ଆଟୋମେକ୍ସେଟିନ

ଯୌଗିକ ରାସାୟନିକ ପଦାର୍ଥ

ଆଟୋମେକ୍ସେଟିନ (ଇଂରାଜୀ ଭାଷାରେ Atomoxetine, ଏକ ବିକ୍ରୟ ନାମ ସ୍ଟ୍ରାଟେରା/ Strattera) ଏକ ଔଷଧ ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ADHD) ରୋଗର ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[୫] ଅତି କମ୍‌ରେ ଏହାର ବ୍ୟବ‌ହାର ନିମନ୍ତେ ରୋଗୀର ବୟସ ୬ ବର୍ଷ ବା ଅଧିକ ହେବା ଆବଶ୍ୟକ ।[୫] ଏହା ପାଟିରେ ଦିଆଯାଏ । [୫]

ଆଟୋମେକ୍ସେଟିନ
Clinical data
Trade namesStrattera, others
Synonyms(R)-N-Methyl-3-phenyl-3-(o-tolyloxy)propan-1-amine
AHFS/Drugs.commonograph
MedlinePlusa603013
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth
ATC code
Legal status
Legal status
  • AU: S4 (Prescription only)
  • CA: ℞-only
  • UK: POM (Prescription only)
  • US: ℞-only
Pharmacokinetic data
Bioavailability63 to 94%[୧][୨][୩]
Protein binding98%[୧][୨][୩]
MetabolismLiver, via CYP2D6[୧][୨][୩]
Elimination half-life4.5-19 hours[୧][୨][୩][୪]
ExcretionKidney (80%) and faecal (17%)[୧][୨][୩]
Identifiers
IUPAC name
  • (3R)-N-Methyl-3-(2-methylphenoxy)-3-phenylpropan-1-amine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.120.306 Edit this at Wikidata
Chemical and physical data
FormulaC17H21NO
Molar mass255.36 g/mol
291.81 g/mol (hydrochloride)
3D model (JSmol)
SMILES
  • CC1=C(C=CC=C1)O[C@H](CCNC)C2=CC=CC=C2
InChI
  • InChI=1S/C17H21NO/c1-14-8-6-7-11-16(14)19-17(12-13-18-2)15-9-4-3-5-10-15/h3-11,17-18H,12-13H2,1-2H3/t17-/m1/s1 checkY
  • Key:VHGCDTVCOLNTBX-QGZVFWFLSA-N checkY
 ☒NcheckY (what is this?)  (verify)

ଆଟୋମେକ୍ସେଟିନର ପାର୍ଶ୍ୱ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା, ଅରୁଚି, ଅଇ, ଥକ୍କା ଅନୁଭବ ଓ ମୁଣ୍ଡ ଓଜନିଆ ଲାଗିପାରେ । [୫] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଞ୍ଜିଓଇଡିମା, ଯକୃତ ସମସ୍ୟା, ସ୍ଟ୍ରୋକ, ସାଇକୋସିସ, ହୃତପିଣ୍ଡ ସମସ୍ୟା, ଆତ୍ମହତ୍ୟା ପ୍ରବଣ ଓ ଆକ୍ରମଣାତ୍ମକ ବ୍ୟବ‌ହାର ଦେଖାଯାଇପାରେ ।[୫][୬] ଗର୍ଭାବସ୍ଥାସ୍ତନ୍ୟପାନ (breastfeeding) ସମୟରେ ଏହାର ପ୍ରତିକ୍ରିୟା ସ୍ପଷ୍ଟ ହୋଇନାହିଁ ।[୭] ଆଟୋମେକ୍ସେଟିନ ଏକ ନରେପିନେଫ୍ରିନ ରିଅପଟେକ ଇନହିବିଟର (norepinephrine reuptake inhibitor) ଭାବରେ କାମ କରେ । [୫]

ସନ ୨୦୦୨ରେ ଆଟୋମେକ୍ସେଟିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୫] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୫୩ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୭୭ ଆମେରିକୀୟ ଡଲାର ।[୮] ସନ ୨୦୧୬ରେ ଏହାର ୨ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୪୫ତମ ସ୍ଥାନରେ ଥଲା ।[୯]

ଏହ ମଧ୍ୟ ଦେଖନ୍ତୁ

ଆଧାର

ବାହ୍ୟ ଲିଙ୍କ