ଆମେ ତ ମିଡିଲ୍ କ୍ଲାସ୍

୨୦୨୨ ଓଡ଼ିଆ କଥାଚିତ୍ର

ଆମେ ତ ମିଡିଲ୍ କ୍ଲାସ୍ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୀବ ଦ୍ୱିବେଦୀ ଓ ଉମେଶ ପଟ୍ଟନାୟକ । ସନ୍ତୋଷ ନାରାୟଣ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାସେଶ ମହାନ୍ତି ।[୧] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଆମେ ତ ମିଡିଲ୍ କ୍ଲାସ୍
ନିର୍ଦ୍ଦେଶକରାସେଶ ମହାନ୍ତି
ପ୍ରଯୋଜକସଞ୍ଜୀବ ଦ୍ୱିବେଦୀ, ଉମେଶ ପଟ୍ଟନାୟକ
ସଂଳାପବି. ଚନ୍ଦନ କୁମାର
ଚିତ୍ରନାଟ୍ୟବି. ଚନ୍ଦନ କୁମାର
କାହାଣୀସନ୍ତୋଷ ନାରାୟଣ ଦାସ
କଳାକାରଅଶ୍ରୁମୋଚନ ମହାନ୍ତି
ସୁଭାଶିଷ ଶର୍ମା
ମହାପ୍ରସାଦ କର
ବିଜୟିନୀ ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣସୁଦର୍ଶନ ସେନାପତି
ସମ୍ପାଦକପିଣ୍ଟୁ ନାୟକ
ମୁକ୍ତିଲାଭ ତାରିଖ
୨୨ ଅକ୍ଟୋବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଅଶ୍ରୁମୋଚନ ମହାନ୍ତି, ସୁଭାଶିଷ ଶର୍ମା, ମହାପ୍ରସାଦ କର, ବିଜୟିନୀ ମିଶ୍ର, ତନୁଶ୍ରୀ ମହିମା ଦାସ, ଆକାଶ, ସୋମୁ, ସୁନନ୍ଦା, ଦିଲ୍ଲୀପ, ପ୍ରିୟା, ଭୂପତି, ସୁଶୀଲ, ରାଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୨୨ ତାରିଖରେ ଉଭୟ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୧] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଲିପ୍ସା ମହାପାତ୍ର, ନେହା ନିହାରିକା କର, ସ୍ୱୟମ ପାଢ଼ୀ, ଅଭିଜିତ ମଜୁମଦାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ଆଲୋ ମୋ ଲେହେଙ୍ଗାବାଲି"ସତ୍ୟଜିତ ପ୍ରଧାନ, ଲିପ୍ସା ମହାପାତ୍ର 
2."ପ୍ରେମର ଶେଷ ସୀମା"ନେହା ନିହାରିକା କର, ସ୍ୱୟମ ପାଢ଼ୀ 
3."ଆମେ ତ ଶଳା ମିଡିଲ୍ କ୍ଲାସ୍"ଅଭିଜିତ ମଜୁମଦାର 

ଆଧାର

ବାହାର ଆଧାର