ଆନିଷା ଶର୍ମା

ଓଡ଼ିଆ ଅଭିନେତ୍ରୀ

ଆନିଷା ଶର୍ମା ହେଉଛନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ, ସେ ଛୋଟ ପରଦାରେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ସ୍ୱାଭିମାନ ମାଧ୍ୟମରେ ଲୋକଲୋଚନକୁ ଆସିଥିଲେ । ଅଭିନେତ୍ରୀ ଉଷସୀ ମିଶ୍ରଙ୍କ ସହାୟତାରେ ସେ ଉତ୍ତରଦାୟୀ ଧାରାବାହିକ ମାଧ୍ୟମରେ ଅଭିନୟ ଜଗତକୁ ପ୍ରବେଶ କରିଥିଲେ ।[୧] ଅଭିନେତ୍ରୀ ହେବା ସହିତ ସେ ମଡେଲିଂ, ଚିତ୍ର ଅଙ୍କିବା ଏବଂ ପୋଷାକ ଡ଼ିଜାଇନିଂରେ ମଧ୍ୟ ରୁଚି ରଖନ୍ତି ।[୨]

ଆନିଷା ଶର୍ମା
ଆନିଷା ଶର୍ମା
ଜନ୍ମ
ଆନିଷା ଦାସ

ସୋନପୁର
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଫ୍ୟାଶନ ମଡେଲ, ଅଭିନେତ୍ରୀ, ପୋଷାକ ଡିଜାଇନର
ଟେଲିଭିଜନସ୍ୱାଭିମାନ, ଉତ୍ତରଦାୟୀ, ଆଇନା
ବୈବାହିକ-ସାଥୀସୁଭାଶିଷ ଶର୍ମା

ପ୍ରାରମ୍ଭିକ ଜୀବନ

ସେ ସୋନପୁରରେ ଜନ୍ମଗ୍ରହଣ କରିଥିଲେ । ପାଠପଢ଼ା ସେ ଭୁବନେଶ୍ୱରରେ କରିଥିଲେ । ସେ ହୋଟେଲ ମ୍ୟାନେଜମେଣ୍ଟରେ ପାଠ ମଧ୍ୟ ପଢ଼ିଛନ୍ତି । ସେ ଧାରାବାହିକ ଜଗତରେ ପ୍ରବେଶ ପୂର୍ବରୁ ବେଙ୍ଗାଳୁରୁର ତାଜ ହୋଟେଲରେ କାମ ମଧ୍ୟ କରିଥିଲେ ।[୩][୨]

ଅଭିନୟ ଜୀବନ

ଧାରାବାହିକ

ସ୍ୱାଭିମାନ ଧାରାବାହିକ ଜରିଆରେ ସେ ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସିଥିଲେ। ଯଦିଓ ତାଙ୍କ ପରିବାରେରେ କେହି ଅଭିନୟ ଦୁନିଆରୁ ନୁହନ୍ତି ଥଥାପି ସେ ତାଙ୍କର ଉତ୍କୃଷ୍ଟ ଅଭିନୟ ଗୋଟିଏ ପରେ ଗୋଟିଏ ଧାରାବାହିକ ଯେପରି ସ୍ୱାଭିମାନ, ଉତ୍ତରଦାୟୀ, ଆଇନାରେ ତାଙ୍କର ପରାକାଷ୍ଠା ଦେଖେଇଆସୁଛନ୍ତି।

ସ୍ୱାଭିମାନ ଏବଂ ଆଇନାରେ ସେ ସୁଭାଶିଷ ଶର୍ମାଙ୍କ ସହ ଅଭିନୟ କରିଥିଲେ, ଯିଏକି ବର୍ତ୍ତମାନ ତାଙ୍କର ଜୀବନସାଥୀ ଅଟନ୍ତି।[୩][୨]

କଥାଚିତ୍ର

ଆନିଶା ୨୦୧୫ ମସିହାରେ ଓଡ଼ିଆ କଥାଚିତ୍ର ଲଭ୍ ୟୁ ହମେଶା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରରେ ସେ ଅରିନ୍ଦମ ରାୟଙ୍କ ସ‌ହ ଅଭିନୟ କରିଥିଲେ । ଏହାପରେ ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର କାବୁଲା ବାରବୁଲାରେ ଏକ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ ।

ବୈବାହିକ ଜୀବନ

ଆନିଷା, ତାଙ୍କର ଧାରାବାହିକର ଜୀବନସାଥୀ ସୁଭାଶିଷ ଶର୍ମା ଓରଫ ମଣ୍ଟୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୧୮ ମାର୍ଚ୍ଚ ୨୦୧୬ରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା। ଏହାର ପାଖାପାଖି ଦୁଇ ମାସ ପରେ ୧୩ ଜୁଲାଇ ୨୦୧୬ରେ ଉଭୟେ ପରସ୍ପରଙ୍କୁ ରାମନାଗେଶ୍ୱର ମନ୍ଦିର, ବିଡାନାସି, କଟକରେ ବିବାହ କରିଥିଲେ ।[୪] ବର୍ତ୍ତମାନ ଦୁହେଁ କଟକରେ ଅବସ୍ଥାପିତ ଅଟନ୍ତି।[୩][୨]

ଅଭିନୀତ କଥାଚିତ୍ର

ଚଳଚ୍ଚିତ୍ରମୁକ୍ତିଲାଭ ବର୍ଷ
ଲଭ ୟୁ ହମେଶା୨୦୧୫
କାବୁଲା ବାରବୁଲା୨୦୧୬
ଓନଲି ପ୍ୟାର୨୦୧୮
ସାଥୀ ତୁ ଫେରିଆ (ତିଆରି ଚାଲୁଅଛି)[୫]

ଆଧୁନିକ ସଂଗୀତ ଜୀବନ

ଆନିଷା ନିମ୍ନଲିଖିତ ଆଲବମ ଗୀତରେ ମଧ୍ୟ ଅଭିନୟ କରିଛନ୍ତି।

ଆଧାର

ବାହାର ଆଧାର