ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର

ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର (ଓସିଡି), (ଇଂରାଜୀ ଭାଷାରେ obsessive–compulsive disorder (OCD) ଏକ ମାନସିକ ବେମାରୀ ଯେଉଁଥିରେ ରୋଗୀ ବାରମ୍ବାର ଗୋଟିଏ କାମ ତନ‌ଖି କରିବା ଇଚ୍ଛା ଅନୁଭବ କରେ, ଗୋଟିଏ ପ୍ରକାର ଇଚ୍ଛା ବାରମ୍ବାର ହୁଏ ଓ ରୁଟିନ କାମ ଜବରଦସ୍ତ ବାରମ୍ବାର କରିବା ଆବଶ୍ୟକ ମନେ କରେ । ଲୋକ ଏ ପ୍ରକାର ଇଚ୍ଛା ବା କାର୍ଯ୍ୟକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଏମାନେ କରିଥିବା ସାଧାରଣ କାର୍ଯ୍ୟ: ହାତ ଧୁଆ, ଜିନିଷ ଗଣିବା ଓ କବାଟ କିଳା ହୋଇଛି କି ନା ତଦାରଖ କରିବା । ଜିନିଷ ଫୋପାଡ଼ିବାରେ କେତେକ ଲୋକଙ୍କର ଅସୁବିଧା ହୁଏ । ଏହି କାର୍ଯ୍ୟଦ୍ୱାରା ଦୈନ‌ନ୍ଦିନ ଜୀବନ ଯାତ୍ରା ଉପରେ ବିଯୁକ୍ତାତ୍ମକ ପ୍ରଭାବ ପଡ଼େ ।[୧] ଗୋଟିଏ କାମ କରିବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିପାରେ ।[୨] ଅଧିକଂଶ ବୟସ୍କ ଲୋକ ନିଜର ବ୍ୟବ‌ହାର ଅର୍ଥହୀନ ବୋଲି ଅନୁଭବ କରନ୍ତି ।[୧] ଟିକ, ଉତ୍କଣ୍ଠା ଡିଜାର୍ଡ଼ର ଓ ଆତ୍ମହତ୍ୟା ପ୍ରବଣତା ଏହି ରୋଗ ସ‌ହିତ ସଂଯୁକ୍ତ ସଙ୍କଟ ଥାଏ ।[୨][୩]

ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର
ଏହି ଧରଣର ରୋଗୀ ବାରମ୍ବାର ହାତ ଧୁଅନ୍ତି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F42.
ଆଇସିଡ଼ି-୯-ସିଏମ୍300.3
ଓଏମ୍‌ଆଇଏମ୍164230
ରୋଗ ଡାଟାବେସ33766
ମେଡ଼ିସିନ-ପ୍ଲସ000929
ଇ-ମେଡ଼ିସିନarticle/287681
MeSHD009771

ଏହି ରୋଗର କାରଣ ଅଦ୍ୟାବଧି ଜଣାଯାଇ ନାହିଁ ।[୧] ଆଇଡେଣ୍ଟିକାଲ ଯମଜ ପିଲାଙ୍କର ନନ୍ ଆଇଡେଣ୍ଟିକାଲ ଯମଜ ପିଲାଙ୍କ ଅପେକ୍ଷା ଏହି ରୋଗ ଅଧିକ ହେଉଥିବାରୁ ଜେନେଟକ ପ୍ରଭାବ ଥିବା ସନ୍ଦେହ କରାଯାଏ । ସଙ୍କଟ କାରକମାନଙ୍କର ନାମ:- ଚାଇଲ୍ଡ ଆବ୍ୟସ ବା ଶିଶୁ ଅତ୍ୟାଚାରର ଇତିହାସ କିମ୍ବା ଅନ୍ୟାନ୍ୟ ମାନସିକ ଚାପ ଏହି ରୋଗ ହେବାରେ ସ‌ହାୟକ ହୁଏ । ସଂକ୍ରମଣ ପରେ କେତେକ କେଶ ହେବା ଉଲ୍ଲେଖ ରହିଛି । ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ କିନ୍ତୁ ତା ପୂର୍ବରୁ ଅନ୍ୟାନ୍ୟ ମେଡିକାଲ କାରଣ ବା ଔଷଧ ଖାଇଥିବା କଥା ଖୋଜି ବିଦାୟ କରିବାକୁ ପଡ଼େ ।[୨] ଏହାର ଭୟାବ‌ହତା ବା ଗମ୍ଭୀରତାର ମାନ ଜାଣିବାକୁ ୟେଲ-ବ୍ରୌନ ଅବସେସିଭ କମ୍ପଲସିଭ ସ୍କେଲ ବ୍ୟବ‌ହାର କରାଯାଏ ।[୪] ଏକା ପ୍ରକାର ଲକ୍ଷଣ ଥିବା ରୋଗମାନଙ୍କର ନାମ:- ଉତ୍କଣ୍ଠା ଡିଜଅର୍ଡ଼ର (anxiety disorder), ମେଜର ଡିପ୍ରେସିଭ ଡିଜଅର୍ଡ଼ର, ଖାଇବା ଡିଜ୍ଅର୍ଡ଼ର, ଟିକ ଡିଜ୍ଅର୍ଡ଼ର ଓ ଅବସେସିଭ-କମ୍ପଲସିଭ ପର୍ସନାଲିଟି ଡିଜଅର୍ଡ଼ର.[୨]

ବ୍ୟବହାରିକ ଥେରାପି (behavioral therapy) ଓ ବେଳେବେଳେ ସିଲେକ୍ଟିଭ ସେରୋଟୋନିନ ଇନହିବିଟର ଔଷଧ ଦିଆଯାଇ ଓସିଡି ରୋଗର ଚିକିତ୍ସା କରାଯାଏ । ଯେଉଁ କାରଣ ଯୋଗୁ ରୋଗ ହୋଇଥିବା ଜଣାଯାଏ ସେହି କାରଣମାନଙ୍କଠାରୁ ରୋଗୀକୁ ଦୂରରେ ରଖାଯାଏ ଓ ପୁନଃ ପୁନଃ କରୁଥିବା କାମକୁ କରିବାକୁ ଦିଆଯାଏ ନାହିଁ ।[୫] କ୍ୱେସିଆପାଇନ ଭଳି ଆଟିପିକାଲ ଆଣ୍ଟିସାଇକୋଟିକ ଔଷଧ ଏସଏସଆରସି ସହିତ ମିଶେଇ ଦେଲେ ପ୍ରତିରୋଧକାରୀ ରୋଗରେ ଉପକାର ମିଳେ କିନ୍ତୁ ଏହାର ଅଧିକ ପାର୍ଶ୍ୱପ୍ରତିକ୍ରିୟା ଥାଏ ।[୬] ଚିକିତ୍ସା ନ କଲେ ରୋଗ ବର୍ଷ ବର୍ଷ ଧରି ରହିଥାଏ ।[୨]

ଜନସଂଖ୍ୟାର ୨.୩ % ଲୋକ ଜୀବନରେ ଥରେ ହେଲେ ଏହି ରୋଗ ଭୋଗନ୍ତି ।[୭] ଯେ କୌଣସି ବର୍ଷରେ ହିସାବକୁ ନେଲେ ପୃଥିବୀରେ ୧.୨ % ହାରରେ ଏହି ରୋଗ ହୁଏ ।[୨] କୋଡିଏ ବର୍ଷ ବୟସ ପୂର୍ବରୁ ଏହି ରୋଗ ଆରମ୍ଭ ହୋଇଥାଏ ଓ ୩୫ ବର୍ଷ ପରେ ଏହି ରୋଗ ଆରମ୍ଭ ହେବା ଦେଖାଯାଏ ନାହିଁ ।[୧][୨] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୧] ଇଂରାଜୀ ଭାଷାରେ ଅବସେସିଭ-କମ୍ପଲସିଭ ଶବ୍ଦଟି ଅନୌପଚାରିକ ଭାବେ ଏଭଳି ଲୋକ‌କୁ ବୁଝାଏ ଯେ ଧ୍ୟାନ ସମ୍ପର୍ଣ୍ଣ, ପୁର୍ଣ୍ଣତାବାଦୀ, ତଲ୍ଲୀନ କିମ୍ବା ସ୍ଥିରତାପୁର୍ଣ୍ଣ ଅଟନ୍ତି ।[୮]

ଆଧାର