ସୁସ୍ମିତା ବାଗ୍ଚୀ
- ପୃଷ୍ଠା
- ଆଲୋଚନା
ଜନ୍ମ ଓ ଜନ୍ମସ୍ଥାନ | (1960-09-25) ୨୫ ସେପ୍ଟେମ୍ବର ୧୯୬୦ (ବୟସ ୬୩) |
---|---|
ବାସସ୍ଥଳୀ | ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨ |
ଜୀବନସାଥୀ | ସୁବ୍ରତ ବାଗଚୀ |
ସନ୍ତାନ | ଦୁଇ ଝିଅ |
ପିତାମାତା | ହରିହର ପଣ୍ଡା ଶକୁନ୍ତଳା ପଣ୍ଡା |
ସମ୍ପର୍କୀୟ | ସଞ୍ଜୟ ପଣ୍ଡା (ଭାଇ) |
ସୁସ୍ମିତା ବାଗ୍ଚୀ (ଜନ୍ମ: ୨୫ ସେପ୍ଟେମ୍ବର ୧୯୬୦) ଜଣେ ଭାରତୀୟ ଓଡ଼ିଆ ଗାଳ୍ପିକା । ସେ ୮ଟି ଉପନ୍ୟାସ, ୭ଟି ଗଳ୍ପ ସଂକଳନ ଓ ଗୋଟିଏ ଭ୍ରମଣ କାହାଣୀର ରଚୟିତା ।[୧] ତାଙ୍କ ରଚନା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦିତ ମଧ୍ୟ ହୋଇଛି ।[୨] ତାଙ୍କୁ ତାଙ୍କର ସାହିତ୍ୟ ରଚନା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୩] ୨୦୧୯ ମସିହାରେ ଓଡ଼ିଶା ସରକାର ତାଙ୍କୁ "ମୋସ୍କୁଲ ଅଭିଯାନ"ର ଅଧ୍ୟକ୍ଷା ଭାବରେ ନିଯୁକ୍ତ କରିଥିଲେ ।[୪]
ସୁସ୍ମିତା ବାଗ୍ଚି ୧୯୬୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ହରିହର ପଣ୍ଡା ଓ ମାତାଙ୍କ ନାମ ଶକୁନ୍ତଳା ପଣ୍ଡା । ତାଙ୍କ ମାତା ଜଣେ ସାହିତ୍ୟିକା ଓ ପତ୍ରିକା ସମ୍ପାଦିକା ଥିଲେ ଓ ୧୯୭୫ ମସିହାରୁ "ସୁଚରିତା" ପତ୍ରିକାର ସମ୍ପାଦନା କରିଆସୁଥିଲେ । ୧୫ ବର୍ଷ ବୟସରେ ସେ ୧୮ବର୍ଷ ବୟସ୍କ ସୁବ୍ରତ ବାଗଚୀଙ୍କୁ ପ୍ରଥମେ ଭେଟିଥିଲେ ଓ ୪ ବର୍ଷ ବିବାହ କରି ଦିଲ୍ଲୀରେ ରହିବା ଆରମ୍ଭ କରିଥିଲେ । ୮୦ଦଶକରେ ଦୁହେଁ ବାଙ୍ଗାଲୋର ଚାଲି ଯାଇଥିଲେ ।
ଘରେ ସାହିତ୍ୟର ପରିବେଶର ପ୍ରଭାବରେ ସୁସ୍ମିତା ବାଗ୍ଚି ମାଆଙ୍କୁ ସୁଚରିତା ସମ୍ପାଦନା ଓ ଅନୁବାଦରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ । ପରେ ସେ ସାହିତ୍ୟ ରଚନା ଆରମ୍ଭ କରିଥିଲେ ।
ସୁସ୍ମିତା ବାଗ୍ଚି ଦିଲ୍ଲୀରେ ରହଣି ସମୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ ।[୫]
ସୁସ୍ମିତା ବାଗ୍ଚିଙ୍କର ପ୍ରଥମ ରଚନା ଏକ ଗଳ୍ପ ଥିଲା ଓ ତାହା ୧୯୮୨ ମସିହାରେ ସୁଚରିତାରେ ପ୍ରକାଶ ପାଇଥିଲା । ସ୍ରୋତପର୍ଣ୍ଣା ଓ ଦେବ ଶିଶୁ ଉପନ୍ୟାସରୁ ସେ ପାଠକୀୟ ସ୍ୱୀକୃତି ପାଇବା ଆରମ୍ଭ କରିଥିଲେ ।
୧୯୫୯-୨୦୦୦ |
|
---|---|
୨୦୦୧-ଏବେଯାଏଁ |
|
ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ | |
---|---|
୧୯୯୩-୨୦୧୦ |
|
୨୦୧୧-ଏବେଯାଏଁ |
|
|
ଅଖିଳ କଥା ସମ୍ମାନ | |
---|---|
୧୯୯୪-୨୦୦୯ |
|
୨୦୧୦-ଏବେଯାଏଁ |
|
|
International | |
---|---|
National |