ମିଠା ମିଠା

୨୦୧୭ର ଓଡ଼ିଆ କଥାଚିତ୍ର

ମିଠା ମିଠା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ସଞ୍ଜୟ କୁମାର ରାଉତ ଏବଂ ତ୍ରିଲୋଚନ ଦାସ । ସଙ୍ଗୀତ ନିର୍ଦ୍ଦେଶକ ତ‌ଥା ଗୀତିକାର ଶ୍ରୀକାନ୍ତ ଗୌତମ ଏହି ଚଳଚ୍ଚିତ୍ରର ଗୀତ, କାହାଣୀ, ସଂଳାପ ଲେଖିଥିବା ବେଳେ ନିଜେ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।

ମିଠା ମିଠା
ନିର୍ଦ୍ଦେଶକଶ୍ରୀକାନ୍ତ ଗୌତମ
ପ୍ରଯୋଜକସଞ୍ଜୟ କୁମାର ରାଉତ ଏବଂ ତ୍ରିଲୋଚନା ଦାସ
ସଂଳାପଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟଶ୍ରୀକାନ୍ତ ଗୌତମ
କାହାଣୀଶ୍ରୀକାନ୍ତ ଗୌତମ
କଳାକାରଜ୍ୟୋତି ରଞ୍ଜନ ନାୟକ, ଅମ୍ରିତା, ସମ୍ଭବ, ଶ୍ରଦ୍ଧା, ରାଜେଶ, ପ୍ରକୃତି ମିଶ୍ର, ଶ୍ରୀକାନ୍ତ ଗୌତମ, ହରିହର ମହାପାତ୍ର
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଚନ୍ଦନ ମଜୁମଦାର
ମୁକ୍ତିଲାଭ ତାରିଖ
୨୬ ମଇ ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ର ପାଇଁ ଶ୍ରୀକାନ୍ତ ଗୌତମ ୨୦୧୫ରେ ଇ ଟିଭି ଓଡ଼ିଆରେ 'ମିଠା ମିଠା ଯୋଡ଼ି' ନାମକ ଏକ କାର୍ଯ୍ୟକ୍ରମ କରିଥିଲେ ।[୬] ଏହି କାର୍ଯ୍ୟକ୍ରମ ଜରିଆରେ ସେ ଏହି ଚଳଚ୍ଚିତ୍ରର ନାୟିକା ଏବଂ ନାୟିକା ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜ୍ୟୋତି ଏବଂ ଅଙ୍କିତା ବିଜେତା ହୋଇଥିଲେ ।[୭] ଏହାପରେ ଚଳଚ୍ଚିତ୍ରଟିର ସୁଟିଂ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରୁ ରାଜେଶ, ଶ୍ରଦ୍ଧା ଏବଂ ସମ୍ଭବଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିଲା । ଏହି ୫ ଜଣ ନୂଆ ମୁହଁ ସ‌ହ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ନାୟିକା ଭାବରେ ନିଆଯାଇଥିଲା । ଶ୍ରୀକାନ୍ତଙ୍କ ସ‌ହ ସ୍ମିତା ମହାନ୍ତି, ହରିହର ମହାପାତ୍ର, ଅଶ୍ରୁମୋଚନ, ହର ରଥ ପ୍ରମୁଖ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଥିଲେ ।[୮] ନାୟକ ଜ୍ୟୋତିଙ୍କର ଏହି ଚଳଚ୍ଚିତ୍ରଟି ପ୍ରଥମ ଚଳଚ୍ଚିତ୍ର ଥିଲା, ମାତ୍ର ମୁକ୍ତିଲାଭରେ ବିଳମ୍ବ ହେତୁ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ବେଳକୁ ତାଙ୍କର ଅନ୍ୟ ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିସାରିଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ଏବଂ ଗୀତଗୁଡ଼ିକ ରଚନା କରିଥିଲେ ଶ୍ରୀକାନ୍ତ ଗୌତମ । ଇରା ମହାନ୍ତି, ସଂଗ୍ରାମ, ବିଷ୍ଣୁମୋହନ କବି, ହ୍ୟୁମାନ ସାଗର, ସତ୍ୟଜିତ୍ ଏବଂ ଅସୀମା ପଣ୍ଡା ପ୍ରମୁଖ ଏହି ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।[୮]

ଗୀତ

କ୍ରମଗୀତଗାୟକସମୟ
1."ଢିଚ୍‌କିୟାଁ"ଇରା ମହାନ୍ତି, ସଂଗ୍ରାମ୦୩:୪୮
2."ମିଠା ମିଠା"ଇରା ମହାନ୍ତି, ବିଷ୍ଣୁମୋହନ କବି୦୪:୦୮
3."ଲାଇସେନ୍ସ ଦେ"ଇରା ମହାନ୍ତି, ହ୍ୟୁମାନ ସାଗର୦୪:୦୦
4."କ ଖ ଗ ଘ"ଅସୀମା ପଣ୍ଡା୦୪:୦୦
5."ପ୍ରଥମ ପ୍ରେମର"ଇରା ମହାନ୍ତି, ହ୍ୟୁମାନ ସାଗର୦୪:୪୭
6."ସୁନ୍ ସୁନ୍"ଇରା ମହାନ୍ତି, ସତ୍ୟ୦୪:୦୭

ପୁରସ୍କାର

  • ଶ୍ରେଷ୍ଠ ପାଶ୍ୱ ଅଭିନେତ୍ରୀ (ସ୍ମିତା ମହାନ୍ତି) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮[୧୨]

ଆଧାର

ବାହାର ଆଧାର