ଆରତୀ ମୁଖାର୍ଜୀ

ଭାରତୀୟ ଗାୟିକା

ଆରତୀ ମୁଖାର୍ଜୀ (ଜନ୍ମ : ୧୮ ଜୁଲାଇ ୧୯୪୩) ଜଣେ ବଙ୍ଗଳାଦେଶୀ କଣ୍ଠଶିଳ୍ପୀ ।[୧][୨] ସେ ବଙ୍ଗଳା, ଓଡ଼ିଆ ଓ ହିନ୍ଦୀ ଆଦି ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ଗୀତ ଗାତା ଚଲ, ମାସୁମ ଓ ତପସ୍ୟା ଆଦି ହିନ୍ଦୀ ଚଳଚ୍ଚିତ୍ର ତଥା ଅଭିଳାଷ, ଉଲ୍‌କା, ବାଟ ଅବାଟ, ମେଘମୁକ୍ତି, ଟିକେ ହସ ଟିକେ ଲୁହ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ ।

ଆରତୀ ମୁଖାର୍ଜୀ
ଜନ୍ମ (1943-07-18) ୧୮ ଜୁଲାଇ ୧୯୪୩ (ବୟସ ୮୦)
ଢାକା, ବଙ୍ଗଳାଦେଶ
ଶୈଳୀଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ପ୍ରଚ୍ଚଦପଟ୍ଟ ଗାୟନ
ପେଷାକଣ୍ଠଶିଳ୍ପୀ
କାର୍ଯ୍ୟକାଳ୧୯୬୧ରୁ ଏପର୍ଯ୍ୟନ୍ତ

ପ୍ରାରମ୍ଭିକ ଜୀବନ

ଆରତୀ ଢାକାର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା ତାଙ୍କୁ ସଙ୍ଗୀତ ପ୍ରତି ଆକର୍ଷିତ କରାଇଥିଲେ । ସୁଶୀଳ ବାନାର୍ଜୀ, ଉସ୍ତାଦ ମହମ୍ମଦ ସାଗୀରୁଦ୍ଦିନ ଖାନ, ପଣ୍ଡିତ ଚିନ୍ମୟ ଲାହିରୀ, ପଣ୍ଡିତ ଲକ୍ଷ୍ମଣ ପ୍ରସାଦ ଜୟପୁରୱାଲେ ଓ ପଣ୍ଡିତ ରମେଶ ନନ୍ଦକର୍ଣ୍ଣୀଙ୍କଠାରୁ ସେ ସଙ୍ଗୀତ ଶିକ୍ଷା କରିଥିଲେ ।

ପ୍ରଚ୍ଛଦପଟ୍ଟ ଗାୟନ

୧୯୫୫ ମସିହାରେ ଏକ ସର୍ବଭାରତୀୟ ସଙ୍ଗୀତ ପ୍ରତିଯୋଗିତା ମେଟ୍ରୋ ମର୍ଫି କଣ୍ଟେଷ୍ଟରେ ସେ ଭାଗନେଇଥିଲେ । ସେତେବେଳକୁ ତାଙ୍କୁ ୧୪/୧୫ ବର୍ଷ ବୟସ ହୋଇଥାଏ । ଏହି ପ୍ରତିଯୋଗିତାରେ ଅନୀଲ ବିଶ୍ୱାସ, ନୌସାଦ, ବସନ୍ତ ଦେଶାଈ ଓ ସି ରାମଚନ୍ଦ୍ର ଆଦି ସଙ୍ଗୀତ ନିର୍ଦ୍ଦେଶକମାନେ ବିଚାରକ ଥିଲେ । ଏହି ପ୍ରତିଯୋଗିତାରେ ଆରତୀ ବିଜୟୀ ହୋଇଥିଲେ ଓ ଏହା ତାଙ୍କୁ ପ୍ରଚ୍ଛଦପଟ୍ଟ ଗାୟନକୁ ବାଟ କଢ଼େଇଥିଲା ।[୩] ୧୯୫୮ ମସିହାରେ ସେ ହିନ୍ଦୀ ଚଳଚ୍ଚିତ୍ର ସହରରେ ଗୀତ ଗାଇବାର ପ୍ରଥମ ସୁଯୋଗ ପାଇଥିଲେ । ଏହାପରେ ସେ ଅନେକ ହିନ୍ଦୀ, ବଙ୍ଗଳା, ଗୁଜରାଟୀ ଓ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି ।

ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗୀତ

  • ଏଇ ଝୁମା ଝୁମା ଗୋଲାପୀ ବେଳାରେ (ଅଭିଳାଷ)[୪]
  • ଅଭିମାନିନୀ ଏ ଅମାନିଆ ଢେଉ (ଉଲ୍‌କା)
  • ଏ ଜୀବନମାନେ ନୁହେଁ ଆହା (ଉଲ୍‌କା)
  • ଭାଉଜ ନାକରେ ସୁନା ଫାସିଆ (ବାଟ ଅବାଟ)
  • ଆଖି ବୁଜିଦେଲେ କିଆଁ ଏପରି ଲାଗେ (ବାଟ ଅବାଟ)
  • ତୋ ସାଥେ ଯିବିନି ମୁଁ ଯାତରା ଦେଖି (ବାଟ ଅବାଟ)
  • ଏ ମନେ ଅଛି (ମେଘମୁକ୍ତି)
  • ମୁଁ ଜାଣେନା, ତୁମେ ଜାଣନା (ଟିକେ ହସ ଟିକେ ଲୁହ)[୫]

ସମ୍ମାନ ଓ ପୁରସ୍କାର

  • ସଙ୍ଗୀତ ସୁଧାକାର ବାଳକୃଷ୍ଣ ଦାସ ପୁରସ୍କାର[୬]
  • ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ - ୨୦୧୫(ଓଡ଼ିଶା ସରକାର)
  • ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା - ୧୯୬୫,୧୯୬୭,୧୯୭୬ (ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ ଆସୋସିଏସନ)
  • ଫିଲ୍ମଫେୟାର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା - ୧୯୮୩ (ଦୋ ନେନା ଏକ କାହାଣୀ, ମାସୁମ ଚଳଚ୍ଚିତ୍ର)
  • ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ - ୨୦୧୬(ଟାଇମ୍ସ ଅଫ ଇଣ୍ଡିଆ)

ଆଧାର

ବାହାର ଆଧାର