ଆଶିକ୍

୨୦୧୫ର ଓଡ଼ିଆ କଥାଚିତ୍ର

ଆଶିକ୍, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରମୋଦ କୁମାର ସ୍ୱାଇଁ ଏବଂ ସୁଧାକର ବସନ୍ତ । ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ସୁଧାକର ବସନ୍ତ ଏବଂ ସଂଳାପ ଡଃ ରଜନୀ ରଞ୍ଜନ ଲେଖିଥିଲେ । କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ଅଭିଜିତ ମଜୁମଦାର ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଡଃ ନିର୍ମଳ ନାୟକ ଏବଂ ନିଜାମ୍ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।

ଆଶିକ୍
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକପ୍ରମୋଦ କୁମାର ସ୍ୱାଇଁ, ସୁଧାକର ବସନ୍ତ
ସଂଳାପଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟସୁଧାକର ବସନ୍ତ
କାହାଣୀସୁଧାକର ବସନ୍ତ
କଳାକାରସମ୍ବିତ ଆଚାର୍ଯ୍ୟ, କୋଏଲ ବାନାର୍ଜୀ, ପପୁ ପମ ପମ, ସୁଧାକର ବସନ୍ତ, ସୋଫିଆ ଆଲମ୍
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ ସିଂ
ମୁକ୍ତିଲାଭ ତାରିଖ
୧୭ ସେପ୍ଟେମ୍ବର ୨୦୧୫[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ[୨] ଏବଂ କୋଏଲ ବାନାର୍ଜୀପପୁ ପମ ପମ, ହରିହର ମହାପାତ୍ର[୩], ସୁଧାକର ବସନ୍ତ, ସୋଫିଆ ଆଲମ୍, ସରୋଜ ଦାସ, ସୁନୀତା, ପିଣ୍ଟୁ ନନ୍ଦ, ପପି ସନ୍ତୁକ, ପ୍ରମୋଦ କୁମାର ସ୍ୱାଇଁ ଆଦି କଳାକାରମାନେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରର ନାୟିକା ଭାବରେ ପ୍ରଥମେ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ବଛାଯାଇଥିଲା, ମାତ୍ର ପରେ କୋଏଲଙ୍କୁ ନାୟିକା ଭାବରେ ନିଆଯାଇଥିଲା ।[୪]

୧୭ ସେପ୍ଟେମ୍ବର ୨୦୧୫ରେ ଏହି କଥାଚିତ୍ରଟି ଓଡ଼ିଶାର ୪୫ଟି ପ୍ରକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୫]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଡଃ ନିର୍ମଳ ନାୟକ ଏବଂ ନିଜାମ୍ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।[୭] ଗୌତମ ଗିରି, ଅନ୍ତରା ଚକ୍ରବର୍ତ୍ତୀ, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ୍ ପ୍ରଧାନ, ଅସୀମା ପଣ୍ଡା, ତାରିକ୍ ଅଜିଜ୍, ଆଶା ପଣ୍ଡା ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୮]

ଗୀତ

କ୍ରମଗୀତକବିଗାୟକସମୟ
1."ଆଖି ମିଶିଗଲା"   
2."ବେଚେନ୍ ଦିଲ୍ ୟେ"ନିଜାମ୍ତାରିକ୍ ଅଜିଜ୍ 
3."ମାହିରେ ମାହିରେ"ଡଃ ନିର୍ମଳ ନାୟକବିଷ୍ଣୁମୋହନ କବି, ଆଶା ପଣ୍ଡା 
4."ନୀଳ ଆକାଶରେ"ଡଃ ନିର୍ମଳ ନାୟକସତ୍ୟଜିତ ପ୍ରଧାନ 
5."ତ‌ତେ ମୁଁ କାହିଁ ଏତେ ଭଲପାଏ ଜାଣେନା"ଡଃ ନିର୍ମଳ ନାୟକହ୍ୟୁମାନ ସାଗର, ଅସୀମା ପଣ୍ଡା 
6."ଟେଲ୍ ମି ଓ ଜାନମ୍ ଟେଲ୍ ମି"ନିଜାମ୍ଗୌତମ ଗିରି, ଅନ୍ତରା ଚକ୍ରବର୍ତ୍ତୀ 
7."ତୋ ପାଇଁ ଗାଇବି ମୁଁ"ନିଜାମ୍ବିଷ୍ଣୁମୋହନ କବି 

ଆଧାର

ବାହାର ଆଧାର

  • ଇଣ୍ଟରନେଟ ମୁଭି ଡାଟାବେସରେ ଆଶିକ୍