ଇମ୍ରାନ ଖାଁ

ହିନ୍ଦୀ କଥାଚିତ୍ର ଅଭିନେତା

ଇମ୍ରାନ ଖାଁ (pronounced [ɪmraːn ˈxaːn]; ଜନ୍ମନାମ: ଇମ୍ରାନ ପାଲ୍[୩], ଜନ୍ମ: ୧୩ ଜାନୁଆରୀ ୧୯୮୩) ଜଣେ ଆମେରିକୀୟ ଚଳଚ୍ଚିତ୍ର ଅଭିନେତା, ଯିଏକି ମୁଖତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ଭାରତୀୟ ବଂଶଧର ଭାବରେ ଆମେରିକାର ଅଧିବାସୀ ।[୧] ସେ ହିନ୍ଦୀ କଥାଚିତ୍ର ଅଭିନେତା ଅମିର ଖାଁ ଓ ନିର୍ଦ୍ଦେଶକ ତ‌ଥା ପ୍ରଯୋଜକ ମନ୍‌ସୁର୍ ଖାଁଙ୍କର ଭଣଜା ।[୪] ଇମ୍ରାନଙ୍କର ଅଜା ନସିର ହୁସେନ ମଧ୍ୟ ଜଣେ ନିର୍ଦ୍ଦେଶକ ଓ ପ୍ରଯୋଜକ ।[୫] ଇମ୍ରାନ ଶିଶୁ କଳାକାର ଭାବରେ ୧୯୮୮ ମସିହାରେ ଏବଂ ୧୯୯୨ ମସିହାରେ ଦୁଇଟି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୮ ମସିହାରେ ଇମ୍ରାନ ଅମିର ଖାଁଙ୍କ ନାୟକ ଭାବରେ ପ୍ରଥମ ଚଳଚ୍ଚିତ୍ର କୋୟାମତ୍‌ ସେ କୋୟାମତ୍ ତକ୍‌ ଏବଂ ୧୯୯୨ରେ ଅମିର ଖାଁଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ଯୋ ଜିତା ଓହି ସିକନ୍ଦର ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।[୬][୭]

ଇମ୍ରାନ ଖାଁ
Imran Khan is smiling at the camera.
୨୦୧୩ରେ ଇମ୍ରାନ
ଜନ୍ମ
ଇମ୍ରାନ ପାଲ୍

(1983-01-13) ୧୩ ଜାନୁଆରୀ ୧୯୮୩ (ବୟସ ୪୧)
ମାରିସନ୍, ୱିସ୍କୋନସିନ୍, ଯୁକ୍ତରାଷ୍ଟ୍ର ଆମେରିକା
ଜାତୀୟତାଆମେରିକୀୟ[୧]
ଶିକ୍ଷାନୁଷ୍ଠାନଫ୍ରେମୋଣ୍ଟ ହାଇ ସ୍କୁଲ, କାଲିଫର୍ଣ୍ଣିଆ
ବମ୍ବେ ସ୍କୋଟିସ୍ ସ୍କୁଲ୍
ନିୟୁର୍କ ଫିଲ୍ମ ଆକେଡେମୀ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୮–୨୦୧୫
ବୈବାହିକ-ସାଥୀ
ଅବନ୍ତିକା ମଲିକ
(m. ୨୦୧୧)
ସନ୍ତାନ[୨]
ସମ୍ପର୍କୀୟଅମିର ଖାଁ (ମାମୁଁ)
ମନସୁର୍ ଖାଁ (ମାମୁଁ)
ନସୀର ହୁସେନ (ଅଜା)
ରାଜ୍ ଜ୍ୟୋତିଷ (ସାବତ-ବାପା)

ଇମ୍ରାନ ନାୟକ ଭାବରେ ତାଙ୍କର ଅଭିନୟ ଆରମ୍ଭ କଲେ ୨୦୦୮ ମସିହାରେ । ସେ ହିନ୍ଦୀ କଥାଚିତ୍ର ଯାନେ ତୁ... ୟା ଯାନେନା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୮] ଏହି କଥାଚିତ୍ରଟି ସମୀକ୍ଷକମାନେ ପସନ୍ଦ କରିଥିଲେ ଏବଂ ବ୍ୟବସାୟରେ ମଧ୍ୟ ସଫଳ ହୋଇଥିଲା ।[୯] ଏହି କଥାଚିତ୍ର ପାଇଁ ଇମ୍ରାନଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତ ପୁରସ୍କାର ମଧ୍ୟ ମିଳିଥିଲା ।[୧୦] ଏହାପରେ ଇମ୍ରାନଙ୍କର ଦୁଇଟି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିପାରିନଥିଲା ଏବଂ ଗଣମାଧ୍ୟମରେ ତାଙ୍କୁ ଅନେକ ସମାଲୋଚନା କରାଯାଇଥିଲା ।[୧୧] ଏମିତିକି ସେ ଗୋଟିଏ ଫିଲ୍ମର ଯୋଗ୍ୟ ବୋଲି ମଧ୍ୟ କଟାକ୍ଷ କରାଯାଇଥିଲା । ଏହାପରେ ସେ ୨୦୧୦ରେ ଆଇ ହେଟ୍ ଲଭ୍ ଷ୍ଟୋରୀସ୍, ୨୦୧୧ରେ ଦେଲ୍ଲୀ ବେଲ୍ଲୀ ଓ ମେରେ ବ୍ରଦର୍ କି ଦୁଲ୍‌ହନ୍ ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମେରେ ବ୍ରଦର୍ କି ଦୁଲ୍‌ହନ୍‌ ଇମ୍ରାନଙ୍କର ଶେଷ ସଫଳ ଚଳଚ୍ଚିତ୍ର ଥିଲା । ଏହାପରେ ସେ ଅନେକ ବ୍ୟବସାୟିକ ବିଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୨ରେ ଏକ୍ ମେଁ ଏକ୍ ତୁ, ୨୦୧୩ରେ ମାତୃ କି ବିଜୀ କା ମଣ୍ଡୋଲା, ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା, ଗୋରୀ ତେରେ ପ୍ୟାର୍ ମେଁ ଏବଂ ୨୦୧୫ରେ କଟ୍ଟି ବଟ୍ଟି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମାତ୍ର ଏହି ସବୁ ଚଳଚ୍ଚିତ୍ର ବ୍ୟବସାୟରେ ବିଫଳ ହୋଇଥିଲା । ଇମ୍ରାନ ନାୟକ ଭୂମିକାରେ ଅଭିନୟ କରିବା ସ‌ହ ୨୦୦୮ ମସିହାରେ ତାଙ୍କର ୨ୟ ଚଳଚ୍ଚିତ୍ର କିଡ୍‌ନାପ୍‌ରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।

ଚଳଚ୍ଚିତ୍ରରେ କାମ କରିବା ବ୍ୟତୀତ ଇମ୍ରାନ କିଛି ସାମାଜିକ ସେବା ସଂସ୍ଥା ସ‌ହ ମିଶି କାମ କରୁଛନ୍ତି । ସେ ହିନ୍ଦୁସ୍ତାନ ଟାଇମ୍‌ସ୍ ପାଇଁ କିଛି ସ୍ତମ୍ଭ ମଧ୍ୟ ଲେଖିଛନ୍ତି । ସେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଥିବା ଆମେରିକୀୟ ଅଣଲାଭକାରୀ ବେସରକାରୀ ସଂସ୍ଥାର ଜଣେ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥାଦ୍ୱାରା ଆୟୋଜିତ କିଛି କାର୍ଯ୍ୟକ୍ରମରେ ମଧ୍ୟ ଇମ୍ରାନ ଯୋଗ ଦେଇଛନ୍ତି । ଜାନୁଆରୀ ୨୦୧୧ରେ ଇମ୍ରାନ ଅବନ୍ତିକା ମଲ୍ଲିକଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ଦୁହିଁଙ୍କର ଦଶ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା ।

ଆଧାର

ବାହାର ଆଧାର