ଇସ୍କ ତୁ ହି ତୁ

୨୦୧୫ର ଓଡ଼ିଆ କଥାଚିତ୍ର

ଇସ୍କ ତୁ ହି ତୁ, ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ତରଙ୍ଗ ଫିଲ୍ମ ପ୍ରଡ଼କ୍ସନ ତରଫରୁ ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରାଯାଇଥିଲା ।[୨] ଏହି ଚଳଚ୍ଚିତ୍ରଟିର ନାୟିକା ଏକ ଦୂରଦର୍ଶନ କାର୍ଯ୍ୟକ୍ରମ ଜରିଆରେ ବଛାଯାଇଥିଲା ।[୩] ତରଙ୍ଗ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନ ଜରିଆରେ ଏହି ଚଳଚ୍ଚିତ୍ରଟିର ନାୟିକା ଭୂମିକାରେ ଅଭିନୟ ପାଇଁ ଏଲିନା ସାମନ୍ତରାୟଙ୍କୁ ବଛାଯାଇଥିଲା ।[୪] ସେ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୫][୬]

ଇସ୍କ ତୁ ହି ତୁ
ନିର୍ଦ୍ଦେଶକତାପସ ସରଘରିଆ[୧]
ପ୍ରଯୋଜକତରଙ୍ଗ ସିନେ ପ୍ରଡକ୍ସନ
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟଭରଦ୍ୱାଜ ପଣ୍ଡା
କାହାଣୀତାପସ ସରଘରିଆ
କଳାକାରଅରିନ୍ଦମ ରାୟ
ଏଲିନା ସାମନ୍ତରାୟ
ମିହିର ଦାସ
ପ୍ରିୟଙ୍କା ମହାପାତ୍ର
ଅପରାଜିତା ମହାନ୍ତି
ମୀନକେତନ
ପ୍ରଜ୍ଞା ଖଟୁଆ
ସମରେଶ ରାଉତରାୟ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୪ ଜାନୁଆରୀ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ତାପସ ସରଘରିଆ କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।[୭] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଏଲିନା ସାମନ୍ତରାୟ ।[୮][୯] ମିହିର ଦାସ, ମୀନ‌କେତନ, ପ୍ରଜ୍ଞା ଖଟୁଆ, ସମରେଶ ରାଉତରାୟ, ଅପରାଜିତା ମହାନ୍ତି, ବିକାଶ ଦାସ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର

ଗୀତ

କ୍ରମଗୀତସମୟ
1."ଇସ୍କ ତୁ ହି ତୁ" 
2."ଜୋତ୍ସ୍ନା ସେ ରୂପସୀ ଜ‌ହ୍ନ" 
3."ନ ଥିଲା ଭାଗ୍ୟରେ" 
4."ଓରେ ପ୍ରିୟାରେ" 
5."ତୁ ନ ହେଲୁ ନାହିଁ" 
6."ଦୁନିଆ ପଥର" 
7."ହାଏ ତୋ ଶାହାରୁଖ ବାଲା ଷ୍ଟାଇଲ" 

ଆଧାର

ବାହାର ଆଧାର