ଲକ୍ଷ୍ମୀବାଇ ତିଳକ (ଜନ୍ମ ୧୮୬୮, ମୃତ୍ୟୁ ୧୯୩୬) ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ଜଣେ ମରାଠୀ ଭାଷାର ଲେଖିକା ଥିଲେ ।
ଜୀବନୀ ସେହି ସମୟରେ ନାରୀ ଶିକ୍ଷାର ପ୍ରସାର ହେଇନଥିବାରୁ ଲକ୍ଷ୍ମୀବାଇ ଖୁବ ସ୍ୱଳ୍ପ ଶିକ୍ଷା ଲାଭ କରିଥିଲେ । ବାଲ୍ୟ ବିବାହର ମଧ୍ୟ ପ୍ରଚଳନ ହେତୁ ସେ ମାତ୍ର ୧୧ ବର୍ଷ ବୟଶରେ ତାଙ୍କ ପିତା ମାତା ତାଙ୍କୁ ନାରାୟଣ ୱାମନ ତିଳକଙ୍କ ସହ ବିବାହ ସମ୍ପନ୍ନ କରେଇଥିଲେ ।
ତାଙ୍କ ସ୍ୱାମୀ ନାରାୟଣ ଜଣେ ଯଶସ୍ୱୀ ମରାଠୀ କବି ଥିଲେ । ନୈଷ୍ଠିକ ନାରାୟଣ ହିନ୍ଦୁ ଧର୍ମ ତ୍ୟାଗ କରି ହଠାତ୍ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିବା ଘଟନା ଲକ୍ଷ୍ମୀବାଇଙ୍କୁ ଗଭୀର ଆଘାତ ଦେଇଥିଲେ ମଧ୍ୟ ସେ ଧୀରେ ଧୀରେ ସେଥିରେ ଅଭ୍ୟସ୍ତ ହେଇଯାଇଥିଲେ ଓ ନିଜେ ଖ୍ରୀଷ୍ଟିୟାନ ଧର୍ମକୁ ଗ୍ରହଣ କରିଥିଲେ । ସେ ଏହି ବିଷୟରେ ତାଙ୍କର ପୁସ୍ତକ " ଅଗାଡି ଷ୍ଟେପ ବାଇ ଷ୍ଟେପ (Agadi Step by Step)"[୧] ରେ ଖୁବ ସରଲ ଭାବରେ ବର୍ଣ୍ଣନା କରିଛନ୍ତି । ସ୍ୱାମୀ ନାରାୟଣଙ୍କଠାରୁ ଉତ୍ଶାହ ଓ ପ୍ରେରଣା ପାଇଁ ଲକ୍ଷ୍ମୀବାଇ ନିଜେ ସ୍ୱଳ୍ପ ଶିକ୍ଷିତ ହେଇଥିଲେ ମଧ୍ୟ କେତେକ ଖୁବ ଆକର୍ଷଣୀୟ କବିତା ରଚନା କରି ପାରିଥିଲେ । " ଶ୍ମ୍ରୁତିଚିତ୍ରେ " (स्मृतिचित्रे) ନାମରେ ନାମିତ ତାଙ୍କର ଆତ୍ମଜୀବନୀ ମରାଠୀ ଭାଷା ସାହିତ୍ୟର ଏକ ଅନବଦ୍ୟ ରଚନା ଭାବରେ ମାନ୍ୟତା ପାଇ ଆସୁଛି । ଏହି ଆଟ5ମାଜିବାଣୀ ୧୯୩୪ ମସିହାରୁ ୧୯୩୭ ମସିହା ମଧ୍ୟରେ ୪ଟି ଅଧ୍ୟାୟରେ ପ୍ରକାଶିତ ହେଇଥିଲା । ଏହି ବହୁ ଆଦୃତ ମରାଠୀ ପୁସ୍ତକକୁ ୧୦୫୦ ମସିହାରେ ଇ . ଜୋସେଫାଇନ ଇଙ୍କଷ୍ଟର ଇଂରାଜୀ ଭାଷାରେ " ଫେଲୋ ଆଫ୍ତର" ନାମରେ ଅନୁବାଦ କରି ପ୍ରକାଶ କରିଥିଲେ । [୨]
ଲକ୍ଷ୍ମୀବାଇଙ୍କ ସ୍ୱାମୀ ନାରାୟଣ ୱାମନ ତିଳକ ମରାଠୀ ଭାଷାରେ ଯୀଶୁ ଖ୍ରୀଷ୍ଟଙ୍କ କର୍ଜ୍ୟାବଳି ଉପରେ ଏକ ବିଶାଳ ପୁସ୍ତକର ରଚନା ଆରମ୍ଭ କରିଥିଲେ । ଏହାର ନାମ "କ୍ରିଷ୍ଟାୟନ "(क्रिस्तायन) ରଖିଥିଲେ । ମାତ୍ର ଏହାର ଦଶଟି ଅଧ୍ୟାୟ ସମାପ୍ତ ହେଲା ପରେ ତାଙ୍କର ପରଲୋକ ଘଟିଥିଲା । ଏହାର କିଛି କାଳ ପରେ ଲକ୍ଷ୍ମୀବାଇ ଏଥିରେ ନିଜେ ଆହୁରି ୬୪ଟି ଅଧ୍ୟାୟ ସଂରଚନା କରି ଏହାକୁ ସମ୍ପୂର୍ଣତା ଦେଇଥିଲେ ।
ଲକ୍ଷ୍ମୀବାଇଙ୍କ ଲେଖାବଳି ଓ ତର୍ଜମା ପୁସ୍ତକ ସବୁ Primary Tilak, Laksmibai. Smrtichitren. Serialized in the weekly Sanjivani. Tilak, Laksmibai. Smrtichitren, Part 1. 15 December 1934. Tilak, Laksmibai. Smrtichitren, Part 2. 1935. Tilak, Laksmibai. Smrtichitren, Part 3, 1936. Tilak, Laksmibai. Smrtichitren, Part 4. 15 December 1935. [or 1937?] 7 impressions up to 1953. Tilak, Laksmibai. Smrtichitren. Abridged version, ed. K.B. Devale. Mumbai, 1940. Tilak, Laksmibai. I Follow After. English tr. of Part 1 by E. Josephine Inkster. London / Madras: Oxford University Press, 1950. 353 pp. Tilak, Laksmibai. Smrtichitren. Abridged version, Sahitya Akademi, Mumbai, 1958, 1968. Tilak, Laksmibai. Sampurna Smrtichitren. Parts 1-4. Abhinava avrtti, ed. Ashok D. Tilak. 1st ed. 1973. Tilak, Laksmibai. Smrtichitren. Abridged version, ed. H.A. Bhave, Varda Prakashan, Pune, 1987. Second impression / edition 1989. Tilak, Laksmibai. Sampurna Smrtichitren. Parts 1-4. Abhinava avrtti, ed. Ashok D. Tilak. 2nd ed. 1989. Tilak, Laksmibai and Devadatta Tilak. Sampurna Smritichitren. Ed. Ashok Devadatta Tilak. 3rd revised ed. Mumbai: Popular Prakashan, 1996. Containing all 4 parts, plus other scholarly apparatus (introduction, notes, index). Tilak, Laksmibai. I follow after: An Autobiography. Delhi: OUP, 1998. Tilak, Laksmibai. (Sanksipta) Smrtichitren. Ed. Devadatta Narayan Tilak. Mumbai: Popular Prakashan, 2000. (1st ed. 1958, 4th ed. 1996). Tilak, Laksmibai. Bharali Ghagar. Ed. K.B. Devale. Mumbai, 1948. Tilak, Laksmibai. 'Agadi Step by Step.’ Testimony of Lakshmibai Tilak in her own words. Ed. Ashok Devdatt Tilak. Nashik: Mayawati A. Tilak, Shantisadan, 1968. ଆଧାର