ବୀଣାପାଣି ମହାନ୍ତି
Tools
Actions
General
ପ୍ରିଣ୍ଟ/ରପ୍ତାନି
ବାକି ପ୍ରକଳ୍ପଗୁଡ଼ିକରେ
ବୀଣାପାଣି ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1936-11-11)୧୧ ନଭେମ୍ବର ୧୯୩୬ ବ୍ରହ୍ମପୁର, ଗଞ୍ଜାମ |
ମୃତ୍ୟୁ | ୨୪ ଅପ୍ରେଲ ୨୦୨୨(2022-04-24) (ବୟସ ୮୫) |
ବୃତ୍ତି | ଅଧ୍ୟାପିକା |
ଭାଷା | ଓଡ଼ିଆ, ଇଂରାଜୀ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ଅର୍ଥନୀତି)[୧] |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ସାହିତ୍ୟ କୃତି | ପାଟଦେଇ କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର |
ସମ୍ପର୍କୀୟ | ନିରୁପମା ରଥ (ବଡ଼ ଭଉଣୀ) |
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୨]
ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଆଜୀବନ ଅବିବାହିତା ଥିଲେ ।[୩] ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇଥିଲା ।
ବୀଣାପାଣି ମହାନ୍ତି ପ୍ରଥମେ କବିତା ରଚନା ଆରମ୍ଭ କରି ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସ ମଧ୍ୟ ରଚନା କରିଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାର ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା । ପରେ ସେ କବିତା ଛାଡ଼ି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ତାଙ୍କର ରଚନା ମୁଖ୍ୟତଃ ଚଳନ୍ତି ଜନଜୀବନକୁ ଭିତ୍ତି କରି । ସେ "ନାଉଗଛ" ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖିଥିଲେ । କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ୱରର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।
୨୦୨୨ ମସିହା ଅପ୍ରେଲ ୨୪ ତାରିଖରେ ୮୫ ବର୍ଷ ବୟସରେ ବୀଣାପାଣି ମହାନ୍ତିଙ୍କର ଦେହାନ୍ତ ହୋଇଥିଲା ।[୧୨]
ଓଡ଼ିଆ ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା) | |
---|---|
୧୯୫୫ - ୧୯୭୯ |
|
୧୯୮୦ - ୧୯୯୯ |
|
୨୦୦୦ - ଏପର୍ଯ୍ୟନ୍ତ |
|
(୧୯୫୬, ୧୯୫୭, ୧୯୫୯, ୧୯୬୦, ୧୯୬୨ ଓ ୧୯୬୮ ମସିହାରେ କାହାକୁ ପୁରସ୍କୃତ କରାଯାଇନଥିଲା ।) |
|
୧୯୫୯-୨୦୦୦ |
|
---|---|
୨୦୦୧-ଏବେଯାଏଁ |
|
ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ) | |
---|---|
୧୯୭୦-୧୯୮୯ |
|
୧୯୯୦- ୨୦୦୯ |
|
୨୦୧୦-ଏବେଯାଏଁ |
|
|
୧୯୮୦-୧୯୯୯ |
|
---|---|
୨୦୦୦-୨୦୧୯ |
|
୨୦୨୦-ଏବେଯାଏଁ |
|
ବିଷୁବ ପୁରସ୍କାର | |
---|---|
୧୯୮୩–୨୦୦୦ |
|
୨୦୦୧–ଏବେଯାଏଁ |
|
|
ସାହିତ୍ୟ ଭାରତୀ ସମ୍ମାନ | |
---|---|
୧୯୯୬-୨୦୦୫ |
|
୨୦୦୬-୨୦୧୫ |
|
୨୦୧୬-ଏବେଯାଏଁ |
|
|
International | |
---|---|
National |