ଆଲ୍ଲାନ ଫକିର

ଆଲ୍ଲାନ ଫକିର ଜଣେ ପାକିସ୍ଥାନୀ ଲୋକଗୀତ ଗାୟକ ଥିଲେ ।

ଆଲ୍ଲାନ ଫକିର (୧୯୩୨ – ୪ ଜୁଲାଇ ୨୦୦୦),[୧] (ସିନ୍ଧି: علڻ فقيرُ, Urdu: علن فقیر), ଜଣେ ପାକିସ୍ଥାନୀ ଲୋକଗୀତ ଗାୟକ ଥିଲେ । ସେ ପାକିସ୍ଥାନର ଏକ ପ୍ରମୁଖ ସୁଫି ସଙ୍ଗୀତ ଗାୟକ ଥିଲେ । ତାଙ୍କର ଅପୁର୍ବ ପ୍ରଦର୍ଶନ କଳା ଯୋଗୁ ସେ ପାକିସ୍ଥାନରେ ବିଖ୍ୟାତ ହୋଇଥିଲେ ଯାହା ଭକ୍ତି ଭାବ ପୂର୍ଣ୍ଣ ଥିଲା ଓ ସୁଫି ନୃତ୍ୟ-ସଙ୍ଗୀତରେ ପରିପୂର୍ଣ୍ଣ ଥିଲା ।[୨]

Ali Bux Alias Taunwer Faqir
ଜନ୍ମ1932[୧]
Aamri village, Taluka Manjhand, Jamshoro District, Sind, British India (present-day Sindh, Pakistan)
ମୃତ୍ୟୁ୪ ଜୁଲାଇ ୨୦୦୦(୨୦୦୦-୦୭-୦୪)[୧] (aged 67 or 68)
Buried at Housing society Jamshoro (buried in his own home)
ବୃତ୍ତିfolk singer

ପ୍ରାକ୍ ଜୀବନ

ଆଲ୍ଲାନ ଫକିର ଜାମଶୋରୋ ଜିଲ୍ଲା, ସିନ୍ଧର ପୁରାତନ ଅମରି ଗ୍ରାମରେ ୧୯୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।[୩] ଆଲ୍ଲାନ ଜନ୍ମ ହେବା ପରେ ପରେ ତାଙ୍କର ମାତା ମୃତ୍ୟୁ ବରଣ କରିଥିଲେ । ତାଙ୍କର ଶୈଶବ କାଳ ହାଇଦରାବାଦ-ସିନ୍ଧ ଓ ସେହ୍ୱାନର ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ମଞ୍ଝଣ୍ଡ ଟାଉନରେ କଟିଥିଲା ।

ସେ ମଙ୍ଗ୍ରସି ଜନ ଜାତିର ଲୋକ ଥିଲେ ଓ ସେହି ଜାତିର ଲୋକଙ୍କୁ ସୁନ୍ଦର ସୁର ଓ ଗୀତ ଗାଇ ସନ୍ତୋଷ ଓ ଖୁସି ଦେଉଥିବା ବିଶ୍ୱାସରେ ମେଳା ଓ ଉତ୍ସବମାନଙ୍କରେ ସ୍ୱାଗତ କରାଯାଉଥିଲା । ସେହି ଜନ ଜାତିରେ ପରମ୍ପରା ଅନୁସାରେ ଆଲ୍ଲାନ ଫକିରଙ୍କ ପିତା ଡ୍ରମ ବଜାଉଥିଲେ ଓ ବିବାହ ଉତ୍ସବମାନଙ୍କରେ ପାରମ୍ପରିକ ଗୀତ ଗାଉଥିଲେ ଓ ଆଲ୍ଲାନଙ୍କ ଭାଇ ଏ ପର୍ଯ୍ୟନ୍ତ ମଧ୍ୟ ସେହି କାମରେ ବ୍ୟସ୍ତ ଅଛନ୍ତି । [୪]

ଫକିର ଏକ ଆରବୀ ଭାଷାର ଶବ୍ଦ ଓ ଏହା ରହସ୍ୟମୟ ବା ସୁଫିକୁ ବୁଝାଏ । ଫକିରର ପ୍ରକୃତ ଆକ୍ଷରିକ ଅର୍ଥ ହେଉଛି ଜଣେ ବ୍ୟକ୍ତି ଯିଏ ସଂସାରର ମୋହ ମାୟାଠାରୁ ଦୂରରେ ରହନ୍ତି, ତାଙ୍କର ଜୀବନ ଦୟା ଧର୍ମରେ କଟିଥାଏ ଓ ଯାହା ମିଳେ ତାକୁ ନେଇ ସେମାନେ ସନ୍ତୋଷରେ କାଳ ଯାପନ କରନ୍ତି । ଅନ୍ୟ ଅର୍ଥରେ ଏହାକୁ ସିନ୍ଧି ଓ ଉର୍ଦ୍ଦୁ ଭାଷାରେ ଭିକାରୀ ଭାବରେ ବ୍ୟବ‌ହାର କରାଯାଏ ।

କିଶୋର ବୟସ ବେଳେ ଆଲ୍ଲାନ ଦୁଃଖ ପରିପୂର୍ଣ୍ଣ ଗୀତ ଗାଇବାକୁ ଭଲ ପାଉଥିଲେ ଯାହା ତାଙ୍କ ପିତାଙ୍କୁ ପସନ୍ଦ ନ ଥିଲା । ମାତାଙ୍କର ସ୍ନେହରୁ ବଞ୍ଚିତ ହୋଇ ସେ ସେହି ସ୍ନେହର ବିକଳ୍ପ ଖୋଜିବାକୁ ବାହାରିଲେ । ସେ ଭିତ ଶାହରେ ଥିବା ଶାହ ଅବଦୁଲ ଲତିଫ ଭିଟାଇଙ୍କ ଦରଘାରେ ପ‌ହଞ୍ଚିଲେ ଓ ସେଠାରେ ବାସ କରିବାକୁ ଲାଗିଲେ । ପ୍ରାରମ୍ଭରେ ସେ ପିତାଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ।

ଆଲ୍ଲାନଙ୍କର କୌଣସି ଶିକ୍ଷା ଦୀକ୍ଷା ଓ ଲେଖା ପଢ଼ି ଜାଣି ନ ଥିଲେ ମଧ୍ୟ ତାଙ୍କର ଅପୂର୍ବ ସ୍ମରଣ ଶକ୍ତି ଥିଲା । ପ୍ରତି ରାତିରେ ସେ ପାରମ୍ପାରିକ 'ଲତିଫି ରାଗ' ଶୁଣି ଭାବୁକ ହୋଇଯାଉଥିଲେ । ଫକିର ଜ‌ୱାର କୁର୍ବାନ ଅଲି ଲଞ୍ଜ‌ୱାନି ଓ ମୁଲଚାନ୍ଦ ମହାରାଜଙ୍କଠାରୁ ପ୍ରୋତ୍ସାହନ ପାଇ ଅଲ୍ଲାନ ଫକିର ସେହି ଦରଘାରେ ଭିଟାଇଙ୍କ କବିଟା ଗାଇବାକୁ ଲାଗିଲେ ଓ ସେଠାରେ ୨୦ ବର୍ଷ କାଳ କଟେଇବା ପରେ ଅବଦୁଲ କରିମ ବାଲୋଚଙ୍କ ସ‌ହିତ ସାକ୍ଷାତ ହେଲା ଯିଏ ତାଙ୍କୁ ପାକିସ୍ଥାନ ରେଡିଓ ଓ ହାଇଦରାବାଦ, ସିନ୍ଧରେ ଥିବା ପାକିସ୍ଥାନ ଟେଲିଭିଜନ ସ‌ହିତ ପରିଚୟ କରେଇଥିଲେ ଓ ସେ ଗାନ କରୁଥିବା ଭିଟାରି କବିତାର ସଠିକ ଉଚ୍ଚାରଣ କରିବାକୁ ଶିକ୍ଷା କରିବାକୁ ସାହାଯ୍ୟ କରିଥିଲେ ।[୧]

ଅବଶେଷରେ ଆଲ୍ଲାମ ଏକ ପ୍ରଦର୍ଶନ‌କାରୀ କିମ୍ବଦନ୍ତୀରେ ପରିଣତ ହୋଇଗଲେ ।

ସମ୍ମାନ ଓ ପୁରସ୍କାର

ଲୋକ କଳା ପ୍ରତି ତାଙ୍କର ଅବଦାନ ଯୋଗୁ ଇନଷ୍ଟିଚ୍ୟୁଟ ଅଫ ସିନ୍ଧୋଲୋଜିରେ ତାଙ୍କୁ ଏକ ଛୋଟ ଘର ଦିଆଯାଇଥିଲା ।

ଆଲ୍ଲାନ ଫକିର ଗ୍ରହଣ କରିଥିବା ପୁରସ୍କାର: Allan Fakir received the following awards:

  • ପ୍ରେସିଡେଣ୍ଟଙ୍କର ପ୍ରାଇଡ ଅଫ ପରଫରମାନ୍ସ ପୁରସ୍କାର, ୧୯୮୦[୩]
  • ବୁଖାରି ପୁରସ୍କାର ୧୯୮୪
  • ଶାହବାଜ ପୁରସ୍କାର ୧୯୮୭
  • ଶାହ ଲତିଫ ପୁରସ୍କାର ୧୯୯୨
  • କନ୍ଧକୋଟ ପୁରସ୍କାର ୧୯୯୩

ମୃତ୍ୟୁ

କରାଚୀର ଲିଆକତ ଜାତୀୟ ଡାକ୍ତରଖାନରେ ସେ ୪ ଜୁଲାଇ ୨୦୦୦ ମସିହାର ମୃତ୍ୟୁ ବରଣ କରିଥିଲେ । ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ତାଙ୍କ ପତ୍ନୀ, ୩ ପୁଅ ଓ ୨ ଝିଅଙ୍କୁ ଛାଡ଼ିଯାଇଥିଲେ ।[୧]

ଆଧାର