [୩][୫]
ଅଧିକାଂଶ ସଂକ୍ରମଣ ଜୀବାଣୁ କାରଣରୁ ହେଲେ ମଧ୍ୟ କବକ, ଭୂତାଣୁ ବା ପ୍ରୋଟୋଜୋଆ ଯୋଗୁ ମଧ୍ୟ ହୋଇପାରେ । [୩] ଫୁସଫୁସ, ମସ୍ତିଷ୍କ, ମୂତ୍ରାଙ୍ଗ ପରିସ୍ରାନଳୀ ଶୈଳୀ, ଚର୍ମ ଓ ଉଦରର ଅଙ୍ଗମାନଙ୍କରେ ପ୍ରାଥମିକ ସଂକ୍ରମଣ ହୋଇପାରେ । [୩]
ଅତ୍ୟଧିକ ଅଳ୍ପ ବୟସ, ବୃଦ୍ଧ ବୟସ ଓ କର୍କଟ ରୋଗ, ମଧୁମେହ, ବଡ଼ ଅଘାତ ବା ଦଗ୍ଧ ଯୋଗୁ ହୋଇଥିବା ଦୁର୍ବଳ ଇମ୍ମ୍ୟୁନ ସିସ୍ଟମ ଏହାର ସଙ୍କଟ କାରକ ରୂପେ ପରିଗଣିତ ହୁଅନ୍ତି । [୨]
ସଂକ୍ରମଣ କାରଣରୁ ପୁରୁଣା ଉପାୟ ଅନୁସାରେ 'ସିସ୍ଟମିକ ଇନଫ୍ଲାମେଟରି ରେସପନ୍ସ ସିଣ୍ଡ୍ରୋମ' ବା ଏସଆଇଆରଏସ ସ୍ଥିତ ଦୁଇଟି କ୍ରାଇଟେରିଆ ପୂରଣ କରିପାରୁଥିଲେ ରୋଗ ନିର୍ଣ୍ଣୟ କରାଯାଏ । [୩]
ସନ ୨୦୧୬ରେ ପୁରୁଣା ଏସଆଇଆରଏସ ବଦଳେଇ ନୂଆ ସେକ୍ୱିନ୍ସିଆଲ ଅର୍ଗାନ ଫେଲ୍ୟୁର ଆସେସ୍ମେଣ୍ଟ ସ୍କୋର ବା ସୋଫା ସ୍କୋର ଅନୁସାରେ ଅଧିକ ଶ୍ୱାସକ୍ରିୟା ହାର, ଚେତନା ସ୍ତର ପରିବର୍ତ୍ତନ ଓ ନିମ୍ନ ରକ୍ତଚାପ ମଧ୍ୟରୁ ଦୁଇଟି ସ୍କୋର ପୂରଣ ହେଲେ ରୋଗ ନିର୍ଣ୍ଣୟ କରାଗଲା । [୧]
ଆଣ୍ଟିବାୟୋଟିକ ଦେବା ପୂର୍ବରୁ ରକ୍ତ କଲଚର କଲେ ସ୍ପୃହଣୀୟ ହୁଏ କିନ୍ତୁ ରୋଗ ନିର୍ଣ୍ଣୟ ପାଇଁ ରକ୍ତରେ ଜୀବାଣୁ ମିଳିବା ଅନାବଶ୍ୟକ ଅଟେ । [୩]
ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ସଂକ୍ରମଣର ସଠିକ ସ୍ଥାନ ନିରୁପଣ କରିବା ଆବଶ୍ୟକ । [୪]
ଅନୁରୂପ ଲକ୍ଷଣ ଓ ଚିହ୍ନ ଥାଇ ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ଆନାଫାଇଲାକ୍ସିସ, ଆଡ୍ରେନାଲ ଇନସଫିସିଏନ୍ସି, ସ୍ୱଳ୍ପ ରକ୍ତ ପରିମାଣ, ହୃଦ୍ପାତ ଓ ପଲ୍ମୋନାରି ଏମ୍ବୋଲିଜ୍ମ ରହିବା ସମ୍ଭାବନା ଥାଏ ।[୩]
ସେପ୍ସିସ ଚିକିତ୍ସାରେ ସାଧାରଣତଃ ଶିରାଭ୍ୟନ୍ତର ତରଳ ପଦାର୍ଥ ଓ ଆଣ୍ଟିବାୟୋଟିକ ଦିଆଯାଏ । [୨][୬]
ସ୍ୱାଭାବିକ ଭାବରେ ଯେତେଦୂର ସମ୍ଭବ ତୁରନ୍ତ ଆଣ୍ଟିବାୟୋଟିକ ଦେବା ଉଚିତ,[୨] ଓ ତା ସହିତ ଇଣ୍ଟେନସିଭ କେୟାର ଯୁନିଟରେ ଉଚ୍ଚ ଧରଣର ଯତ୍ନ ନେବା ଆବଶ୍ୟକ । [୨]
ତରଳ ପଦାର୍ଥ ପ୍ରତିସ୍ଥାପନରେ ଅବସ୍ଥା ନ ସୁଧୁରିଲେ ରକ୍ତଚାପ ବୃଦ୍ଧି କରିବା ପାଇଁ ଔଷଧ ବ୍ୟବହାର କରାଯାଇପାରେ ।[୨] ଫୁସଫୁସ ଓ ବୃକ୍କର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମେକାନିକାଲ ଭେଣ୍ଟିଲେସନ ଓ ଡାଏଲିସିସ୍ ଆବଶ୍ୟକ ହୋଇପାରେ । [୨]
ମାର୍ଗଦର୍ଶନ ନିମନ୍ତେ ରକ୍ତ ସ୍ରୋତରେ କେନ୍ଦ୍ରୀୟ ଶିରା କାଥେଟର ଓ ଧମନୀ କାଥେଟର ରଖାଯାଇପାରେ । [୪] କାର୍ଡ଼ିଆକ ଆଉଟପୁଟ ଓ ଅମ୍ଳଜାନ ସାଚୁରେସନ ମଧ୍ୟ ବ୍ୟବହାର କରାଯାଇପାରେ । [୪]
କର୍ଟିକୋସ୍ଟିରଏଡ ବ୍ୟବହାର ଫଳ ବିବାଦାସ୍ପଦ ଅଛି । [୭] ସନ ୨୦୧୫ର କକ୍ରେନ ସମୀକ୍ଷାରେ ଅଳ୍ପ ପରିମାଣର ଉପକାରୀତା ମିଳିଛି,[୮] ଓ ଜେଏଏମଏ ସମୀକ୍ଷାରେ ମଧ୍ୟ ଅନୁରୂପ ଫଳ ମିଳିଛି । [୯]
ରୋଗର ତୀବ୍ରତା ଉପରେ ଫଳାଫଳ ନିର୍ଭର କରେ । [୧୦] ସେପ୍ସିସରେ ମୃତ୍ୟୁ ସଙ୍କଟ ପ୍ରାୟ ୩୦%, ସାଂଘାତିକ ସେପ୍ସିସରେ ୫୦% ଓ ସେପ୍ଟିକ ସକ୍ରେ ୮୦% ରହେ । [୧୦]
ପ୍ରତି ବର୍ଷ ନିୟୁତ ନିୟୁତ ଲୋକଙ୍କର ସେପ୍ସିସ ହୁଏ; ବିକଶିତ ଦେଶମାନଙ୍କରେ ପ୍ରତି ଏକ ହଜାର ଲୋକରେ ଏହି ରୋଗ ହାର ୦.୨-୩ ଥାଏ । [୧୦][୧୧] ବିକାଶଶୀଳ ଦେଶମାନଙ୍କରେ ସ୍ୱଳ୍ପ ଡାଟା ମିଳୁଥିବାରୁ ଏହାର ପ୍ରଭାବ ଅଜ୍ଞାତ ରହୁଛି । [୧୦].
ଏହି ରୋଗ ହାର ବୃଦ୍ଧି ପାଉଥିବା ବିଶ୍ୱାସ କରାଯାଉଛି । [୪] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ସେସ୍ସିସ ରୋଗ ଅଧିକ ହୁଏ ।[୩]
ହିପୋକ୍ରେଟସ ଅମଳରୁ ଏହି ରୋଗର ବର୍ଣ୍ଣନା ଅଛି ।[୧୨] ପୂର୍ବତନ ସେପ୍ଟିସେମିଆ ଓ ରକ୍ତ ବିଷାକ୍ତତା ଶବ୍ଦ ଗୁଡ଼ିକର ପ୍ରଚଳନ ମନା କରାଯାଉଛି । [୧୨][୧୩]