ରବି ଶଙ୍କର ପଟ୍ଟନାୟକ
- ପୃଷ୍ଠା
- ଆଲୋଚନା
ରବି ପଟ୍ଟନାୟକ | |
---|---|
ଜନ୍ମ | (1948-12-26)୨୬ ଡିସେମ୍ବର ୧୯୪୮ ଦତ୍ତପଡ଼ା, ପୁରୀ |
ମୃତ୍ୟୁ | ୨୨ ଅପ୍ରେଲ ୨୦୨୧(2021-04-22) (ବୟସ ୭୨) |
ମୃତ୍ୟୁର କାରଣ | କରୋନା |
ଶିକ୍ଷାନୁଷ୍ଠାନ | ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ , ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା |
ବୃତ୍ତି | ଚଳଚ୍ଚିତ୍ର ସମ୍ପାଦକ |
ବୈବାହିକ-ସାଥୀ | ନନ୍ଦିତା ପଟ୍ଟନାୟକ |
ସନ୍ତାନ | ଅଂଶୁମାନ ପଟ୍ଟନାୟକ |
ପୁରସ୍କାର | ଜୟଦେବ ପୁରସ୍କାର ୨୦୧୭ |
ରବି ଶଙ୍କର ପଟ୍ଟନାୟକ, ( ୨୬ ଡିସେମ୍ବର ୧୯୪୮ - ୨୨ ଅପ୍ରେଲ ୨୦୨୧ ) ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଥିଲେ ।[୧] ସେ ୨୦୧୭ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଜୟଦେବ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଥିଲେ ।[୨] ସେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ ।
ରବି ଶଙ୍କର ୧୯୪୮ ମସିହାରେ ପୁରୀ ଜିଲ୍ଲାର ଦତ୍ତପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସେ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ, ପୁନେର ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରୁ ଚଳଚ୍ଚିତ୍ର ସମ୍ପାଦନା ବିଷୟରେ ଶିକ୍ଷା ଲାଭ କରିଥିଲେ । ୨୩ ବର୍ଷ ବୟସରେ ସେ ୨୭ ଡାଉନ୍ ଚଳଚ୍ଚିତ୍ରରେ ସମ୍ପାଦନା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[୩] ୧୯୭୭ ମସିହାର ଚଳଚ୍ଚିତ୍ର ଅଭିମାନ ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ।
୧୯୮୧-୨୦୦୦ |
|
---|---|
୨୦୦୧-ଏବେଯାଏଁ |
|