ଭିକାରୀ ବଳ
- ପୃଷ୍ଠା
- ଆଲୋଚନା
Tools
Actions
General
ପ୍ରିଣ୍ଟ/ରପ୍ତାନି
ବାକି ପ୍ରକଳ୍ପଗୁଡ଼ିକରେ
ଭଜନ ସମ୍ରାଟ ଭିକାରୀ ବଳ | |
---|---|
![]() ଭିକାରୀ ବଳ | |
ଜନ୍ମ | (1929-05-25)ମଇ ୨୫, ୧୯୨୯ ସୋବଳା, କେନ୍ଦ୍ରାପଡ଼ା, ଓଡ଼ିଶା |
ମୃତ୍ୟୁ | ୨ ନଭେମ୍ବର ୨୦୧୦(2010-11-02) (ବୟସ ୮୧) |
ମୃତ୍ୟୁର କାରଣ | ପାର୍କିନ୍ସନ୍ ରୋଗ[୧] |
ଜାତୀୟତା | ![]() |
ବୃତ୍ତି | ସଙ୍ଗୀତ ଗାନ |
ପ୍ରସିଦ୍ଧି | ଭଜନ |
ଶୈଳୀ | ଓଡ଼ିଶୀ ସଙ୍ଗୀତ |
ବୈବାହିକ-ସାଥୀ | ଉଷାରାଣୀ ଦେବୀ |
ସନ୍ତାନ | ୨ ପୁଅ, ଜଣେ ଝିଅ |
ୱେବସାଇଟ | ଇଣ୍ଟରନେଟ ମୁଭି ଡାଟାବେସରେ ଭିକାରି ବଳ |
ଭଜନ ସମ୍ରାଟ ଭିକାରୀ ଚରଣ ବଳ ଓଡ଼ିଶାର କେନ୍ଦ୍ରାପଡ଼ା, ସୋବଳାରେ ଜନ୍ମିତ ଜଣେ ଓଡ଼ିଆ ସଙ୍ଗୀତଜ୍ଞ ଓ ଗାୟକ । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ, ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ପଲ୍ଲୀଗୀତ, ଆଧୁନିକ ଗୀତ ରେକର୍ଡ଼ କରିଛନ୍ତି ।
ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ନେଇଥିଲେ । ତାଙ୍କ ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, ତେଣୁ କେବଳ ଭିକାରି ହିଁ ଜୀଇଁ ରହିଥିବାରୁ ଭଗବାନଙ୍କ କୃପା ଭାବି ତାଙ୍କ ନାମ 'ଭିକାରି' ରଖାଯାଇଥିଲା । ସେ ଖୁବ ଛୋଟ ଥିଲା ବେଳେ ତାଙ୍କ ବାପା ମାଆ ମୃତ୍ୟୁ ବରଣ କରିଥିଲେ । ତାଙ୍କ ବାପାଙ୍କ ପ୍ରଥମ ପକ୍ଷ ବିବାହର ପୁଅ ଧନେଶ୍ୱର ଓ ତାଙ୍କ ପତ୍ନୀଙ୍କ ଦେଇ ଶିଶୁ ଭିକାରିଙ୍କ ଲାଳନପାଳନ ହୋଇଥିଲା ।
ପ୍ରାଥମିକ ଶିକ୍ଷା ପରେ ଭିକାରୀ କେନ୍ଦ୍ରାପଡ଼ା ଜିଲା କଦଳୀବଣ ହାଇସ୍କୁଲରେ ନାମ ଲେଖାଇଥିଲେ ଓ ସେଠାରେ ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଏହା ପରେ ନିଜ ଗାଁ ସବଳାରେ ସେ ଯାତ୍ରା ଦଳରେ ଯୋଗ ଦେଇଥିଲେ । ସେଠାରେ ସେ ଗୀତ ଗାନ, ହାରମୋନିଅମ ବଜାଇବା, ଅଭିନୟ ଆଦି ଶିଖିଥିଲେ । ସେତେବେଳେ ଯାତ୍ରାମାନଙ୍କରେ ପୁଅମାନେ ଝିଅ ବେଶ ହୋଇ ଗୋଟିପୁଅ ଭାବେ ନାଟ କରୁଥିଲେ । ଏହାପରେ ସେ ଏକ ପାଖ ସ୍କୁଲ, ଗୋକୁଳାନନ୍ଦ ସଙ୍ଗୀତ ସଦନରେ ସଙ୍ଗୀତ ଶିକ୍ଷକ ହୋଇଥିଲେ । ସେ ୨୦ ବର୍ଷ ବୟସରେ ଉଷାରାଣୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ସେ କଟକ କାମ ପାଇଁ ଆସିଥିଲେ ।
ଗୁରୁ ଖିତିଜ ମିତ୍ରଙ୍କ ସହାୟତାରେ ସେ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷାଲାଭ କରିଥିଲେ । ଯେତେବେଳେ ସେ ଆକାଶବାଣୀରେ ଗାୟକ ଭାବରେ ଯୋଗଦେବାକୁ ଆବେଦନ କରି ବିଧିବଦ୍ଧ ଭାବେ ଗାୟକ ହେବା ପାଇଁ ଚେଷ୍ଟାଚଳାଇଥିଲେ । ସେଠାରେ ସେ ଜଣେ ଏ-ଶ୍ରେଣୀର ଗାୟକ ଭାବରେ ୧୯୬୩ରେ କାମ ଆରମ୍ଭ କଲେ । ପ୍ରାଣ ମିତଣି ବାରେ ଚାହାଁରେ ଗୀତ ପାଇଁ ସେ ସେଠାରେ ଅନେକ ଲୋକପ୍ରିୟତା ଅର୍ଜନ କରିଥିଲେ । ହେଲେ ତାହାଙ୍କ ଜନପ୍ରିୟତା କୋଠ ଭୋଗଖିଆ ଗୀତରୁ ଅନେକ ବଢ଼ିଯାଇଥିଲା । ଏହି ଗୀତ ୭୦ ଦଶକରେ ଏକ ବହୁଳ ଲୋକପ୍ରିୟ ଗୀତର ମାନ୍ୟତା ପାଇଥିଲା ।
ପୁରାତନ ରଚନାରୁ ସେ ବହୁ ସଙ୍ଗୀତ ଗାନ କରିଛନ୍ତି । ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳି ଓ ସାଲବେଗ ଆଦି ପୁରାତନ କବିଙ୍କ ବହୁ ଭଜନରେ ସେ କଣ୍ଠଦାନ କରିଛନ୍ତି ।
ସେ ଡ. ପ୍ରସନ୍ନ ସାମଲ, ଖିରୋଦ ଚନ୍ଦ୍ର ପୋଥାଳ, ଅରବିନ୍ଦ ମୁଦୁଲି, ଶୀର୍ଷାନନ୍ଦ ଦାସ କାନୁନଗୋ, ଅଲେଖ ବିଶ୍ୱାଳ, ଗୌରହରି ଦଳାଇ ଓ ଶ୍ରୀକାନ୍ତ ଗୌତମଙ୍କ ଅନେକ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି ।
ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ସେ ଅନେକ ଚମ୍ପୁ, ଛାନ୍ଦ ଓ ଲୋକଗୀତ ମଧ୍ୟ ଗାଇଥିଲେ । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ "ଭଜନ ସମ୍ରାଟ" ଉପାଧିରେ ଭୂଷିତ କରିଥିଲେ ଓ ଜଗନ୍ନାଥ ମନ୍ଦିରରେ ସେବା ପାଇଁ ଅନୁମତି ଓ ଅନେକ ସୁବିଧା ସୁଯୋଗ ଖଞ୍ଜି ଦେଇଥିଲେ । ସେ ଜଗନ୍ନାଥଙ୍କର ଚାମର ସେବା ନିମନ୍ତେ ମଧ୍ୟ ସୁଯୋଗ ପାଇଥିଲେ । ତାଙ୍କ ଦେଇ ବୋଲାଯାଇଥିବା ଶେଷ ଆଲବମ ଭଜନ ଥିଲା ୨୦୦୫ର "ଚଗଲା ମନ" ଓ ଶେଷ ସଙ୍ଗୀତ ପରିବେଷଣ ଥିଲ ୨୦୦୬ରେ । ତାହା ପରେ ସେ ପାର୍କିନ୍ସନ୍ ରୋଗରେ ପିଡ଼ୀତ ହୋଇ ଶଯ୍ୟାଶାୟୀ ହୋଇଥିଲେ ।[୨]
ନଭେମ୍ବର ୨, ୨୦୧୦ରେ ତାଙ୍କର ଦେହାନ୍ତ ହୋଇଥିଲା ।[୧][୩][୪]
ମସିହା | ନାମ | ଯୋଗଦାନ |
---|---|---|
୧୯୮୩ | ଅଭିଳାଷ | କଣ୍ଠଦାନ |
୧୯୮୩ | ଭକ୍ତ ସାଲବେଗ | କଣ୍ଠଦାନ |
୧୯୮୦ | ଅଗ୍ନି ପରୀକ୍ଷା | କଣ୍ଠଦାନ |
୧୯୮୦ | ଅପରିଚିତା | କଣ୍ଠଦାନ |
୧୯୭୯ | ମଥୁରା ବିଜୟ | କଣ୍ଠଦାନ |
୧୯୭୯ | ଶ୍ରୀକୃଷ୍ଣ ରାସଲୀଳା | କଣ୍ଠଦାନ |
୧୯୭୮ | କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ | ସଙ୍ଗୀତ ନିର୍ଦ୍ଦେଶନା |
୧୯୭୭ | ଅନୁତାପ | କଣ୍ଠଦାନ |
୧୯୭୬ | ଅମର ପ୍ରେମ | କଣ୍ଠଦାନ |
୧୯୭୩ | କନକଲତା | କଣ୍ଠଦାନ |
୧୯୬୮ | କିଏ କାହାର | କଣ୍ଠଦାନ |
ଈ ଟିଭି ପ୍ରିୟ ଓଡ଼ିଆ ସମ୍ମାନ ବିଜେତା | |
---|---|
|
Persondata | |
---|---|
Name | |
Alternative names | |
Short description | |
Date of birth | 25 May 1929 |
Place of birth | |
Date of death | 3 November 2010 |
Place of death |
ବିଭାଗ |
| ||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|
ପରମ୍ପରା |
| ||||||||||||||||
କବି |
| ||||||||||||||||
ବିଶିଷ୍ଟ କାବ୍ୟକୃତି |
| ||||||||||||||||
ସଙ୍ଗୀତ ଶାସ୍ତ୍ର |
| ||||||||||||||||
ବିଶିଷ୍ଟ ଗୁରୁ ଓ ସଙ୍ଗୀତଜ୍ଞ |
| ||||||||||||||||
ଗବେଷକ |
| ||||||||||||||||
ବାଦ୍ୟଯନ୍ତ୍ର |
|